ତାଲିବାନୀ ନିୟମରେ ମହିଳାଙ୍କ ପ୍ରତି ଏହି ୧୦ କଟକଣା, ନମାନିଲେ….

1 min read

ତାଲିବାନୀର କ୍ରୁର ଶାସନ କାହାକୁ ଅଜଣା ନାହିଁ । ମହିଳା ମାନଙ୍କ ପ୍ରତି ଏହି ସଂଗଠନର ଆଭିମୁଖ୍ୟ ଆଉ ଅଛପା ନାହିଁ  । ୨୦୦୧ ମସିହା ହିଁ ଆଫଗାନିସ୍ତାର ଅନ୍ଧାରି ଶାସନର ମୁକ ସାଖୀ  ।  ଯେତେବେଳେ ସମଗ୍ର ବିଶ୍ୱ ଅଧିକାରର କଥା କହୁଛି  । ଅଧିକାର ପାଇଁ ଲଢେଇ କରୁଛି  ।  ସେତେବେଳେ ଏଠାରେ ଅଧିକାରକୁ ଅଗ୍ନିରେ ଝାସ ଦିଆଯାଉଛି  । କଥା କହିଲେ ମୁଣ୍ଡ ଗଡୁଛି  । ପ୍ରତିବାଦ କଲେ ପ୍ରତାରଣା ଭୋଗିବାକୁ ପଡୁଛି  । ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ତ, ମହିଳା ମାନଙ୍କୁ ଉପଭୋଗୀୟ ବସ୍ତୁ ବୋଲି ମାନିନେଲଣି  । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି, ଆଜିର ଦିନରେ ମଧ୍ୟ ଏଭଳି ଅକଥନୀୟ ଶାସନକୁ ସମଗ୍ର ବିଶ୍ୱ ସିନେମା ପରି ଦେଖୁଛି  ।

ଯାତନାର ଅଗ୍ନିରେ କୌଣସି  ମୂହୂର୍ତ୍ତରେ ବି ଝାସ ଦେବାକୁ ପ୍ରସ୍ତୁତ ଏଠାକାର ମହିଳା  ।  କାରଣ ତାଲିବାନ ଯଦି ସରକାର ଗଢିବାର ମାନ୍ୟତା ପାଏ  । ତେବେ ଆଉଗାନିସ୍ତାନର ମହିଳା ମାନଙ୍କ ଜୀବନ ନର୍କ ଯନ୍ତ୍ରଣା ଠାରୁ ବି ବଳିଯିବ ।  ୨୦୦୧ ମସିହାରେ ମଧ୍ୟ ଏଠାକାର ମହିଳା ଅନେକ କିଛି ସହିଛନ୍ତି  । ବଞ୍ଚି ଥାଉ ଥାଉ ଜାବନକୁ ଜରାଜୀର୍ଣ୍ଣ କରିଦେଇଛନ୍ତି  । ଆଉ ପୁଣି ଥରେ ଆଉଗାନିସ୍ତାନକୁ ତାଲିବାନ ନିଜ କବ୍ଜାକୁ ନେଇଛି  । ଏବଂ ପୁଣି ଥରେ ସରିଆ ଆଇନ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି ତାଲିବାନ  । କିନ୍ତୁ ଏହି ସରିଆ ଆଇନରେ ମହିଳା ମାନଙ୍କ ପ୍ରତି କଣ ରହିଛି ନିୟମ  । ବିଶେଷ କରି ମହିଳା ମାନଙ୍କ ପ୍ରତି ୧୦ଟି ପ୍ରମୁଖ ନିୟମ ଆଣିବାକୁ  ଯାଉଛି ତାଲିବାନ  । ତେବେ କଣ ରହିଛି ଏହି ୧୦ ଟି ନିୟମ….

 

ପ୍ରଥମତଃ ତାଲିବାନର ପଏଣ୍ଟ ୧ ରେ ରହିଛି, ମହିଳା ମାନେ ଏକାକୀ କୌଣସି ମଧ୍ୟ ରାସ୍ତାରେ ଯାଇ ପାରିବେ ନାହିଁ  । ଯଦି ବା କାହା ସହିତ କୁଆଡ଼େ ଯାଉଛନ୍ତି  । ତେବେ ସେ ତାଙ୍କ ନିକଟ ବା ଘନିଷ୍ଠ ସମ୍ପର୍କୀୟ ହୋଇଥି୍ବା ଆବଶ୍ୟକ  ।

ଦ୍ୱିତୀୟରେ- ଯଦି ଆଫଗାନିସ୍ତାନ କୌଣସି ମହିଳା ଘର ବାହାରକୁ ବାହାରିବେ, ତେବେ ତାଙ୍କୁ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ ରହିଛି  ।

ତୃତୀୟରେ ରହିଛି – ପୁରୁଷଙ୍କୁ ମହିଳାଙ୍କ କୌଣସି ବି ଆତ ଯାତର ଶବ୍ଦ  ନଶୁଭାଯିବା ଦରକାର, ଯେଉଁଥିପାଇଁ ଆଉଗାନିସ୍ତାନର ମହିଳା ମାନେ ହାଇ ହିଲ ପିନ୍ଧିପାରିବେ ନାହିଁ  ।

ଚତୁର୍ଥ ପଏଣ୍ଟ ରହିଛି- ସର୍ବସାଧାରଣ ସ୍ଥାନ ବା କୌଣସି ଅପରିଚିତ ବ୍ୟକ୍ତିଙ୍କ ସାମ୍ନାରେ ମହିଳାଙ୍କ ସ୍ୱର ଶୁଭିବ ନାହିଁ | ଅର୍ଥାତ ଏହି ସବୁ ସ୍ଥାନରେ ମହିଳାମାନେ କଥା କହିପାରିବେ ନାହିଁ  ।

ସରିଆ ଆଇନର ପଞ୍ଚମ ପଏଣ୍ଟରେ ମହିଳାମାନଙ୍କ ପ୍ରତି ରହିଛି- ଆଫଗାନିସ୍ତାନରେ ଯେତେ ସବୁ ଘର ରହିଛି, ତାହାର ଗ୍ରାଉଣ୍ଡ ଫ୍ଲୋର କବାଟ, ଝରକା ଆଦି ରଙ୍ଗ ହେବା ବାଧ୍ୟତାମୂଳକ, ଯଦ୍ୱାରା ଘର ଭିତରେ ରହୁଥିବା ମହିଳା ମାନେ ଯେପରି ବାହାରକୁ ଦେଖା ଯିବେ ନାହିଁ  ।

ମହିଳାମାନଙ୍କ ଫଟୋ ଉଠାଯାଇପାରିବ ନାହିଁ  । କୌଣସି ପେପର, ବହି କିମ୍ବା ଫ୍ଳେକ୍ସ ଆଦିରେ ମଧ୍ୟ ଛପା ଯିବ ନାହିଁ   । ଏହା ବ୍ୟତୀତ ଘରେ ମଧ୍ୟ କୈଣସି ମହିଳାଙ୍କ ଫଟୋ ଲଗାଯିବ ନାହି ବୋଲି ତାଲିକାର ୬ ନମ୍ବରରେ ଉଲ୍ଲେଖ ରହିଛି  ।

ସାତ ନମ୍ବରରେ ରହିଛି- ସମଗ୍ର ଦେଶରେ ଯେଉଁଠି ବି ମହିଳାଙ୍କ ନାମରେ କୌଣସି ସ୍ଥାନ କିମ୍ବା ଅନୁଷ୍ଠାନ ନାମିତ ଅଛି  । ସେସବୁ ତତକ୍ଷାଣତ ହଟାଯିବ  ।

ଆଠ ନମ୍ବରରେ ରହିଛି- ମହିଳା ମାନେ ଯଦି ବା ଉପର ମହଲାରେ ରହୁଛନ୍ତି କିନ୍ତୁ ସେମାନେ ବାଲକୋନି ପାଖକୁ ଆସିପାରିବେ ନାହିଁ  । ଅର୍ଥାତ ବାଲକୋନିରେ ଥିବା କବାଟ ହିଁ ସେମାନଙ୍କ ଶେଷ ସୀମା  ।

ସେହିପରି ପଏଣ୍ଟ ୯ ହେଉଛି- ଅଫଗାନିସ୍ତାନର ମହିଳାମନେ କୌଣସି ମଧ୍ୟ ସ୍ଥାନରେ ଏକତ୍ର ହୋଇପାରିବେ ନାହିଁ  । ଏକାଧିକ ମହିଳାଙ୍କୁ ଏକତ୍ର ହେବାର ଅଧିକାରରେ ଅଙ୍କୁଶ ଲଗାଯିବ  ।

ଆଇନର ଅନ୍ତିମ ଅର୍ଥାତ ୧୦ ନମ୍ବରରେ ଉଲ୍ଲେଖ ରହିଛି ଯେ, ଦେଶର ମହିଳା ମାନେ ନିଜ ଇଛା  ମୁତାବକ ବିବାହ କରିପାରିବେ ନାହିଁ  । ଏବଂ ନଖରେ କୌଣସି ରଙ୍ଗ ଲଗାଇପାରିବେ ନାହିଁ  । ଯଦି ଏହି ସବୁ ନିୟମରେ କିଏ ବି ଖିଲାପ କରନ୍ତି, ତେବେ ଆଫଗାନିସ୍ତାନରେ ହେବାକୁ ଯାଉଥିବା ତାଲିବାନ ସରକାର ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ  ।

ଏବଂ ଏହି ଆଇନ ଅତ୍ୟନ୍ତ ବିଭତ୍ସ ଏବଂ ଭୟଙ୍କର ମଧ୍ୟ…ଯେବେ ତାଲିବାନ ସରକାର ଆଉଗାନିସ୍ତାନରେ ରାଜୁତି କରୁଥିଲା  । ସେବେ ଯଦି କୌଣସି ମହିଳା ତାଲିବାନର ନିୟମ ବିରୁଦ୍ଧରେ ଯାଏ, ତେବେ ସେମାନଙ୍କୁ ସର୍ବସମୁଖରେ ଯୌନଦାସୀ ହେବାକୁ ପଡ଼େ  । ମୃତ୍ୟୁ ଦଣ୍ଡ ଭୋଗିବାକୁ ପଡ଼େ  । ସର୍ବସାଧାରଣ ସ୍ଥାନରେ ଅତର୍କୀତ ମାଡ ମରାଯାଏ  । ନଚେତ କାନ ଏବଂ ନାକ କଟିଦିଅନ୍ତି କ୍ରୁର ତାଲିବାନୀ  ।

Leave a Reply