ସାଫ୍ ଅଣ୍ଡର-୨୦ ଚାମ୍ପିୟନସିପ୍: ଆସନ୍ତାକାଲି ଗ୍ରାଣ୍ଡ ଫିନାଲେରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

1 min read

ଭୁବନେଶ୍ୱର: ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଗ୍ରାଣ୍ଡ ଫିନାଲେ । କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଉଥିବା ସାଫ୍ ଅଣ୍ଡର-୨୦ ଚାମ୍ପିୟନସିପରେ ଆସନ୍ତା କାଲି ସନ୍ଧ୍ୟା ୭ଟାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚରେ ଉଭୟ ଟିମ୍ ବିଜୟ ହାସଲ କରିବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଲିଗ୍ ପର୍ଯ୍ୟାୟରେ ଭାରତକୁ ବାଂଲାଦେଶ ହରାଇ ଥିଲା ତେବେ ପରାଜୟରେ ପ୍ରତିଶୋଧ ନେବାକୁ ଫାଇନାଲରେ ଚେଷ୍ଟା କରିବ ଭାରତ । ଆସନ୍ତାକାଲି ସନ୍ଧ୍ୟାରେ ଭାରତ ଓ ବାଂଲଦେଶ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚର ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେବେ ଏହି ମ୍ୟାଚରେ ଦର୍ଶକଙ୍କୁ ମଧ୍ୟ ଖେଳ ଦେଖିବାକୁ ସୁଯୋଗ ମିଳିବ।

ଦର୍ଶକଙ୍କ ଗହଣରେ ଆସନ୍ତାକାଲି ଫାଇନାଲ ମ୍ୟାଚ ଖେଳାଯିବ । ମ୍ୟାଚ ପୂର୍ବରୁ ଭାରତୀୟ ଦଳର କୋଚ୍ ଓ ଅଧିନାୟକ ପ୍ରେସମିଟରେ ବିଜୟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ପୂର୍ବରୁ ବାଂଲାଦେଶକୁ ଫାଇନାଲରେ ହରାଇ ଟ୍ରଫି ଜିତିଛୁ ବୋଲି କହିଛନ୍ତି କୋଚ୍ ଏସ ଭେଙ୍କେଟେସ୍ । ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଆସନ୍ତାକାଲି ମ୍ୟାଚ ପାଇଁ ସମସ୍ତେ ପ୍ରସ୍ତୁତ ଥିବା କହିଛନ୍ତି ଅଧିନାୟକ । ୫ଟି ଦେଶକୁ ନେଇ ଗତ ୨୫ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତାକାଲି ଶେଷ ହେବ ।