ତାଇଓ୍ବାନର ‘ଫ୍ରଗମେନ୍’ ନାଁ ଶୁଣିଲେ ହଜିଯାଏ ଜିନପିଙ୍ଗଙ୍କ ନିଦ

1 min read

ନୂଆଦିଲ୍ଲୀ: ବିଶ୍ବଯୁଦ୍ଧ ମୁହଁରେ ଦୁନିଆ । ଖୋଲିବାରେ ଲାଗିଛି ନୂଆ ନୂଆ ଓ୍ବାର ଫ୍ରଣ୍ଟ । ଋଷ-ୟୁକ୍ରେନ ଯୁଦ୍ଧ ଯେ କୌଣସି ସମୟରେ ତୃତୀୟ ବିଶ୍ବଯୁଦ୍ଧର ରୂପ ନେଇପାରେ । ଏମିତି ସ୍ଥିତିରେ ଚୀନ ଓ ତାଇଓ୍ବାନ ମଧ୍ୟରେ ଦେଖା ଦେଇଥିବା ବିବାଦ ବିଶ୍ବଯୁଦ୍ଧ ଆଡ଼କୁ ମୁହାଁଉଛି । ଚୀନ ଆକ୍ରମଣରୁ ତାଇଓ୍ବାନକୁ ରକ୍ଷା କରିବାକୁ ଆମେରିକା ଛିଡ଼ା ହୋଇଛି । ଆମେରିକାର ଯୁଦ୍ଧ ଜାହାଜ ତାଇଓ୍ବାନ ଚାରି ପାଖରେ ସୁରକ୍ଷା ବଳୟ ସୃଷ୍ଟି କରିଛନ୍ତି । ଚୀନର ତାଇଓ୍ବାନ ଆକ୍ରମଣ ଭୁଲ ଅପେକ୍ଷାରେ ରହିଛି ଆମେରିକା । ଏହାପରେ ଦୁଇ ଓ୍ବାଲ୍ଡ ପାଓ୍ବାର ହେବେ ମୁହାଁମୁହିଁ । ଆଉ ଏହାର ଚିଙ୍ଗାରୀ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଡେଇଁ ବିଶ୍ବଯୁଦ୍ଧର ରୂପ ନେବାକୁ ସମୟ ଲାଗିବନି ।

ଏମିତି ସ୍ଥିତିରେ ତାଇଓ୍ବାନ ସେନାକୁ ନେଇ ବହୁତ ଅଟକଳ କରାଯାଉଛି । ବିଶ୍ବର ଦ୍ବିତୀୟ ସୈନ୍ୟ ଶକ୍ତି ଚୀନ ଆଗରେ ତାଇଓ୍ବାନ କେତେ ସମୟ ଛିଡ଼ା ହୋଇ ପାରିବ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ହେଲେ ଆଜି ଆମେ ତାଇଓ୍ବାନର ଏମିତି ଏକ ସ୍ପଶାଲ ଫୋର୍ସ ସମ୍ପର୍କରେ କହିବାକୁ ଯାଉଛୁ, ଯାହାର ନାଁ ଶୁଣିଲେ ଚୀନର ବତି ଗୁଲ୍ ହୋଇଯାଇଥାଏ । ଏହି ଫୋର୍ସର ଆକ୍ରମଣକୁ ସାମ୍ନା କରିବାକୁ ନା ଚୀନ ସେନା, ନା ଚୀନ ଗୋଳାବାରୁଦର ଦମ ଅଛି । ମାତ୍ର କିଛି ସମୟରେ ତାଇଓ୍ବାନର ଏହି ସ୍ପେଶାଲ ଫୋର୍ସ ଯୁଦ୍ଧର ରୂପ ବଦଳାଇ ଦେବାକୁ ସକ୍ଷମ । ଏଥିପାଇଁ ଭାରତ, ଆମେରିକା, ଋଷ ଭଳି ଶକ୍ତିଶାଳୀ ଦେଶଙ୍କ ସ୍ପେଶାଲ ଫୋର୍ସଙ୍କ ସହ ତାଇଓ୍ବାନର ଏହି ସ୍ପେଶାଲ ଫୋର୍ସ ତୁଳନା କରାଯାଇଥାଏ ।

ତେବେ ବେଶି ଡେରି ନକରି ଆସାନ୍ତୁ ଜାଣିବା ତାଇଓ୍ବାନର ଏହି ସ୍ପେଶାଲ ଫୋର୍ସ ସମ୍ପର୍କରେ ଯାହାର ନାଁ ଶୁଣିଲେ ଜିନପିଙ୍ଗଙ୍କ ରାତିର ନିଦ ହଜିଯାଏ । ଯାହାର ନାଁ ଶୁଣିଲେ ଚୀନ ଯବାନଙ୍କ ଭିତରେ କୋକୁଆ ଭୟ ଖେଳିଯାଏ ।

ତାଇଓ୍ବାନ ପାଖରେ ଏକାଧିକ ସ୍ପେଶାଲ ଫୋର୍ସ ଅଛି, ଯାହା ଏଲିଟ୍ ଗ୍ରୁପରେ ଆସିଥାଏ । ଏମାନଙ୍କ ମଧ୍ୟରୁ ସି ଡ୍ରାଗନ ଫ୍ରଗମେନ୍ ଏମିତି ଏକ ଫୋର୍ସ, ଯାହାର ଆକ୍ରମଣକୁ ପ୍ରତିହତ କରିବା ଅସମ୍ଭବ । ତାଇଓ୍ବାନର ଫ୍ରଗମେନ୍ ଅତ୍ୟନ୍ତ ଘାତକ । ବିଶେଷ କରି ଖୋଲା ସ୍ଥାନରେ ଏମାନଙ୍କୁ ସମ୍ମୁଖୀନ ହେବାର ଅର୍ଥ ମୃତ୍ୟୁକୁ ଆମନ୍ତ୍ରଣ କରିବା ।

ଏବେ ଆସନ୍ତୁ ଜାଣିବା ତାଇଓ୍ବାନର ଏହି ସ୍ପେଶାଲ ଫୋର୍ସ ଗଠନ ଓ ଏହାର ଯବାନଙ୍କୁ ଟ୍ରେନିଂ ପ୍ରକ୍ରିୟା ଉପରେ ।

୧୯୪୯ରେ ଆମେରିକାର ସହାୟତାରେ ତାଇଓ୍ବାନ ଏହି ସ୍ପେଶାଲ ଫୋର୍ସ ଗଠନ କରିଥିଲା । ଏମାନଙ୍କ ଟ୍ରେନିଂ ଆମେରିକାର ନେଭି ସିଲସ୍ କମାଣ୍ଡୋଙ୍କ ସହ ହୋଇଥାଏ । ଏହି ଟିମର ପ୍ରକୃତ ନାଁ ହେଉଛି ୧୦୧ ଆମ୍ଫିବିୟସ ରିକୋନସେନ୍ସ ବାଟାଲିୟନ । ଏମାନେ ମୁଖ୍ୟତଃ ପାଣି ଭିତରେ ରହି ଦେଶର ସୀମା ସୁରକ୍ଷା କରିବା ପାଇଁ ପ୍ରତିଷ୍ଠା କରାଯାଇଥିଲା । ହେଲେ ଏମାନେ ଷ୍ଟ୍ରିଟ୍ ଫାଇଟ୍, ଜଙ୍ଗଲ ଓ୍ବେରଫେୟାର ଓ ଗରିଲା ଯୁଦ୍ଧ କରିବାକୁ ମଧ୍ୟ ସକ୍ଷମ । ଏମାନଙ୍କ ଆକ୍ରମଣ ଏତେ ଘାତକ ଯେ, ଶତ୍ରୁ ଆକ୍ରମଣର ଟେର୍ ପାଇ ନଥାଏ ।

ଫ୍ରଗମେନର ସବୁଠାରୁ ବଡ଼ କ୍ଷମତା ହେଲା ଲୁଚିକି ଆକ୍ରମଣ କରିବା । ଥରେ ଏମାନେ କୌଣସି ମିଶନରେ ବାହାରିଲେ ତାକୁ ପୂରା କରି ଫେରିଥାନ୍ତି ।

ଏମିତି ସ୍ଥିତିରେ ଯଦି ଯୁଦ୍ଧ ହୁଏ ତେବେ ଚୀନ ଯବାନଙ୍କୁ ଫ୍ରଗମେନ୍ ଫୋର୍ସ ସମ୍ମୁଖରେ ନାକେଦମ ହେବାକୁ ପଡ଼ିବ । କାରଣ ଫ୍ରଗମେନ୍ ଫୋର୍ସ କେବଳ ଚୀନ ଯବନାଙ୍କୁ ନୁହେଁ, ସେମାନଙ୍କ ଆର୍ଟିଲରୀ, ତୋପ, ବଖତରବନ୍ଦ ଗାଡିର ଧଜିଆ ଉଡ଼ାଇବାକୁ ସକ୍ଷମ ।

ଦେଶ ଉପରେ ନଜର ରଖିବା, ଗୁପ୍ତଚରୀ, ଲୁଚିଛପି ଶତ୍ରୁଙ୍କ ଇଲାକାରେ ଏଣ୍ଟ୍ରି, ଯୋଗାଯୋଗ, ଜଳସୀମା ସୁରକ୍ଷା ଓ ଗୁପ୍ତ ଅପରେସନ ହେଉଛି ଫ୍ରଗମେନ୍ ଫୋର୍ସର ମୁଖ୍ୟ କାମ ।

ଏଥିରେ ସାମିଲ ହେଉଥିବା ଯବାନଙ୍କୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହାପରେ ସେମାନଙ୍କୁ ୧୫ ସପ୍ତାହର କଠୋର ଟ୍ରେନିଂ ଦିଆଯାଇଥାଏ । ଏହି ଟ୍ରେନିଂକୁ ଦି ଆଇରନ୍ ମ୍ୟାନ୍ ରୋଡ କୁହାଯାଇଥାଏ । ଏହାପରେ ୫ ଦିନ କ୍ବାଲିଫିକେସନ୍ କୋର୍ସ କରିବାକୁ ପଡ଼ିଥାଏ ।

୧୫ ସପ୍ତାହର ଟ୍ରେନିଂ ପରେ ମାତ୍ର ୨୦ ପ୍ରତିଶତ ସି ଡ୍ରାଗନ୍ ଫ୍ରଗମେନ୍ ହୋଇପାରନ୍ତି । ଏମାନଙ୍କୁ ଯେତେବେଳେ କମାଣ୍ଡୋ ଘୋଷଣା କରାଯାଏ, ସେ ସମୟରେ ତାଙ୍କ ଶରୀରରେ ୟୁନିଟ୍ ବ୍ୟାଚର ପିନ୍ ମାରି ଟାଟୁ କରାଯାଇଥାଏ । ଏହାପରେ ଏମାନେ ସି ଡ୍ରାଗନ୍ ଫ୍ରଗମେନ୍ ଭାବେ ମାନ୍ୟତା ପାଇଥାନ୍ତି ।

ଏମାନଙ୍କ ପାଖରେ ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଥାଏ । ଯେକୌଣସି ଗୁପ୍ତ ଅପରେସନରେ ଏହାର ବ୍ୟବହାର ପାଇଁ ଏମାନଙ୍କ ପାଖରେ ଅନୁମତି ଥାଏ । ତାଇଓ୍ବାନର ଏହି ସ୍ପେଶାଲ ଫୋର୍ସରେ କେତେ କମାଣ୍ଡୋ ଅଛନ୍ତି ତାହା କାହାକୁ ଜଣାନାହିଁ ।

ଫ୍ରଗମେନ୍ ବ୍ୟତୀତ ତାଇଓ୍ବାନ ପାଖରେ ଏୟାରବର୍ଣ୍ଣ ସ୍ପେଶାଲ ସର୍ବିସ୍ କମ୍ପାନୀ, ରିପବ୍ଲିକ ଆଫ ଚାଇନା ମିଲେଟାରୀ ପୋଲିସ ସ୍ପେଶାଲ ସର୍ଭିସ୍ କମ୍ପାନୀ, ଥଣ୍ଡର ସ୍କ୍ବାଡ  ପରି ଏଲିଟ ଗ୍ରୁପର ସ୍ପେଶାଲ ଫୋର୍ସ ଅଛି ଯାହା ଚୀନର ବିଶାଳ ସେନାକୁ ମାତ୍ର କିଛି ଘଣ୍ଟାରେ ଧ୍ବଂସ କରିବାକ ସକ୍ଷମ ।