ଭୟଙ୍କର ଖରା ପାଇଁ ଅଭିଭାବକମାନଙ୍କୁ ସଚେତନ କରାଇଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ଭୟଙ୍କର ଖରା ପାଇଁ ଅଭିଭାବକମାନଙ୍କୁ ସଚେତନ କରାଇଲା ଓଡ଼ିଶା ପୋଲିସ । ଛୋଟପିଲା ଓ ପୋଷାପ୍ରାଣୀଙ୍କୁ କାର୍‌ ଭିତରେ ଏକାକୀ ନଛାଡ଼ିବାକୁ ପରାମର୍ଶ ଦିଆଯାଇଛି । ବାହାର ତାପମାତ୍ରାଠାରୁ ମାତ୍ର ୧୫ ମିନିଟରେ ୨୦ ଡିଗ୍ରୀ ଯାଏଁ ଅଧିକ ହୋଇଯାଏ ପାର୍କିଂରେ ଥିବା କାରର ତାପମାତ୍ରା । ପିଲା ଓ ପେଟ୍‌ଙ୍କ ପାଇଁ ଏହା ହାନିକାରକ ହୋଇପାରେ, ଚାଲିଯାଇପାରେ ଜୀବନ । ଏନେଇ ଟୁଇଟ୍ କରି ସତର୍କ କରାଇଛି ପୋଲିସ । ଯଦି ବାହାର ତାପମାତ୍ରା ୪୦ ଡିଗ୍ରୀ ଅଛି, ତାହା କାରରେ ମାତ୍ର ୧୫ ମିନିଟରେ ୨୦ଡିଗ୍ରୀ ବଢ଼ି ୬୦ ଡିଗ୍ରୀରେ ପହଞ୍ଚିଯାଇଥାଏ । ଯାହା ପିଲା ଓ ପୋଷାପ୍ରାଣୀଙ୍କ ପାଇଁ ବିପଜ୍ଜନକ । ଏଥିରୁ ନିବୃତ୍ତ ରହିବାକୁ ଅଭିଭାବକଙ୍କୁ ଓଡ଼ିଶା ପୋଲିସ ସଚେତନ କରିଛି ।