ଏତେ ଉଚ୍ଚତା ଯେ ମିଳୁନି ବୟଫ୍ରେଣ୍ଡ, ଚିନ୍ତାରେ ଯୁବତୀ

ନୂଆଦିଲ୍ଲୀ: ସୁନ୍ଦର ଚେହେରା ଏବଂ ଅଧିକ ଉଚ୍ଚତା କାହାକୁ ବା ପସନ୍ଦ ନୁହେଁ । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି ଯିଏ କି ଅଧିକ ଉଚ୍ଚତା ପାଇଁ ଏବେ ଚିନ୍ତାରେ ପଡ଼ିଛନ୍ତି । ଅଧିକ ଉଚ୍ଚତା ହେବାରୁ ତାଙ୍କୁ ବୟଫ୍ରେଣ୍ଡ ମିଳୁନି । ୬ ଫୁଟ ୨ ଇଞ୍ଚର ଏହି ଯୁବତୀ ତାଙ୍କ ଦୁଃଖଭରା କାହାଣୀ କହିଛନ୍ତି ।

ଯୁବତୀଙ୍କ ନାମ ମେରୀ ତେମାରା । ମେରୀ ଆମେରିକାର ଫିନଲ୍ୟାଣ୍ଡରେ ରୁହନ୍ତି । ୨୮ ବର୍ଷିୟ ମେରୀ ଜଣେ ମଡେଲ । ତାଙ୍କର କହିବା କଥା ହେଲା ସେ ଏବେ ତାଙ୍କ ପାଇଁ ପରଫେକ୍ଟ ମ୍ୟାଚ୍ ଖୋଜୁଛନ୍ତି । ଉଚ୍ଚତା ଅଧିକ ଥିବାରୁ ବୟଫ୍ରେଣ୍ଡ ଖୋଜିବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି ।

୬ ଫୁଟରୁ ଅଧିକ ଉଚ୍ଚତା ହୋଇଥିବାରୁ ତାଙ୍କ ପାଇଁ ଡେଟିଂ ଏବେ ସ୍ବପ୍ନ ପାଲଟିଛି । ସେ କହୁନ୍ତି ଥରେ ଡେଟିଂ ସାଇଟରେ ତାଙ୍କୁ ୬ଫୁଟ ୩ ଇଞ୍ଚର ପୁଅ ମିଳିଥିଲା । ହେଲେ ଯେତେବେଳେ ତାଙ୍କୁ ଭେଟିବାକୁ ଗଲି ତାଙ୍କ ଉଚ୍ଚତା ଥିଲା ୫ଫୁଟ ୧୧ ଇଞ୍ଚ । ସେ ସାଇଟରେ ନିଜ ବିଷୟରେ ଭୁଲ ତଥ୍ୟ ଦେଇଥିଲେ । ଏଥିପାଇଁ ତାଙ୍କ ଟ୍ରୋଲ ବି କରାଗଲା । ଲୋକେ କହିଲେ ଝିଅର ଉଚ୍ଚତା କମ୍ ହେଲେ ଚଳିବ କିନ୍ତୁ ପୁଅର ନୁହେଁ । ଝିଅଙ୍କଠୁ ପୁଅ ସବୁବେଳେ ଲମ୍ବା ହେବା ଦରକାର । ମେରୀ କିନ୍ତୁ ଲୋକଙ୍କର ଏହି କଥାକୁ ଭୁଲ ପ୍ରମାଣିତ କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି, ମୁଁ ମୋ ଉଚ୍ଚତାଠୁ କମ୍ ଉଚ୍ଚତାର ପୁଅ ସହ ଡେଟ କରିବାକୁ ରାଜି ଅଛି । ଉଚ୍ଚତାକୁ ନେଇ କୌଣସି ବି ଫରକ ପଡ଼େନି ।

ତାଙ୍କ ପରିବାରରେ ତାଙ୍କ ସହ ବାପା, ମାଆ ଏବଂ ଭାଇଙ୍କର ବି ଉଚ୍ଚତା ଅଧିକ । ତାଙ୍କ ପରିବାରର ଏତେ ଉଚ୍ଚତା ଦେଖି ଲୋକେ ଆଶ୍ଚର୍ଯ୍ୟ ବି ହୁଅନ୍ତି ।