ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ୍ ଶହୀଦ

ଶ୍ରୀନଗର: ଶ୍ରୀନଗରେ ଆତଙ୍କବାଦୀ ଆକ୍ରମଣରେ ସୋମବାର ଜଣେ ସୁରକ୍ଷାକର୍ମୀ ଶହୀଦ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଏହା ଆତଙ୍କବାଦୀଙ୍କ ପକ୍ଷରୁ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆତଙ୍କବାଦୀ କ୍ରମାଗତ ଭାବରେ ସୁରକ୍ଷାକର୍ମୀ ଏବଂ ପୋଲିସକର୍ମୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ।  ଗତ କିଛି ଦିନ ପୂର୍ବରୁ ଜମ୍ମୁ କାଶ୍ମୀରର ବଡ଼ଗାମ ଅଞ୍ଚଳରେ ଆତଙ୍କବାଦୀ ୨ ଜଣ ପୋଲିସଙ୍କ ଜୀବନ ନେଇଥିଲେ । ଉଭୟ ଥିଲେ ଦୁଇ ଭାଇ ।

ସୂଚନା ଅନୁସାରେ ଆକ୍ରମଣରେ ଜଣେ ସିଆରପିଏଫ୍‌ କର୍ମୀଙ୍କ ଜୀବନ ଯାଇଥିଲା । ଏହାର କିଛି ଘଣ୍ଟା ପୂର୍ବରୁ ପୁଲଓ୍ୱାମାରେ ଅଣ କାଶ୍ମୀରୀଙ୍କ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିଲେ ।

ଅନ୍ୟପଟେ ଆଜିର ଆକ୍ରମଣରେ ଆହତ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଏମଏସଏଚଏସ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତେବେ ଏକ ଚେକ୍‌ ପଏଣ୍ଟରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି । କିନ୍ତୁ ସେମାନଙ୍କୁ ଧରିବା ପୂର୍ବରୁ ସେମାନେ ସେଠାରେ ଯିବାରେ ସଫଳ ହୋଇ ସାରିଥିଲେ । ଘଟଣା ପରେ ଉକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରାଉ କରିବା ସହିତ ଛାନଭିନ୍‌ ଆରମ୍ଭ କରି ଦେଇଛନ୍ତି । ଏଥିପାଇଁ ଏକାଧିକ ଟିମ୍‌ ନିୟୋଜିତ ହୋଇଛନ୍ତି । ଏହା ପୂର୍ବରୁ ବିହାରର ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀ ପୁଲଓ୍ୱାମାରେ ମାରି ସାରିଥିଲେ ।  ତେବେ ଗତ ୨୪ ଘଣ୍ଟାରେ ଏହା ପ୍ରବାସୀ ଶ୍ରମିକଙ୍କ ଉପରେ ଦ୍ୱିତୀୟ ଆକ୍ରମଣ ।