ସୁପ୍ରିମ କୋର୍ଟଙ୍କ ବଡ଼ ରାୟ: ଭଙ୍ଗାଯିବ ନୀଳଗିରି ପାହାଡ଼ ଉପରେ ଥିବା ବଲିଉଡ ଅଭିନେତାଙ୍କ ରିସୋର୍ଟ

ନୂଆଦିଲ୍ଲୀ: ବଡ଼ ବଡ଼ ବଲିଉଡ ଅଭିନେତାଙ୍କ ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ରାୟ । ତାମିଲନାଡୁର ନୀଳଗିରି ପାହାଡ଼ ଉପରେ ରହିଛି ଜଣଶୁଣା ଅଭିନେତା ମାନଙ୍କର ନାମି ଦାମି ରେଷ୍ଟୁରାଣ୍ଟ ଏବଂ ରିସୋର୍ଟ । ଏହି ସବୁ ରିସୋର୍ଟ ମଦୁମଲାଇ ଫରହେଷ୍ଟ ରେଞ୍ଜରେ ଆସୁଛି ଏହି ସବୁ ରିସୋର୍ଟ । ଏହି ସବୁ ରିସୋର୍ଟ ଉପରେ ସୁପ୍ରିମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଙ୍ଗଲ ମଧ୍ୟରେ ରିସୋର୍ଟ ତିଆରି ହେବା ପରେ ଜଙ୍ଗଲ ଏବଂ ପାହାର ତାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ହରାଉଛି । ଯେଉଥିପାଇଁ ହାତୀ ମାନେ ଅଧିକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ତାମିଲନାଡୁର ନୀଳଗିରି ପାହାଡ଼ ଉପରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହିତ ଅନ୍ୟ ଜଣାଶୁଣା ସେଲିବ୍ରିଟିଙ୍କର ରହିଛି ନାମିଦାମି ରିସୋର୍ଟ । ଯାହାକୁ ଏବେ ଭଙ୍ଗାଯିବ ବୋଲି ନିଜର ରାୟରେ ସୁପ୍ରିମ କୋର୍ଟ ଶୁଣାଇଛନ୍ତି । ଏହି ରିସୋର୍ଟ ଗୁଡିକ ନୀଳଗିରି ପାହାଡ଼ ଉପରେ ବେଆଇନ ଭାବରେ ନିର୍ମାଣ କରାଯାଇଛି । ଯେଉଁଥିପାଇଁ ବୁଧବାର ସୁପ୍ରିମକୋର୍ଟ ରିସୋର୍ଟ ଗୁଡ଼ିକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବହୁ ପ୍ରଭାବଶାଳୀ ବ୍ୟକ୍ତି ନୀଳଗିରି ପାହାଡର ମଦୁମଲାଇ ବନ ରେଞ୍ଜରେ ରିସୋର୍ଟ କରିଥିଲେ । ସେଥିମଧ୍ୟରୁ ମିଥୁନ ଚକ୍ରବର୍ତ୍ତୀଙ୍କର ଏକ ରିସୋର୍ଟ ମଧ୍ୟ ଅଛି । ପାଣିପାଗ ବଦଳିବା ସହିତ ହାତୀମାନେ ବହୁ ସଂଖ୍ୟାରେ ଏହି ଅଞ୍ଚଳ ଦେଇ ଯିବାଆସିବା କରିଥାନ୍ତି । ଏହି ରିସର୍ଟ ନିର୍ମାଣ ହେବା ପରଠାରୁ ସେଠାରେ ଲୋକମାନେ ସେମାନଙ୍କର ଜନସଂଖ୍ୟା ବୃଦ୍ଧି କରିବା ଆରମ୍ଭ କରିଛନ୍ତି । ଯାହାଫଳରେ ହତୀମାନେ ସେମାନଙ୍କର ବାସସ୍ଥାନକୁ ହରାଉଛନ୍ତି ଏବଂ ରାସ୍ତାରୁ ହାତୀମାନଙ୍କର ସ୍ଥାନାନ୍ତରଣକୁ ଏହା ପ୍ରଭାବିତ କରୁଛି ।

୨୦୧୧ ରେ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ

୨୦୧୧ ରେ ନିଜେ ରିସୋର୍ଟ ଭାଙ୍ଗିବାକୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମିଥୁନ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଲୋକ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସେବେଠାରୁ ଏହି ମାମଲା ସୁପ୍ରିମକୋର୍ଟରେ ଅଟକି ରହିଥିଲା । ଏବେ ସୁପ୍ରିମକୋର୍ଟ ମାଡ୍ରାସା ହାଇକୋର୍ଟଙ୍କ ଆଦେଶ ଉପରେ ତାଙ୍କର ମୋହର ମାରିଛନ୍ତି ।

୨୦୧୧ ରେ ହାଇକୋର୍ଟଙ୍କ ଦ୍ୱାରା ପରିବେଶ ପ୍ରତି ବିପଦକୁ ଦୃଷ୍ଟିରେ ରଖି ମିଥୁନଙ୍କ ରିସୋର୍ଟ ସମେତ ଏହି ଅଞ୍ଚଳର ଆଉ କିଛି ହୋଟେଲ ଭାଙ୍ଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ମିଥୁନ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ କରିଥିଲେ ଏବଂ କହିଥିଲେ ଯେ ଅନେକ ଆଦିବାସୀ ସେମାନଙ୍କ ରିସୋର୍ଟରୁ ଚାକିରୀ ପାଆନ୍ତି । ଆହୁରି ମଧ୍ୟ, ଏହି ଅଞ୍ଚଚଳରେ ଏକ ରିସୋର୍ଟ ଏବଂ ଲୋକଙ୍କ ଗତିବିଧି ଯୋଗୁଁ ହାତୀମାନଙ୍କର ଶିକାର କରିବା ମଧ୍ୟ ବନ୍ଦ ହୋଇଯାଇଛି । ତେଣୁ ରିସୋର୍ଟ ଭାଙ୍ଗିବା ଠିକ ହେବ ନାହିଁ ବୋଲି ମିଥୁନ କହିଥିଲେ ।

Leave a Reply