କଟକ: ସ୍କୁଲ ଫି’ ହ୍ରାସ ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦାଏର କରାଯାଇଥିବା MOUକୁ ହାଇକୋର୍ଟ ଗ୍ରହଣ କରିଛନ୍ତି । ଏଥିସହ ସମସ୍ତ ମାମଲା ଓ ଏଣ୍ଟରଭେନିଙ୍ଗ ମାମଲାର ପରିସମାପ୍ତି ଘଟାଇଛନ୍ତି କୋର୍ଟ । ୧୪ଟି ସ୍କୁଲ କର୍ତ୍ତୃପକ୍ଷ ଅବିଭାବକ ସଂଘ MOU କରିଥିଲେ । ଏମଓୟୁକୁ ନେଇ ଅରାଜି ଥିବା ସ୍କୁଲ୍ ଆଇନଗତ ପଦକ୍ଷେପ ନେଇପାରିବେ ବୋଲି କୋର୍ଟ କହିଛନ୍ତି ।

୧୯୯୬ ମସିହା ଏନଓସି ସର୍ତ୍ତାବଳୀକୁ ମାନୁ ନଥିବା ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି କୋର୍ଟ କହିଛନ୍ତି । ସ୍କୁଲ ଫି’ ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । ମାନ୍ୟବର ହାଇକୋର୍ଟ ଏକଥା ସ୍ପଷ୍ଟ କରିଛନ୍ତି। ଅଭିବାବକ ମହାସଂଘର ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ଏହି ସୂଚନା ଦେଇଛନ୍ତି ।

ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ସରକାର କରିଥିବା ଏମଓୟୁ ଅନୁଯାୟୀ, ବାର୍ଷିକ ୬ ହଜାର ଫି ଦେଉଥିବା ଛାତ୍ର ଛାତ୍ରୀଙ୍କର କୌଣସି ଫି’ ଛାଡ଼ ହେବନାହିଁ।
କେତେ ଫି’ରେ କେତେ ଛାଡ ?
ବାର୍ଷିକ ସ୍କୁଲ ଦରମା ୬ ହଜାର ଟଙ୍କାରୁ କମ ହୋଇଥିଲେ କୌଣସି ରିହାତି ମିଳିବ ନାହିଁ
ବାର୍ଷିକ ଫି’ ୬ ହଜାର୧ରୁ ୧୨ହଜାର୧ ହୋଇଥିଲେ ୭.୫ ପ୍ରତିଶତ ଛାଡ଼ ମିଳିବ
୧୨ହଜାର ୧ରୁ ୨୪ ହଜାର ହୋଇଥିଲେ ୧୨ ପ୍ରତିଶତ ରିହାତି
୨୪ ହଜାର ୧ଟଙ୍କାରୁ ୪୮ ହଜାର ହୋଇଥିଲେ ୧୫ ପ୍ରତିଶତ ରିହାତି
୪୮ ହଜାର ୧ରୁ ୭୨ ହଜାର ହୋଇଥିଲେ ୨୦ ପ୍ରତିଶତ
୭୨ ହଜାର ୧ରୁ ୧ ଲକ୍ଷ ହୋଇଥିଲେ ୨୫ ପ୍ରତିଶତ ରିହାତି
ଏକ ଲକ୍ଷରୁ ଅଧିକ ସ୍କୁଲ ଫି’ ହୋଇଥିଲେ ୨୬ ପ୍ରତିଶତ ରିହାତି ମିଳିବ
ହଷ୍ଟେଲ ଫି’ରେ ୫୦ ପ୍ରତିଶତ ରିହାତି
ଏଥିସହ ପଢ଼ନ୍ତୁ- ଉଚ୍ଚ ନ୍ୟାୟାଳୟର ଶୁଣାଣି : ସ୍କୁଲ ଫି’ରେ ମିଳିବ ରିହାତି, ୭ଟି ସ୍ଲାବରେ ରିହାତି ପାଇବେ ଛାତ୍ରଛାତ୍ରୀ

