ତାପସୀଙ୍କ ପାଇଁ ବିବାଦର ଅର୍ଥ ସଫଳତା

1 min read

ନିକଟରେ ତାପସୀଙ୍କର ‘ସାଣ୍ଢ କି ଆଖ୍’ ନାମକ ଏକ ଫିଲ୍ମ ରିଲିଜ ହୋଇଛି । ଏହାକୁ ବକ୍ସ ଅଫିସରେ ଭଲ ସଫଳତା ମିଳିଛି। ‘ସାଣ୍ଢ କି ଆଖ୍’ ଫିଲ୍ମ ପରେ ୨୦୨୦ ଜାତୀୟ ମହିଳା ଦିବସରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଥାପଡ୍’ରେ ସେ ନଜର ଆସିବେ  । ତେବେ ‘ଥାପଡ଼୍’ ଫିଲ୍ମରେ ତାଙ୍କୁ ଗ୍ଲାମରସ୍ ରୋଲରେ ଦେଖିବାକୁ ମିଳିବ । ଏହି ରୋଲରେ ଦର୍ଶକ ତାଙ୍କୁ କେତେ ପସନ୍ଦ କରିବେ ତାହା ଫିଲ୍ମ ରିଲିଜ ପରେ ହିଁ ଜଣାପଡ଼ିବ  ।

୨୦୧୯ରେ ମିକ୍ସ୍ ଭେରାଇଟି ଫିଲ୍ମ ‘ବଦଲା’, ’ମିଶନ୍ ମଙ୍ଗଲ୍’, ‘ସାଣ୍ଢ୍ କି ଆଖ୍’ରେ ଦେଖାଦେଇଥିଲେ ତାପସୀ । ସବୁବେଳେ ଚ୍ୟାଲେଜିଂ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ଭିନ୍ନ ସ୍ୱାଦ ଭେଟି ଦେଉଥିବା ତାପସୀ କୁହନ୍ତି ‘ଯେତେ ପ୍ରତିକୂଳ ପରିସ୍ଥିତି ଥିଲେ ମଧ୍ୟ ସେ ଏଭଳି ଚ୍ୟାଲେଜିଂ ଭୂମିକା ନିଭେଇବାକୁ ଭଲପାନ୍ତି ଓ ଏହା ହିଁ ତାଙ୍କ ସଫଳତାର କାରଣ ହୋଇଥାଏ । ନିକଟରେ ସେ କିଛି ବିବାଦୀୟ ପରିସ୍ଥିତିର ସାମ୍ନା କରିଥିଲେ ମଧ୍ୟ ସେ ଏହାର ଅର୍ଥ ନିଜର ସଫଳତା ବୋଲି ମାନିଛନ୍ତି ଏବଂ ସେ ଏଥିପାଇଁ ମିଡିଆର ଆଟେନସନ ମଧ୍ୟ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ।

  ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.