ବୁଲୁଛି ବାଘ, ଖାଇ ଯାଉଛି ଗାଈ ଓ ଛେଳି !

1 min read

ଭଞ୍ଜନଗର/ନୂଆପଡ଼ା: ଭଞ୍ଜନଗର ବ୍ଲକ୍‌ ଜଗନ୍ନାଥପ୍ରସାଦ ବନଖଣ୍ଡର ତେନ୍ତୁଳିଆରେ ବାଘ ଆତଙ୍କ । ସ୍ଥାନୀୟ ଲୋକେ ବାଘ ଦେଖିନଥିଲେ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କିଛି ଦିନ ହେବ ସେହି ଅଞ୍ଚଳରେ ଛେଳି କୁକୁଡ଼ା ଗାଏବ ହେବା ସହ ମୃତ ଶରୀର ଦେଖିବାକୁ ମିଳିଛି । ଯାହାକୁ ସ୍ଥାନୀୟ ଲୋକେ ବାଘର କରାମତି ବୋଲି ସନ୍ଦେହ କରୁଛନ୍ତି  ।

ସୂଚନା ଅନୁଯାୟୀ,  କିଛି ଦିନ ହେବ ଗାଁର ଜଣେ ଚାଷୀଙ୍କ ୭ଟି ଛେଳି ମିଳୁନଥିବା ଅଭିଯୋଗ ହୋଇଥିଲା । ତେବେ, ମୃତ ୭ଟି ଛେଳି ମଧ୍ୟରୁ ଏବେ ୩ଟି ଛେଳିର କ୍ଷତାକ୍ତ ଶରୀର ମିଳିଛି । କ୍ଷତାକ୍ତ ଅଂଶକୁ ଦେଖି ଏହା ନିଶ୍ଚୟ ବାଘର ଆକ୍ରମଣ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି ।

ଅନ୍ୟପଟେ ନୂଆପଡ଼ାରେ ମଧ୍ୟ ବାଘର ଆତଙ୍କ ଦେଖାଦେଇଛି । ରବିବାର ଧରବନ୍ଧା ସରପଞ୍ଚଙ୍କ ଗୋଟାଏ ଗାଈକୁ ୨ଟି କଲରାପତରିଆ ମାରି ଖାଇଥିବା ଅଭିଯୋଗ ହୋଇଛି । ସରପଞ୍ଚ ଓମ୍ ପ୍ରକାଶ କଲାର ଏନେଇ ଧରମବନ୍ଧା ଥାନାରେ ଅଭିଯୋଗ କରିଛନ୍ତି ।

ପୂର୍ବରୁ କୋମନା ବ୍ଲକ୍ଦେଓହର୍ଦା ଗାଁରେ କଲରାପତରିଆ ବାଘ ୪ଟି ଛେଳି ୨ଟି ବାଛୁରୀଙ୍କୁ ମାରି ଖାଇଥିବା ଅଭିଯେଗା ହୋଇଥିଲା । ଏହାର ୧୪ ଦିନ ପରେ ପୁଣି ନୂଆପଡ଼ା ବ୍ଲକ୍ରେ କଲରାପତରିଆ ବାଘ ଆତଙ୍କକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ସୃଷ୍ଟି ହୋଇଛି ।

')}

Leave a Reply