ଭୀମସାରରେ ନିୟୋଜିତ ସୁରକ୍ଷାକର୍ମୀ କରୁଛନ୍ତି ଗାଡ଼ି ଚୋରି

ବୁର୍ଲା: ମେଡିକାଲରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାକୁ ଧାଇଁ ଆସୁଛନ୍ତି ଲୋକ । ସମ୍ବଲପୁରର ବୁର୍ଲାରେ ଥିବା ମେଡିକାଲ ପଶ୍ଚିମ ଓଡ଼ିଶା ପାଇଁ ସାହା ଭରସା । ଏଠାକୁ ଦୈନିକ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସନ୍ତି । ରୋଗୀଙ୍କ ଭିଡ଼କୁ ସମ୍ଭାଳିବା ଓ ସୁରକ୍ଷା ପାଇଁ ଏଠାରେ ନିୟୋଜିତ ହୋଇଛନ୍ତି ସୁରକ୍ଷାକର୍ମୀ । ହେଲେ ଏହି ସୁରକ୍ଷାକର୍ମୀ ହିଁ ଖୋଦ୍ ରୋଗୀଙ୍କ ଜିନିଷ ଚୋରି କରୁଥିବା ଅଭିଯାଗ ହେଉଛି ।
ଭୀମସାରର ଜରୁରୀକାଳୀନ ବିଭାଗ ନିକଟରୁ ଗତ ୩ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ଜଣଙ୍କ ବାଇକ୍ ଚୋରି ହୋଇଥିଲା । ସେ ଖୋଜାଖୋଜି କରି ପାଇ ନଥିଲେ । ପରେ ଭିମସାରରେ ଲାଗିଥିବା ସିସିଟିଭି ଫୁଟେଜ୍ ଦେଖଥିଲେ । ଜଣେ ସୁରକ୍ଷାକର୍ମୀ ତାଙ୍କ ସ୍କୁଟିକୁ ନେଇ ଅନ୍ୟତ୍ର ନେଇ ଚାଲି ଚାଲି ଫେରୁଥିବା ସିସିଟିଭି ଫୁଟେଜରେ ଦେଖାଯାଉଛି ।
ଏନେଇ ସେ ଭୀମସାର ଫାଣ୍ଡି ଓ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଭୀମସାରରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଅନେକ ଥର ଚୋରି ହୋଇଛି । ସେସବୁ ଚୋରି ପଛରେ ମଧ୍ୟ ସୁରକ୍ଷାକର୍ମୀଙ୍କ ହାତ ଥିବା ସାଧାରଣରେ ସନ୍ଦେହ କରାଯାଉଛି ।