ଲେବାନନକୁ ହରାଇ ଟିମ୍ ଇଣ୍ଡିଆ ଚାମ୍ପିଅନ, ୧ କୋଟି ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: କଳିଙ୍ଗରେ ଉଡ଼ିଲା ଭାରତର ବିଜୟ ବାନା । ଇଣ୍ଟରକଣ୍ଟିନେଣ୍ଟାଲ କପରେ ଲେବାନନକୁ ହରାଇ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ । ଲେବାନନକୁ ୨-୦ ଗୋଲରେ ହରାଇ ଭାରତୀୟ ଫୁଟବଲ୍ ଟିମ୍ ଫାଇନାଲରେ ବାଜି ମାରିନେଇଛି । ମ୍ୟାଚର ୪୭ ମିନିଟରେ ଭାରତର ଅଧିନାୟକ ସୁନୀଲ ଛେତ୍ରୀ ପ୍ରଥମ ଗୋଲ ଦେଇଥିଲେ । ପରେ ୬୬ ମିନିଟରେ ହୋଇଥିଲା ଦ୍ବିତୀୟ ଗୋଲ୍ । ଲଲିନଜୁଲା ଚାଙ୍ଗଟେ ଦ୍ବିତୀୟ ଗୋଲ କରିଥିଲେ । ଲେବାନନ ଖେଳାଳି ଭଲ ଖେଳିଥିଲେ ମଧ୍ୟ ଗୋଲ ଦେବାରେ ସକ୍ଷମ ହୋଇପାରିନଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଷ୍ଟାଡିୟମରେ ବସି ମ୍ୟାଚ ଦେଖିଥିଲେ । ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସିହତ ବିଜୟ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟିମ୍ ଇଣ୍ଡିଆ ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।