କଫି-କାଫ୍ ଓ କୋହଲିଙ୍କ ବାର୍ଥ ଡେ

ମୁମ୍ବାଇ : ଭାରତୀୟ କ୍ରିକେଟର ହାଟ୍ ଥ୍ରୋବ୍ । ୟଙ୍ଗ୍ ମାସଙ୍କ ଷ୍ଟାଇଲିସ୍ ଆଇକନ୍ । ବିରାଟ କୋହଲି । ତାଙ୍କର ଆଜି ଜନ୍ମଦିନ । ଫ୍ୟାନମାନଙ୍କ ଅପେକ୍ଷା ଥିଲା, ପତ୍ନୀ ଅନୁଷ୍କାଙ୍କ ସହ କେମିତି ବାର୍ଥ ଡେ ପାଳୁଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ! କେଉଁ ଫାଇଭ୍ ଷ୍ଟାର ହୋଟେଲରେ କିମ୍ବା ଟିମ୍ ମେଟଙ୍କ ସହ ଆଉ କେଉଁ ସ୍ପେଶାଲ ସେଲିବ୍ରେସନ୍ । ମାତ୍ର ସେପରି କିଛି ହୋଇନି । ବିରାଟ ଓ ଅନୁଷ୍କା ଗତ ଦୁଇଦିନ ହେଲା ହଠାତ ଗାୟବ ହୋଇଯାଇଥିଲେ ସୋସିଆଲ୍ ମିଡିଆରୁ । ଆଉ ତାପରେ ଏମିତି ଏକ ଜାଗାରୁ ଫଟୋ ସୁଟ୍ ସହ ଟ୍ବିଟ୍ କରିଥିଲେ ଯେ ଜାଗାଟି କେଉଁଠି ତାହା ଜାଣିବା ପ୍ରଥମେ ମୁସ୍କିଲ ହୋଇଥିଲା । ପାହାଡ଼ିଆ ଜାଗା, ଘଞ୍ଚ ଜଙ୍ଗଲ, ନିପଟ ମଫସଲ ପରି ଦିଶୁଥିଲା । କେବେ କେଉଁଠି କାଁଭାଁ ଘର ଓ କେତୋଟି ଟେଣ୍ଟ । ଏମିତି ଏକ ଜାଗାରେ ବିରାଟ ଓ ଅନୁଷ୍କା ବସି କଫି ନେବା ସହ ସେଲଫି ନେଇଥିଲେ । ଏସବୁକୁ ନିଜ ଇନଷ୍ଟାଗ୍ରାମ ସାଇଟରେ ଅପଲୋଡ୍ କରିଥିଲେ ଅନୁଷ୍କା ।

ଭୁଟାନରେ ବିରାଟ୍ କୋହଲିଙ୍କ ସହ ଅନୁଷ୍କା ଶର୍ମା

ପରେ ଜଣାପଡ଼ିଥିଲା ଯେ ଏହା ଭୁଟାନର ଏକ ଜାଗା । ନିଜ ୩୦ତମ ଜନ୍ମଦିନ ପାଳନ ପାଇଁ ବିରାଟ ଏହି ଜାଗାକୁ ବାଛିଥିଲେ । ବିରାଟ ଓ ଅନୁଷ୍କା ଖୁବ୍ ପ୍ରକୃତି ପ୍ରେମୀ ଓ ଓ୍ବାଇଲଡ ଲାଇଫ ପ୍ରେମୀ ବି । ତେଣୁ ଏହି ଜାଗାକୁ ବାଛି କୋଳାହଳଠୁ ଦୂରେଇ ଯାଇ ଭରପୂର ଉପଭୋଗ କରିଛନ୍ତି ବିରୁଷ୍କା। ଏଠକାର ସ୍ଥାନୀୟ ଲୋକେ ବିରାଟ ଓ ଅନୁଷ୍କାଙ୍କୁ ଘରକୁ ଡାକି ଚା ପିଆଇଥିଲେ ଓ ଘଣ୍ଟାଘଣ୍ଟା ଗପିଥିଲେ । ସବୁଠୁ ରୋମାଞ୍ଚକର କଥା ହେଲା, ଉଭୟଙ୍କ ସେଲିବ୍ରିଟି ଷ୍ଟାଟସ୍ ବିଷୟରେ ସ୍ଥାନୀୟ ଲୋକଙ୍କୁ ଜଣା ନଥିଲା । ତଥାପି ବି ଖୁବ୍ ଆନ୍ତରିକତା ସହ ମିଶିଥିଲେ ଓ ସମୟ କାଟିଥିଲେ ।

କଣ୍ଟ୍ରି ସାଇଟରେ ବିରାଟ ଓ ଅନୁଷ୍କା

ଅନୁଷ୍କା ନିଜ ସାଇଟରେ କହିଛନ୍ତି, ବିରାଟ ଓ ତାଙ୍କୁ ଓଟାରେ ପହଞ୍ଚିବାକୁ ସାଢ଼େ ୮ କିଲୋମିଟର ପାହାଡ଼ ଉପରକୁ ଚାଲିବାକୁ ପଡ଼ିଥିଲା । ପାହାଡ଼ ଉପରେ ପହଞ୍ଚିବା ପରେ ସେମାନେ ୪ ମାସ ତଳେ ଜନ୍ମ ହୋଇଥିବା ଏକ ବାଛୁରୀକୁ ଖାଇବାକୁ ଦେଇଥିଲେ ଓ ବହୁ ପଶୁପକ୍ଷୀଙ୍କ ସହ  ଟାଇମ୍ କାଟିଥିଲେ । ନିଜ ଲାଇଫ ପାର୍ଟନରଙ୍କ ସହ ଏମିତି ଗୋଟେ ଜାଗାରେ ଜନ୍ମଦିନ ପାଳିବା ଈଶ୍ବରଙ୍କ ଆର୍ଶୀବାଦ । ଭୁଟାନ କଣ୍ଟ୍ରି ସାଇଟରେ ଏହି ସ୍ମୃତି ସବୁଦିନ ପାଇଁ ମନେ ରହିବ ବୋଲି କହିଛନ୍ତି ଅନୁଷ୍କା ଓ ବିରାଟ । ତେବେ ଟିମ୍ ଇଣ୍ଡିଆର କ୍ୟାପଟେନଙ୍କ ଏଭଳି ନିଆରା ଜନ୍ମଦିନ ପାଳନ ସମସ୍ତଙ୍କୁ ତାଜୁବ୍ କରିଛି । କେହି କେହି କହୁଛନ୍ତି ସବୁବେଳେ କୋଳାହଳରେ ରହୁଥିବା କୋହଲି ଏଥର କୁଲ୍ ସ୍ଥାନ ବାଛିଥିଲେ ଜନ୍ମଦିନକୁ ମେମୋରେବଲ୍ କରିବାକୁ ।

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବିରାଟ ଓ ଅନୁଷ୍କା
')}

Leave a Reply

Your email address will not be published.