ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଆଲୋଚନା, ବିରୋଧୀ କହିଲେ ୧୩ ବର୍ଷ ଲାଗିଗଲା

1 min read

ନୂଆଦିଲ୍ଲୀ: ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ନେଇ ଆଲୋଚନା । ବିଲକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ସେ କହିଛନ୍ତି ଓବିସି ବର୍ଗର ମହିଳାଙ୍କୁ ବିଲରେ ସାମିଲ କରାଯାଉ । ଲୋକସଭାରେ ପ୍ରଥମେ ଆଲୋଚନାରେ ଭାଗ ନେଇ ସୋନିଆ କହିଛନ୍ତି- ତାଙ୍କ ଜୀବନ ସାଥୀ ରାଜୀବ ଗାନ୍ଧୀ ପ୍ରଥମେ ସମ୍ବିଧାନ ସଂଶୋଧନ କରିଥିଲେ । ବିଲ ଲାଗୁ କରିବାରେ ଡେରି କରିବା ମହିଳାଙ୍କ ପ୍ରତି ଅନ୍ୟାୟ ହେବ । ୧୩ ବର୍ଷ ତଳୁ ମହିଳାମାନେ ଏହି ବିଲ ପାଇଁ ଅପେକ୍ଷା କରିଛନ୍ତି ।

ଏହା ସହ ଜାତିଗତ ଜଣଗଣନା କରିବାକୁ ଦାବି କରିଛନ୍ତି ସୋନିଆ ଗାନ୍ଧୀ। ଏହି ବିଲ ଦ୍ଵାରା ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ପୁରା ହେବ ବୋଲି ସେ କହିଛନ୍ତି । ଡିଏମକେ ନେତ୍ରୀ କାନିମୋଜି କହିଛନ୍ତି- ଏହି ବିଲ୍ ଲୋକସଭାରେ ଆଣିବା ଲାଗି ବିତିଗଲା ୧୩ ବର୍ଷ । ଏହି ବିଲ କାର୍ଯ୍ୟକାରୀ ହେଲେ ରାଜ୍ୟମାନନଙ୍କ ସବୁଜ ସଂକେତ ଆବଶ୍ୟକ ହେବ ନାହିଁ । ଧାରା ୩୬୮ ଅନୁସାରେ ଏହା ଲାଗୁ ହେବ । ଗତକାଲି ଲୋକସଭା ଓ ରାଜ୍ୟସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ଉଦ୍ଦେଶ୍ୟରେ ଆଣିଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ ହୋଇଛି ଆଲୋଚନା ।

ଗତ ୨୦୦୮ରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ସମୟରେ ରାଜ୍ୟସଭାରେ ଆଗତ ହୋଇଥିଲା ଏହି ବିଲ୍ । ପରେ ୨୦୧୦ରେ ଏହି ବିଲ୍ ଗୃହୀତ ହୋଇଥିଲା । ମାତ୍ର ଲୋକସଭାରେ ଏହା ପଡିରହିଥିଲା । ଆଇନ୍ କାର୍ଯ୍ୟକାରୀ ହେଲେ ଲୋକସଭାରେ ୧୮୧ ଜଣ ରହିବେ ମହିଳା ସାଂସଦ । ଜନଗଣନା ପରେ ସଂସଦୀୟ କ୍ଷେତ୍ର ପୁନଃନିର୍ଦ୍ଧାରିତ ହେବ । ତାପରେ ହିଁ ଏହି ଆଇନ୍ କାର୍ଯ୍ୟକାରୀ ହେବ । ୨୦୨୧ରେ ଜନଗଣନା ହେବାର ଥିଲେ ମଧ୍ୟ ହୋଇପାରିନଥିଲା । ତେଣୁ ୨୦୨୬ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ । ୨୦୨୯ ଲୋକସଭା ନିର୍ବାଚନ ବେଳକୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବ ବୋଲି ଆଶା କରାଯାଉଛି ।