୪୫ଟି ବୁଥ୍‌ରେ ଆସନ୍ତା ୨୩ରେ ହେବ ସାନି ମତଦାନ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଧାପ୍ରାପ୍ତ ହୋଇଥିବା ବୁଥରେ ହେବ ସାନି ମତଦାନ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି । ଆସନ୍ତା ୨୩ରେ 4ଟି ଜିଲ୍ଲା ଯାଜପୁର, ଢେଙ୍କାନାଳ, ପୁରୀ, ଭଦ୍ରକର ୪୫ଟି ବୁଥ୍‌ରେ ହେବ ସାନି ମତଦାନ । ସକାଳ ୯ରୁ ଅପରାହ୍ନ ୩ଟା ଯାଏଁ ମତଦାନ ହେବ । ବିଭିନ୍ନ କାରଣରୁ ବିଶୃଙ୍ଖଳା ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥ୍‌ରେ ମତାଦାନ ବାଧାପ୍ରାପ୍ତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୨୦ ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ବିଭିନ୍ନ ବୁଥ୍‌ରେ ଅଶାନ୍ତି ସୃଷ୍ଟି ହେବା ପରେ ଜିଲ୍ଲାପାଳ ମାନେ ନିର୍ବାଚନ ଆୟୋଗକୁ ଆଉଥରେ ମତଦାନ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ସୁପାରିସ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ରାସ୍ତା କଡ଼ରୁ ମିଳିଲା ଭୋଟ୍ ବାକ୍ସ, ମତଦାନ ବେଳେ ଲୁଟି ନେଇଥିଲେ ଦୁର୍ବୃତ୍ତ

Leave a Reply