ହାଇଦ୍ରାବାଦରେ ପହଞ୍ଚିଲା ଋଷ କରୋନା ଟିକା ସ୍ପୁଟନିକ୍-ଭି

1 min read

ହାଇଦ୍ରାବାଦ: ହାଇଦ୍ରାବାଦରେ ପହଞ୍ଚିଲା ଋଷ କରୋନା ଟିକା ସ୍ପୁଟନିକ୍-ଭି । ସ୍ୱତନ୍ତ୍ର ବିମାନ ଯୋଗେ ଦ୍ବିତୀୟ ପର୍ଯ୍ୟାୟ ଟିକା ଆଜି ହାଇଦ୍ରାବାଦରେ ପହଞ୍ଚିଛି । ମେ ୧ରେ ପହଞ୍ଚିଥିଲା ପ୍ରଥମ ପର୍ଯ୍ୟାୟ ଟିକା । ହାଇଦ୍ରାବାର ଡକ୍ଟର ରେଡ୍ଡି ଲ୍ୟାବରେ ପ୍ରସ୍ତୁତ ହେଉଛି ଏହି ଟିକା । ଭାରତ ସରକାର ଦେଶରେ ସ୍ପୁଟନିକ୍-ଭିର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଖୁବ ଶୀଘ୍ର ଦେଶବାସୀଙ୍କୁ ବହୁଳ ମାତ୍ରାରେ ସ୍ପୁଟନିକ୍-ଭି ମିଳିବାକୁ ଯାଉଛି । ଟିକାକରଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାରତରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ଏନ କୁଦାଶେବ ।

ଭାରତରେ ପ୍ରତ୍ୟେକ ବର୍ଷ ୮୫ କୋଟି ସ୍ପୁଟନିକ୍-ଭି ଉତ୍ପାଦନ ହେବା ନେଇ ଆଶା ରଖିଛନ୍ତି ଏନ କୁଦାଶେବ । ଦ୍ରୁଗତିରେ ଉତ୍ପାଦନ ବଢିଲେ ଅଧିକରୁ ଅଧିକ ଲୋକଙ୍କୁ ଚିକା ମିଳିପାରିବ ବୋଲି କୁଦାଶେବ କହିଛନ୍ତି । ଗତବର୍ଷ ଜୁଲାଇରୁ ଋଷରେ ସ୍ପୁଟନିକ୍ -ଭି ଟିକା ଦିଆଯାଉଛି । କରୋନା ବିରୋଧରେ ଏହି ଟିକା ଅଧିକ ପ୍ରଭାବଶାଳୀ ବି ହେଉଛି । ଏଣୁ ଭାରତରେ ଯେଉଁ ସଂକ୍ରମଣ ବଢିଚାଲିଛି, ତାକୁ ମାତ ଦେବାରେ ଏହି ଟିକା ସହାୟକ ହେବ ବୋଲି ଆଶା କରିଛି ଋଷ ।

Leave a Reply