କରୋନା ସଂକ୍ରମିତଙ୍କ ପୃଥକବାସ ପାଇଁ ଓଡ଼ିଶା ସରକାରଙ୍କ ନୂଆ ଗାଇଡଲାଇନ୍

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଏହାରି ଭିତରେ ସଂକ୍ରମିତଙ୍କ ପୃଥକବାସକୁ ନେଇ ରାଜ୍ୟ ସରକାର ନୂଆ ନିୟମ ଆଣିଛନ୍ତି । ଏହି ଗାଇଡ୍ ଲାଇନ୍ ଅନୁସାରେ ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତି ଘରେ ପୃଥକବାସରେ ରହି ପାରିବେ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଆଜି ଆୟୋଜିତ କରୋନା ସାମ୍ବାଦିକ ସମ୍ମିଳନୀରେ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । କୋଭିଡ୍ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପରିବର୍ତ୍ତିତ ରଣନୀତିକୁ ନେଇ ସୂଚନା ଦେଇଛନ୍ତି ପ୍ରଦୀପ୍ତ ମହାପାତ୍ର ।

ଭାରତ ସରକାର ୮ ମେ’ରେ ସାମାନ୍ୟ ଲକ୍ଷଣ ଥିବା  ଓ ଲକ୍ଷଣ ନଥିବା କୋଭିଡ୍ ରୋଗୀଙ୍କ ଡିସଚାର୍ଜକୁ ନେଇ ଗାଇଡ୍ ଲାଇନ ଜାରି କରିଥିଲେ । ରାଜ୍ୟ ସରକାର ଏଥିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଭାରତ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ସାମାନ୍ୟ ଲକ୍ଷଣ ଥିବା ରୋଗୀ କିମ୍ବା ଲକ୍ଷଣ ନଥିବା ରୋଗୀଙ୍କୁ  ଲକ୍ଷଣ ପ୍ରକାଶ ପାଇବାର ୧୦ ଦିନ ପରେ କିମ୍ବା ୩ ଦିନ ଧରି ଜ୍ୱର ନହେଲେ ଡିସଚାର୍ଜ କରାଯାଇ ପାରିବ । ସେହିଭଳି ଗୁରୁତର ରୋଗୀଙ୍କ ଲକ୍ଷଣ ପ୍ରକାଶ ବନ୍ଦ ହେବାପରେ କିମ୍ବା ଜ୍ୱର ହୋଇନଥିଲେ  ତିନି ଦିନ ପରେ ଡିସଚାର୍ଜ ହୋଇପାରିବେ ।

ଓଡ଼ିଶାରେ ସାମାନ୍ୟ ଲକ୍ଷଣ ଥାଇ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ତେଣୁ ଭାରତ ସରକାରଙ୍କ ୭ ଦିନ ପରେ ପୃଥକବାସକୁ ବଢାଇ ୧୪ ଦିନର ପୃଥକବାସ କରାଯାଇଛି । ଡିସଚାର୍ଜ ହେବା ପରେ ୧୪ ଦିନ ଘରେ ପୃଥକବାସରେ ରହିବେ ।।  ଓଡିଶାରେ ଡିସଚାର୍ଜ ପରେ ୭ ଦିନ ପରିବର୍ତ୍ତେ ୧୪ ଦିନ ଘରେ ପୃଥକବାସରେ ରହିବାକୁ ନିୟମ କରାଯାଇଛି । ଏହି ପୃଥକବାସ ସମୟରେ ବ୍ୟକ୍ତିଙ୍କ ଅଗ୍ରବାହୁର ଭିତର ପାର୍ଶ୍ୱରେ ଅଲିଭା କାଳିରେ ଷ୍ଟାମ୍ପ ଦିଆଯିବ । ସେହିପରି ସଂପୃକ୍ତ ବ୍ୟକ୍ତିଙ୍କୁ ବ୍ୟାଣ୍ଡ୍ ପିନ୍ଧିବାକୁ ପଡିବ । ପୃଥକବାସରେ ଥିବା ବ୍ୟକ୍ତି ବା ପରିବାର ବର୍ଗ ଘରେ ଭିତରେ ଓ ବାହାରେ ଚଲାବୁଲା ପ୍ରତି ସତର୍କ ରହିବେ । ବାହାରକୁ ଯିବେ ନାହିଁ କିମ୍ବା ନିଜ ଘରକୁ କାହାରିକି ଆସିବାକୁ ଦେବେ ନାହିଁ । ତାଙ୍କ ଘର ସମ୍ମୁଖରେ ଏକ କ୍ୱାରେଣ୍ଟାଇନ୍ ଷ୍ଟିକର ଲଗାଯିବ । ସେହିପିର ଘରେ ଅଲଗା ଶୌଚାଳୟ କିମ୍ବା କଠୋରୀ ନଥିଲେ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ପୃଥକବାସର ବ୍ୟବସ୍ତା କରାଯିବ । ତେବେ ଏହି ନିୟମ କେବଳ ସହରାଂଚଳ ପାଇଁ ଲାଗୁ ହେବ ।

ଟେମ୍ପରାରି ମେଡିକାଲ କ୍ୟାମ୍ପ (ଟିଏମ୍‌ସି)

ରାଜ୍ୟର ସବୁ ପଂଚାୟତରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍‌ ପ୍ରତିଷ୍ଠା କରାଯାଇଛି । ଏହି ଟିଏମ୍‌ସିର ୪୭ ହଜାରରୁ ଅଧିକ ପ୍ରବାସୀ ଏବେ ରହିଛନ୍ତି । ସରପଂଚମାନେ ଏହାର ତଦାରଖ କରୁଛନ୍ତି । ସରପଞ୍ଚମାନଙ୍କୁ ଏହି ଟିଏମ୍‌ସି ଉପରେ ନଜର ରଖିବାକୁ ରାଜ୍ୟ ସରକାର କହିଛନ୍ତି । କ୍ୟାମ୍ପ୍‌ରେ ରହୁଥିବା କୌଣସି ବ୍ୟକ୍ତିଙ୍କର କୋଭିଡ୍-୧୯ ଲକ୍ଷଣ ଦେଖାଗଲେ ତାଙ୍କୁ ତୁରନ୍ତ କରୋନା ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ସରପଂଚଙ୍କ ଦାୟିତ୍ୱ ରହିବ । ଏହସହ ଗର୍ଭବତୀ, ୫ ବର୍ଷ ଶିଶୁ କିମ୍ବା ଦିବ୍ୟାଙ୍ଗଙ୍କର ପ୍ରାଥମିକତା ଭିତିରେ ଟେଷ୍ଟ ହେବ । ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ବାହାରିଲେ ସେମାନଙ୍କୁ ହୋମ୍ ଆଇସୋଲେସନ୍‌ରେ ପଠାଇବାକୁ ଗାଇଡ୍‌ଲାଇନରେ ବ୍ୟବସ୍ଥା ରହିଛି ।

Leave a Reply