ନଭେମ୍ବରରେ ମିଳିବ ‘କାଳିଆ’ର ଦ୍ୱିତୀୟ କିସ୍ତି ଟଙ୍କା

1 min read

ଭୁବନେଶ୍ୱର: କୃଷକଙ୍କ ପାଇଁ ଖୁସି ଖବର । ନଭେମ୍ବର ମାସରେ ମିଳିବ କାଳିଆର ଦ୍ଵିତୀୟ କିସ୍ତି ଟଙ୍କା । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାଳିଆ ଟଙ୍କା । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୈାରଭ ଗର୍ଗ । ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅର୍ଥ ସଚିବ ଅଶୋକ ମିନା ପ୍ରମୁଖ ଯୋଗଦେଇଥିଲେ ।ଏନେଇ ଅଗଷ୍ଟ ମାସରେ ହୋଇଥିବା ଭେରିଫିକେସନ ଶେଷ ହୋଇଛି ବୋଲି ସୂଚନା ଦେଇଛନ୍ତି କୃଷି ସଚିବ ।

୨୦୧୮ ଡିସେମ୍ବର ମାସରେ କାଳିଆ ଯୋଜନା ଆରମ୍ଭ ହେବା ପରିବର୍ତ୍ତେ ୨୦୧୯ ମେ ସୁଦ୍ଧା ୩୬ ଲକ୍ଷ ୩୪ ହଜାର ୭୧୦ କ୍ଷୁଦ୍ର ଓ ନାମମାତ୍ର ପ୍ରକୃତ ଚାଷୀ ( ଭାଗ ଚାଷୀ)ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନଲାଇନରେ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ସେହିପରି ୧୪ ଲକ୍ଷ ୭୦ ହଜାର ୫୮୦ ଜଣ ଭୂମିହୀନ କୃଷି ପରିବାରକୁ ଚିହ୍ନଟ କରାଯାଇ ଅନଲାଇନରେ ୫ ହଜାର ଟଙ୍କା ହିସାବରେ ସହାୟତା ରାଶି ପ୍ରଦାନ କରାଯାଇଥିଲା । ସର୍ବମୋଟ୍ ୫୧ ଲକ୍ଷ ୫ ହଜାର ୨୯୦ ଜଣ କୃଷକ, ଭାଗଚାଷୀ ଓ ଭୂମିହୀନ କୃଷି ପରିବାର ମେ ୨୯, ୨୦୧୯ ସୁଦ୍ଧା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସହାୟତା ରାଶି ପାଇଥିଲେ ।

ପଞ୍ଚମ ପର୍ଯ୍ୟାୟ ସରକାର ଗଠନର ପ୍ରଥମ ଦିନରେ ଲୋକଙ୍କୁ କାଳିଆ ଟଙ୍କା ପ୍ରଦାନ କରିବାକୁ ସରକାର ଘୋଷଣା କରିଥିଲେ । ଏଥିର ବାକିଥିବା ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଥିଲା । ଯାଞ୍ଚରୁ ଜଣାପଡ଼ିବା ପରେ କିଛି ହିତାଧିକାରୀ ସରକାରଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଛନ୍ତି । ସେମାନଙ୍କର ଟଙ୍କା ଫେରସ୍ତ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ')}

Leave a Reply