ସବୁ ସ୍କୁଲରେ ହେବ ’ମୋ ସ୍କୁଲ ହକି କ୍ଲବ’, ନିଯୁକ୍ତ ହେବେ ପିଇଟି

ଭୁବନେଶ୍ୱର: ହକିକୁ ମିଳିବ ଅଧିକ ଗୁରୁତ୍ବ । ରାଜ୍ୟରେ ହକି କ୍ରେଜ ବଢ଼ାଇବାକୁ ସରକାର ସ୍କୁଲସ୍ତରରେ ହିଁ ହକିକୁ େଫାକସ୍ କରିବେ ।  ସବୁ ସ୍କୁଲରେ ଖେଳାଯିବ ହକି । ହକିର ବିକାଶ ପାଇଁ ସବୁ ସ୍କୁଲରେ ହେବ ମୋ ସ୍କୁଲ ହକି କ୍ଲବ । ପ୍ରାରମ୍ଭିକ ସ୍ଥରରେ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଥିବା ସ୍କୁଲରେ ମୋ ସ୍କୁଲ ହକି କ୍ଲବ ଯୋଜନା କାର୍ଯ୍ୟକାରୀ କରାଯିବ । ପରେ ଏହା ସବୁ ସ୍କୁଲରେ କାର୍ଯ୍ୟକାରୀ ହେବ । ପ୍ରତ୍ୟେକ ସ୍କୁଲରେ 30 ଛାତ୍ର ଓ 30 ଛାତ୍ରୀଙ୍କୁ ନେଇ ହକି କ୍ଲବ ଗଠନ ହେବ ।

ଏହସହ ଜଣେ ଲେଖାଏଁ ହକି ପିଇଟି ମଧ୍ୟ ନିଯୁକ୍ତି ହେବେ। ସବୁ ସ୍କୁଲକୁ ଆବଶ୍ୟକତା କିଟ ସହ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। କ୍ରୀଡା ବିଭାଗ, ଓଡ଼ିଶା ହକି ପ୍ରମୋସନ କାଉନସିଲ ଓ ହକି ଆସୋସିଏସନ ଅଫ ଓଡ଼ିଶା ମିଳିତ ଭାବେ ସ୍କୁଲ ସ୍ତରରେ ହକି ଖେଳାଳି ସୃଷ୍ଟି କରିବାକୁ ଯୋଜନା ଆରମ୍ଭ କରାଯାଇଛି । ସ୍କୁଲରେ ହକି ଖେଳ ଦ୍ୱାରା ପିଲାମାନେ ହକି ପ୍ରତି ଆକୃଷ୍ଟ ହେବେ  । ଏନେଇ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି  ।  ରାଜ୍ୟ ସରକାରଙ୍କ ହକି ପ୍ରତି ଏଭଳି ପ୍ରତିବଦ୍ଧତା ଆଗାମୀ ଦିନରେ ହକିର ବିକାଶ ସହ ରାଜ୍ୟର ହକି ଖେଳାଳୀଙ୍କ ପାଇଁ ବଡ଼ ସମ୍ଭାବନା ସୃଷ୍ଟି କରିବ ବୋଲି ମତପ୍ରକାଶ ପାଇଛି ।