ଆଜି ପୁଣି ବିଗିଡିଛି ଦିଲ୍ଲୀ ବାୟୁ, ପଦକ୍ଷେପ ନେବାକୁ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ

1 min read

ନୂଆଦିଲ୍ଲୀ: ପୁଣି ବିଗୁଡୁଛି ପ୍ରଦୂଷଣର ମାନ। ଗତକାଲିର ବର୍ଷା ପରେ ପ୍ରଦୂଷଣରୁ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା । ତେବେ ଆଜି ପୁଣି ଦିଲ୍ଲୀରେ ବିଗିଡିଛି ସ୍ଥିତି। ଆଜି ପୁଣି ଖରାପ ସ୍ଥିତିକୁ ଚାଲିଆସିଛି ବାୟୁର ଗୁଣବତ୍ତା ମାନ । ଆନନ୍ଦବିହାର ଅଂଚଳରେ ଏକ୍ୟୁଆଇ ୨୮୨ ରେକର୍ଡ ହୋଇଛି । ସେହିପରି ଆରକେ ପୁରମରେ ୨୨୦, ପଞ୍ଜାବୀ ବାଗରେ ୨୩୬ ଏବଂ ଆଇଟିଓ ଅଂଚଳରେ ୨୬୩ ଏକ୍ୟୁଆଇ ରେକର୍ଡ ହୋଇଛି।

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦିଲ୍ଲୀରେ ବାୟୁର ମାନ ପୋର୍ କାଟାଗୋରିରେ ରହିଛଇ । ସପ୍ତାହକ ଧରି ଦିଲ୍ଲୀରେ ଲୋକେ ଅଣନିଶ୍ବାସୀ ହେବା ପରେ ବର୍ଷାରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢିବା ସହ ବାୟୁରେ କ୍ଷତିକାରଣ କଣିକା ଗୁଡିକର ସଂଖ୍ୟା ଶହେ ଗୁଣା ବଢିଯାଇଥିଲା। ଗତ ଗୁରୁବାର ଦିନ ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଥିଲା ଦିଲ୍ଲୀ ।

ଦିଲ୍ଲୀରେ ପ୍ରଦୂଷଣର ମାତ୍ରା କମାଇବାକୁ ରାଜ୍ୟ ସରକାର ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪କୁ ଲାଗୁ କରିଛନ୍ତି । ଦିଲ୍ଲୀକୁ ବାହାରୁ ଟ୍ରକ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଗାଜିପୁର ଏବଂ ଟିକରି ସୀମାରେ ଟ୍ରକ ଗୁଡିକୁ ଦିଲ୍ଲୀ ଭିତରକୁ ଛାଡୁନାହିଁ ପୋଲିସ।ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଯାନବାହନ ମଧ୍ୟରେ କେବଳ ସିଏନଜି, ଇଲେକଟ୍ରିକ୍ ଏବଂ ବିଏସ-୪ ମାନକ ଗାଡିଗୁଡିକର ପ୍ରବେଶକୁ ଅନୁମତି ରହିଛି ।

ପଞ୍ଜାବରେ ଚାଷ ଜମିରେ ଥିବା ପାଳ ଓ ନଡ଼ା ଜଳଯାଉଥିବାରୁ ପ୍ରଦୂଷଣର ମାତ୍ରା ବଢିଛି । ବର୍ତ୍ତମାନ ସୁଦ୍ଧା ଚଳିତ ବର୍ଷ ୨୩ ହଜାର ୬୨୬ଟି ନଡା ପୋଡ଼ି ମାମଲା ନଜରକୁ ଆସିଛି। ଗୁରୁବାର ଦିନ ୬୩୯ଟି ସ୍ଥାନରେ ନଡ଼ା ପୋଡ଼ାଯିବା ଘଟଣା ସାମନାକୁ ଆସିଛି । ସେପଟେ ଦୀପାବଳି ପାଇଁ ମଧ୍ୟ ଦିଲ୍ଲୀରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ପ୍ରଦୂଷଣ ନେଇ ଗତକାଲି ଗୁରୁତ୍ବାରୋପ କରି ସୁପ୍ରିମକୋର୍ଟ ପଦକ୍ଷେପ ନେବାକୁ ଦିଲ୍ଲୀ ସରକାରଙ୍କୁ ତାଗିଦ କରିଥିଲେ  ।