ଏବେ ବି ଗାଦି ଛାଡ଼ିବାକୁ ନାରାଜ ଟ୍ରମ୍ପ, ଆମେରିକା ପ୍ରତି ବିପଦ !

Donald Trump

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବର ଦୁଇ ସପ୍ତାହରୁ ଅଧିକ ସମୟ ବିତି ସାରିଲାଣି । ହେଲେ ଏବେ ବି ଗାଦି ଛାଡ଼ିବାକୁ ନାରାଜ ଡୋନାଲ୍ଡ ଟ୍ରମ୍ପ । ଗତ ୨୦୧୬ ନିର୍ବାଚନରେ ୩୦୬ ଇଲେକ୍ଟୋରାଲ ଭୋଟ୍‌ ପାଇଥିଲେ ଟ୍ରମ୍ପ । ଆଉ ସେତେବେଳେ ଟ୍ରମ୍ପ ଏହାକୁ ବହୁମତ କହିଥିଲେ । ହେଲେ ଏଥର ସେହି ସମାନ ସଂଖ୍ୟକ ଇଲେକ୍ଟୋରାଲ ଭୋଟ ପାଇଛନ୍ତି ବାଇଡେନ୍‌ । କିସ୍ତୁ ତାଙ୍କର ବିଜୟର ଦୁଇ ସପ୍ତାହ ପରେ ମଧ୍ୟ ଟ୍ରମ୍ପ ତାହା ମାନିବାକୁ ନାରାଜ । ଏହା ଦ୍ୱାରା ଆମେରିକାର ସୁରକ୍ଷା ପ୍ରତି ବିପଦ ଆସିବାର ଆଶଙ୍କା କରାଯାଉଛି । ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌ ଓ ଉପରାଷ୍ଟ୍ରପତି କମଲା ହ୍ୟାରିସ୍‌ଙ୍କୁ ଏବେ ସୁଦ୍ଧା ଗୁଇନ୍ଦା ରିପୋର୍ଟ ଦିଆଯାଉ ନାହିଁ । ଯାହାକି ଆମେରିକା ପାଇଁ ଏହା ଭଲ ସଙ୍କେତ ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

How A Car SalesMan Son Become US President Joe Biden

ପରମ୍ପରା ଭଙ୍ଗ

ଏନେଇ ସିଏନ୍ଏନ୍ ଏକ ରିପୋର୍ଟ ମଧ୍ୟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ, ନିର୍ବାଚନ ଫଳାଫଳ ପରେ ତୁରନ୍ତ ଆମେରିକାରେ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଦାୟିତ୍ୱ ଗ୍ରହଣ କରିବା ପାଇଁ ବାଇଡେନ୍‌ ତାଙ୍କ ଟିମ୍‌ ଗଠନ କରିସାରିଛନ୍ତି । କିନ୍ତୁ, ଟ୍ରମ୍ପଙ୍କ ନିର୍ଦ୍ଦେଶ ଯୋଗୁଁ କୌଣସି ଅଧିକାରୀ ବାଇଡେନ୍‌ଙ୍କୁ ଗୁଇନ୍ଦା ସୂଚନା ଦେଉନାହାନ୍ତି । କାରଣ ରାଷ୍ଟ୍ରପତି ହେଉଛନ୍ତି ସେନାଧ୍ୟକ୍ଷ ଆଉ ଅଧିକାରୀମାନେ ତାଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ । ହ୍ୱାଇଟ୍‌ ହାଉସ୍‌ର ଓଭାଲ ଅଫିସରେ ବସିବାର ପ୍ରାୟ ଦୁଇ ମାସ ପୂର୍ବରୁ ସମ୍ବେଦନଶୀଳ ମାମଲାଗୁଡ଼ିକ ବିଷୟରେ ନୂଆ ରାଷ୍ଟ୍ରପତିଙ୍କୁ ସୂଚନା ଦିଆଯିବା କଥା । କିନ୍ତୁ ଟ୍ରମ୍ପଙ୍କ ନିର୍ଦ୍ଦେଶ ଯୋଗୁଁ ଏହି ପରମ୍ପରା ଭଙ୍ଗ ହୋଇଛି ।

America After Accepts Defeat Donald Trump Takes U Tern Says I Won The US Election 2020

ଇଣ୍ଟେଲିଜେନ୍ସ ବ୍ରିଫିଂ କମିଟି

ଗୁପ୍ତଚର ଏଜେନ୍ସିଗୁଡ଼ିକ ସାଧାରଣତଃ ସିନେଟ‌ର ଏକ କମିଟିକୁ ସୂଚନା ପ୍ରଦାନ କରିଥାନ୍ତି । କିନ୍ତୁ ଅତ୍ୟଧିକ ଗୋପନୀୟ ଏବଂ ସମ୍ବେଦନଶୀଳ ଗୁପ୍ତ ସୂଚନା କେବଳ ରାଷ୍ଟ୍ରପତି ଏବଂ କିଛି ବିଶେଷ ବ୍ୟକ୍ତିଙ୍କୁ ଦିଆଯାଇଥାଏ । ହେଲେ ଟ୍ରମ୍ପ ଏପର୍ଯ୍ୟନ୍ତ ବାଇଡେନଙ୍କୁ ଗୁପ୍ତ ତଥ୍ୟ ଦେବା ପାଇଁ ନ୍ୟାସନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକଙ୍କୁ ଅନୁମତି ଦେଇ ନାହାନ୍ତି । ତେଣୁ ବାଇଡେନ୍‌ ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ତୁରନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ । ନିଷ୍ପତି ନେବା ପାଇଁ ତାଙ୍କୁ ସମସ୍ୟା ଦେଖାଯାଇପାରେ । ଏହାଦ୍ୱାରା ଆମେରିକା ପ୍ରତି ବିପଦ ଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ବିଲ୍ କ୍ଲିଣ୍ଟନ୍ ଏବଂ ଜର୍ଜ ବୁସ୍‌ଙ୍କ ସମୟରେ ସିଆଇଏର କମାଣ୍ଡର ଦାୟିତ୍ୱରେ ଥିବା ଡେଭିଡ୍‌ କୁହନ୍ତି, ଏହା ଏକ ବିପଜ୍ଜନକ ସ୍ଥିତି । ଦେଶକୁ ଏହାର ମୂଲ୍ୟ ଦେବାକୁ ପଡ଼ିପାରେ ।

Melania Trump Is Counting The Minutes Until Divorce When Donald Leaves The White House After Lose US Elections

ଗୋଟିଏ ଭଲ କଥା

ବାଇଡେନ୍‌ ନିଜେ ୮ ବର୍ଷ ଧରି ଉପରାଷ୍ଟ୍ରପତି ରହିଆସିଛନ୍ତି । ତେଣୁ, ସେ ପ୍ରଶାସନ ଏବଂ ଇଣ୍ଟେଲିଜେନ୍ସ ଦିଗକୁ ଗମ୍ଭୀରତାର ସହ ବୁଝିଛନ୍ତି । ସବୁଠାରୁ ଭଲ କଥା ହେଉଛି, କମଲା ହ୍ୟାରିସ୍ ସିନେଟ୍‌ର ଇଣ୍ଟେଲିଜେନ୍ସ କମିଟିର ଜଣେ ସଦସ୍ୟ । ତେଣୁ ବାଇଡେନ କହିଛନ୍ତି, ‘ମୋ ପାଇଁ ଭଲ କଥା ହେଉଛି ମୋର ସହକର୍ମୀ କମଲା ହ୍ୟାରିସଙ୍କ ପାଖରେ ଇଣ୍ଟେଲିଜେନ୍ସ ବ୍ରିଫିଂର ସୂଚନା ରହିଛି’ । ସମ୍ଭବତଃ ଆଗାମୀ ସପ୍ତାହକ ମଧ୍ୟରେ ଅଫିସିଆଲ୍‌ ଭାବେ ବାଇଡେନ୍‌ଙ୍କୁ ଇଣ୍ଟେଲିଜେନ୍ସ ବ୍ରିଫିଂ ଆସିବା ଆରମ୍ଭ ହୋଇପାରେ । ବାଇଡେନଙ୍କ ଜଣେ ପରାମର୍ଶଦାତାଙ୍କ କାହିବାନଯାୟୀ, ଦେଶ ତଥା ଏହାର ସୁରକ୍ଷା ସବୁ ପ୍ରକାର ରାଜନୀତିଠାରୁ ଉର୍ଦ୍ଧ୍ୱରେ । ଟ୍ରମ୍ପଙ୍କୁ ଏହା ବୁଝିବାକୁ ହେବ ।

ସହଯୋଗୀଙ୍କ କଥା ଶୁଣୁନାହାଁନ୍ତି ଟ୍ରମ୍ପ

ଜଣେ ବରିଷ୍ଠ ରିପବ୍ଲିକାନ୍ ସିନେଟର ତଥା ଟ୍ରମ୍ପଙ୍କ ସହଯୋଗୀ ଲିଣ୍ଡସେ ଗ୍ରାହାମ୍ କହିଛନ୍ତି ଯେ, ବିଡେନଙ୍କୁ ଇଣ୍ଟେଲିଜେନ୍ସ ବ୍ରିଫିଂ ତୁରନ୍ତ ଦିଆଯିବା ଆବଶ୍ୟକ । ନ୍ୟାସନାଲ ସିକ୍ୟୁରିଟି ଅଫ୍ ମେସନ୍ ୟୁନିଭରସିଟିର ନିର୍ଦ୍ଦେଶକ ତଥା ବୁସ୍‌ଙ୍କ ସମୟରେ ତାଙ୍କ ପରାମର୍ଶଦାତା ଥିବା ଏନ୍ ଜେଫର୍ସ କହିଛନ୍ତି ଯେ, ‘ଟ୍ରମ୍ପ ବହୁତ ଭୁଲ୍ କରୁଛନ୍ତି । ଏଭଳି ହେବା ଉଚିତ୍‌ ନୁହେଁ । ଯାହା ବି ହେଇଯାଉ ଜାତୀୟ ସୁରକ୍ଷା ଶୀର୍ଷରେ ରହିବା ଉଚିତ୍‌ । ରାଜନୀତି ତା ବାଟରେ, କିନ୍ତୁ ମୋ କ୍ୟାରିୟରରେ ପ୍ରଥମ ଥର ପାଇଁ ଏହି ପ୍ରକାର ପରିସ୍ଥିତି ଦେଖୁଛି ଏବଂ ଏଥିପାଇଁ ମୁଁ ବହୁତ ଚିନ୍ତିତ ।

Leave a Reply