ନିର୍ଦ୍ୱନ୍ଦ୍ୱରେ ବିଜୟୀ ପ୍ରାର୍ଥୀଙ୍କୁ ଅପହରଣ ମାମଲା: ମୁକୁଳାଇବା ଦାବିରେ ପଞ୍ଚାୟତବାସୀଙ୍କ ବିକ୍ଷୋଭ

1 min read

ବ୍ରହ୍ମପୁର: ଗଞ୍ଜାମ ସୁବଳୟା ପଞ୍ଚାୟତରେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ସମିତି ସଭ୍ୟା ଓ ତାଙ୍କ ସ୍ୱାମୀଙ୍କୁ ଅପହରଣ ଘଟଣା । ଉଭୟଙ୍କୁ ମୁକୁଳାଇବା ଦାବିରେ କରପଡ଼ା ପଞ୍ଚାୟତରେ ସୁବଳୟା ପଞ୍ଚାୟତବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନିର୍ଦ୍ୱନ୍ଦ୍ୱରେ ସମିତି ସଭ୍ୟା ଭାବେ ଜିତିଥିବା ମାମି ଦାସ ଓ ତାଙ୍କ ସ୍ୱାମୀଙ୍କୁ କିଛିଦିନ ତଳେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାହାକ ଅପହରଣ କରିଥିବା ରମ୍ଭା ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଏଯାଏଁ ସ୍ୱାମୀ- ସ୍ତ୍ରୀଙ୍କ ପତ୍ତା ମିଳିନାହିଁ ।

ଏହାର ପ୍ରତିବାଦରେ ସୁବଳୟା ପଞ୍ଚାୟତ ଲୋକ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାହାକଙ୍କ ଗାଁ କରପଡ଼ାରେ ଆଜି ଶୋଭାଯାତ୍ରା କରି ପ୍ରଶାନ୍ତଙ୍କ ବିରୋଧରେ ନାରାବାଜି ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଖୁବଶୀଘ୍ର ଅପହୃତ ମାମି ଦାସ ଓ ତାଙ୍କ ସ୍ୱାମୀଙ୍କୁ ମୁକୁଳାଇବା ପାଇଁ ଦାବି ହୋଇଛି । କରପଡା ଗାଁରେ ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର: ମାଷ୍ଟର ଟ୍ରେନ୍‌ରଙ୍କୁ ମିଳିଲା ଇଭିଏମ୍ ଟ୍ରେନିଂ

 

 

Leave a Reply