ସମଲେଶ୍ୱରୀ ମିଡିଆକପ୍ ୨୦୨୨: ସକାଳ ଓ ନନ୍ଦିଘୋଷ ଟିଭି ରନର୍ସଅପ୍

1 min read

ସମ୍ୱଲପୁର: ସରିଲା ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ ପ୍ରଥମ ମାଆ ସମଲେଶ୍ୱରୀ ମିଡିଆକପ୍ ୨୦୨୨ । ଟୁର୍ଣ୍ଣାମେଣ୍ଟର ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସକାଳ ଓ ନନ୍ଦିଘୋଷ ଟିମକୁ ହରାଇ ଟାଇଟଲ ହାସଲ କରିଛି ଧରିତ୍ରୀ । ମାତ୍ର ୨୪ ରନରେ ହାରି ରନର୍ସ ଅପ ହୋଇଛି ଆୟୋଜକ ଟିମ୍ ।

ସରିଲା ସମଲେଶ୍ୱରୀ ମିଡିଆ କପ୍ ୨୦୨୨ । ଫାଇନାଲରେ ଜୋରଦାର ଟକ୍କର । ଆୟୋଜକ ଟିମକୁ ହରାଇ ଟାଇଟଲ ହାତେଇଲା ଧରିତ୍ରୀ । ସମ୍ବଲପୁରରେ ସକାଳ ଓ ନନ୍ଦିଘୋଷ ଟିଭି ତରଫରୁ ଆୟୋଜିତ ସମଲେଶ୍ବରୀ ମିଡିଆ କପ ୨୦୨୨ର ଚାମ୍ପିଅନ ହୋଇଛି ଧରିତ୍ରୀ । ଦୁଇଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଫାଇନାଲ ଲଢେଇ । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମାତ୍ର ୨୪ ରନରେ ହାରି ରନର୍ସ ଅପ ହୋଇଛି ସକାଳ ଓ ନନ୍ଦିଘୋଷ ଟିମ୍ । ସମାଜକୁ ହରାଇ ଫାଇନାଲରେ ପ୍ରବେଶ କରିଥିବାବେଳେ ନ୍ୟୁଜ୍-7କୁ ହରାଇ ଫାଇନାଲକୁ ଯାଇଥିଲା ଧରିତ୍ରୀ ।

ଫାଇନାଲରେ ସକାଳ ଓ ନନ୍ଦିଘୋଷ ଟିଭି ଟସ୍ ଜିତି ଧରିତ୍ରୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମ ବ୍ୟାଟିଂ କରି ଧରିତ୍ରୀ ଟିମ୍ ନିର୍ଦ୍ଧାରିତ ଓଭରରେ ୮୮ ରନ କରିଥିଲେ । ଦଳ ପକ୍ଷରୁ ରୋଷନ ପଣ୍ଡିତ ସର୍ବାଧିକ ୨୬ ରନ କରିଥିଲେ । ୮୮ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଆୟୋଜକ ଟିମ୍ ୬୪ ରନ କରି ମାତ୍ର ୨୪ ରନରେ ମ୍ୟାଚ ହାତଛଡା କରିଥିଲା । ଦଳ ପକ୍ଷରୁ ଅଶୋକ ଭୋଇ ସର୍ବାଧିକ ୨୧ ରନ କରିଥିଲେ । ଫାଇନାଲରେ ମୁଖ୍ୟ ଅତିଥିଭାବେ TPWOLDର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ସଞ୍ଜୀତ ନାୟକ, ବିରାଟର ନିର୍ଦ୍ଦେଶକ ରାହୁଲ, ଟାଟାପାଓ୍ବାରର ଇଞ୍ଜିନିୟର ଡମରୁଧର ଓଝା, ଧନଞ୍ଜୟ ରଣା ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ପିତାମ୍ବର ସାହୁଙ୍କୁ ମ୍ୟାନ ଅଫଦି ମ୍ୟାଚ ଘୋଷଣା କରାଯାଇଥିବାବେଳେ ଟୁକୁନିମଣି ଭୋଇ ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଟିମ ସହ ୬ଟି ଦଳ ଭାଗ ନେଇଥିଲେ ।

Leave a Reply