ସଲମାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟରେ ହାଇ-ସିକ୍ୟୁରିଟି, ଧମକପୂର୍ଣ୍ଣ ଚିଠି ମିଳିବା ପରେ ବଢ଼ିଲା ସୁରକ୍ଷା

ମୁମ୍ବାଇ: ବଢ଼ିଲା ସଲମାନଙ୍କ ସୁରକ୍ଷା । ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ପରେ ଆକ୍ସନ ମୋଡରେ ମୁମ୍ବାଇ ପୋଲିସ । ଆଜି ସକାଳୁ ମୁମ୍ବାଇ ପୋଲିସର ଏକ ଟିମ ସଲମାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଛି । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲାଙ୍କ ପରି ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଥିଲା । ଗତ ରବିବାର ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ସଲମାନ ଖାନ ଓ ତାଙ୍କ ବାପା ସଲିମ ଖାନଙ୍କୁ ଧମକପୂର୍ଣ୍ଣ ପଠାଯାଇଛି । ସଲିମ ଖାନ୍ ମର୍ଣ୍ଣିଂ ଓ୍ବାକରେ ଯାଇଥିବା ବେଳେ ଏହି ଚିଠି ପାଇଥିଲେ । ପୋଲିସ ଆଇପିସି ଧାରା ୫୦୬ ଆଧାରରେ କେସ୍ ଦାଏର କରିବା ସହ ସଲିମ ଖାନଙ୍କ ବୟାନ ରେକର୍ଡ କରିଛି ।

କିଛିଦିନ ତଳେ ପଞ୍ଜାବୀ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସମ୍ପୃକ୍ତି ରହିଥିବା ପୋଲିସ ସନ୍ଦେହ କରୁଛି । ୨୦୧୮ରେ ବିଶ୍ନୋଇ ଗ୍ୟାଙ୍ଗ ସଲମାନଙ୍କୁ ଧମକପୂର୍ଣ୍ଣ ଚିଠି ପଠାଇଥିଲା ।