ମିଠା ଉପରେ ଡେଟ୍ ଟ୍ୟାଗ୍ ବ୍ୟବସ୍ଥାକୁ ବିରୋଧ କଲେ ମିଠା ବେପାରୀ…

ଭୁବନେଶ୍ୱର : ଏଣିକି ମିଠା ବେପାରୀ ପ୍ରତି ପ୍ୟାକେଟ୍ କିମ୍ୱା ମିଠା ଟ୍ରେରେ ପ୍ରସ୍ତୁତି ଓ ଏକ୍ସପାରୀ ଡେଟ୍ ଲେଖିବେ । କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ପରେ ରାଜ୍ୟର ମିଠା ଦୋକାନୀଙ୍କର ଅଡ଼ୁଆ ବଢ଼ିଛି । ରାଜ୍ୟରେ କେନ୍ଦ୍ର ସରକାରଙ୍କ ଏହି ଆଇନକୁ ଲାଗୁ ନକରିବା ପାଇଁ ମିଠା ଦୋକାନୀମାନେ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି ଜଣାଇଛନ୍ତି । ମିଠା ଦୋକାନୀଙ୍କ କହିବା କଥା ଯେ ଭିନ୍ନ ଭିନ୍ନ ମିଠାର ସତେଜ ରହିବା ସମୟ ଅଲଗା ଅଲଗା ।

କିଛି ମିଠା ଦୁଇରୁ ତିନି ଦିନ ସତେଜ ରହିଥାଏ ତ ଅନ୍ୟ କିଛି ମିଠା ଅନେକ ଦିନ ପର୍ଯ୍ୟନ୍ତ ସତେଜ ରୁହେ । ଛେନାପୋଡ଼ା ଭଳି ମିଠା ଅନେକ ଦିନ ରହିପାରେ ମାତ୍ର ଫ୍ୟାନ୍ସି ମିଠା ଏତେ ଦିନ ସତେଜ ରୁହେନି । ଏଣୁ ମିଠା ଉପରେ ତାରିଖ ରହିଲେ, ଗ୍ରାହକମାନେ କେବଳ ସେହି ଦିନର ମିଠା କିଣିବାକୁ ପସନ୍ଦ କରିବେ । ଏଭଳି ହେବା ଦ୍ୱାରା ପୂର୍ବ ଦିନର ମିଠା ବିକ୍ରି କରିବାରେ ମଧ୍ୟ ସମସ୍ୟା ହେବ ।

ଉଲ୍ଲେଖଯୋଗ୍ୟ କରୋନା ମାଡ଼ରେ ହୋଇଥିବା ଆର୍ଥିକ ଆବନତିର ବ୍ୟାପକ ପ୍ରଭାବ ଏହି ମିଠା ଦୋକାନୀଙ୍କ ଉପରେ ମଧ୍ୟ ପଡ଼ିଛି । ତେଣୁ ଏବେ ପୁଣି କେନ୍ଦ୍ର ସରକାରଙ୍କ ଏଭଳି ନିୟମ ଏମାନଙ୍କ ପାଇଁ ସମସ୍ୟା ବଢ଼ିପାରେ ବୋଲି ମିଠା ବ୍ୟବସାୟୀ କହିଛି । େହିକ୍ରମରେ ସୋମବାର ବ୍ୟବସାୟୀ ସଂଘର ଫୁଡ କମିଶନରଙ୍କ ବୈଠକ ରହିଛି ।

Leave a Reply