ଆଜିଠୁ ପାଗ ବଦଳିବ: ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଖସିବ ତାପମାତ୍ରା

1 min read

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ପରେ ଆଜିଠୁ ବଦଳିବ ପାଗ । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା । ୩ ଦିନ ପରେ ଆସନ୍ତା ୨୪ ତାରିଖରେ ପୁଣି ଆଉ ଏକ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଘଟିବ । ତେବେ ଚଳିତ ବର୍ଷ ପିଛା ଛାଡୁନି ପଶ୍ଚିମା ଝଡ । ଜାନୁଆରୀ ମାସରେ ସ୍ୱାଭାବିକ ଠାରୁ ୨୬୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଚଳିତ ମାସରେ ମଧ୍ୟ ରେକର୍ଡ ବର୍ଷା ହୋଇଛି ।

ଗତ କାଲି ରାଜଧାନୀରେ ମଧ୍ୟ ମୂଷଳ ଧାରାରେ ବର୍ଷା ହୋଇଥିଲା । ଅପରାହ୍ନରେ ଅନ୍ଧାର ହୋଇଗଲା ରାଜଧାନୀ ଭୁବନେଶ୍ୱର । ଅଦିନିଆ ବର୍ଷାରେ ଦିଶିଲାନି ରାସ୍ତାଘାଟ । ପଶ୍ଚିମା ଝଡ଼ ପ୍ରଭାବରେ ଟୁଇନ୍ ସିଟରେ ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇଛି । ପଶ୍ଚିମା ଝଡ଼ ସହ ଜଡିତ ମେଘ ଖଣ୍ଡ ପଶ୍ଚିମରୁ ପୂର୍ବକୁ ଗତି କରିବା ସହ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି-ଘଡଘଡି ସହ ବର୍ଷା ହୋଇଛି ।

ଉପକୂଳ ଓଡିଶାର ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି । ଆଜିଠୁ ପାଗ ଶୁଖିଲା ରହିବ । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା ।

ଏଥିସହିତ ପଢ଼ନ୍ତୁ: ବାଲାଟ ପେପରରେ ଚିହ୍ନ ଅସ୍ପଷ୍ଟ, ଭୋଟ ବାକ୍ସକୁ ପୋଖରୀକୁ ଫିଙ୍ଗିଦେଲେ

Leave a Reply