‘ବିଦେଶକୁ ରପ୍ତାନୀ ଲାଗି ଦେଶରେ ଭ୍ୟାକ୍ସିନ୍ ନିଅଣ୍ଟ’, କେନ୍ଦ୍ର ସରକାରଙ୍କୁ ସୋନିଆଙ୍କ ସମାଲୋଚନା

1 min read

ନୂଆଦିଲ୍ଲୀ: ଭ୍ୟାକ୍ସିନ୍ ଅଭାବ ନେଇ କେତେକ ରାଜ୍ୟ କେନ୍ଦ୍ରକୁ ଦାୟୀ କରୁଛନ୍ତି । ଏଭଳି ସ୍ଥଳେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅଭିଯୋଗ କରିଛନ୍ତି ମୋଦି ସରକାର କରୋନାରେ ପରିଚାଳନାଗତ ତ୍ରୁଟି କରିଛନ୍ତି । ଏଥିସହ ବିଦେଶକୁ ଟିକା ରପ୍ତାନୀ ଯୋଗୁଁ ଦେଶରେ ଭ୍ୟାକ୍ସିନ୍ ଅଭାବ ଦେଖା ଦେଇଛି । କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା ବେଳେ କରୋନା ସଂକ୍ରମଣକୁ ରୋକିବାକୁ ଲାଗି କଡ଼ା ପଦକ୍ଷେପ ନେବାକୁ କହିଛନ୍ତି ସୋନିଆ ଗାନ୍ଧୀ ।

Sonia Gandhi Targets PM Narendra Modi On Vaccine Shortage

ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ । ସୋନିଆ କହିଥିଲେ- କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମୁଖ୍ୟ ବିରୋଧୀ ଦଳ ଭାବେ ଆମ କାମ ହେଉଛି ଆମେ ପ୍ରସଙ୍ଗ ଉଠାଇବା ଏବଂ ସରକାରଙ୍କ ଉପରେ ଚାପ ପକାଇବା । ସରକାର ଜନସମ୍ପର୍କ କରିବା ପରିବର୍ତ୍ତେ ଜନହିତରେ କାମ କରନ୍ତୁ ବୋଲି କହିଛନ୍ତି ସୋନିଆ ।

ସଂକ୍ରମଣ ଓ ମୃତ୍ୟୁ ମାମଲାର ବାସ୍ତବିତ ତଥ୍ୟ ସବୁ ରାଜ୍ୟ ଦେବା ଉପରେ ସୋନିଆ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସୋନିଆ କହିଥିଲେ- ଆମକୁ ସର୍ବପ୍ରଥମେ ଭାରତରେ ଟିକାକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଥିଲା । ତା’ପରେ ଯାଇ ଅନ୍ୟ ଦେଶକୁ ଉପହାର ଦେବା କଥା ।

Leave a Reply