ରିଲିଜ୍ ପୂର୍ବରୁ ଧମାଲ କଲା ପଠାନ୍, ଭାଙ୍ଗିଲା କେଜିଏଫ-୨ର ରେକର୍ଡ

1 min read

ନନ୍ଦିଘୋଷ ବ୍ୟୁରୋ: ରିଲିଜ୍ ପୂର୍ବରୁ ଧମାଲ କଲା ଶାହରୁଖଙ୍କ ଫିଲ୍ମ ପଠାନ୍ । ଗୋଟିଏ ପଟେ ବିରୋଧ ଆଉ ଗୋଟେ ପଟେ ଫ୍ୟାନ୍ସଙ୍କ ସମର୍ଥନ ପାଇଁ ଚର୍ଚ୍ଚାରେ ରହି ଆସିଛି ପଠାନ୍ ମୁଭି । ଫିଲ୍ମ ଟି ୨୫ ଜାନୁଆରୀରେ ରିଲିଜ୍ ହେବ । ହେଲେ ଫିଲ୍ମର ଆଡଭାନ୍ସ ବୁକିଂ ବହୁତ ପୂର୍ବରୁ ଆରମ୍ଭ କରିଦିଆଯାଇଛି । ରିପୋର୍ଟ ମୁତାବିକ ରିଲିଜ୍ ପୂର୍ବରୁ ଫିଲ୍ମ ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ-୨ର ରେକର୍ଡ ଭାଙ୍ଗି ଦେଇଛି । ୟୁଏଇ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆରେ ଫିଲ୍ମର ବୁକିଂ ଜବରଦସ୍ତ ଢଙ୍ଗରେ ଚାଲିଛି ।

ଏପର୍ଯ୍ୟନ୍ତ ସୁଦ୍ଧା ୩୫୦୦ରୁ ଅଧିକ ଟିକେଟ୍ ବିକ୍ରି ହୋଇ ସାରିଛି । କେବଳ ଅଷ୍ଟ୍ରେଲିଆରେ ୩ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇ ସାରିଛି । ମୋଟ ମିଶାଇଲେ ଏକ ଲକ୍ଷ ୧୫ ହଜାର ଡଲାରରୁ ଅଧିକ ମୂଲ୍ୟର ଟିକେଟ ଏପର୍ଯ୍ୟନ୍ତ ସୁଦ୍ଧା କେବଳ ବିଦେଶରେ ବିକ୍ରି ହୋଇଛି । ଏହି ସଂଖ୍ୟା କେଜିଏଫ-୨ର ଆଡଭାନ୍ସ ବୁକିଂ ଠାରୁ ଢେର ଅଧିକ । ଏହା ବ୍ୟତୀତ ଜର୍ମାନୀ କଥା ଦେଖିବାକୁ ଗଲେ ତେବେ ଜର୍ମାନୀରେ ୫ ଦିନର ଅପକମିଙ୍ଗ ଓପନିଙ୍ଗ ୱିକେଣ୍ଡ ପାଇଁ ୮୫୦୦ରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି । କେବଳ ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ’ ଦେଖିବା ପାଇଁ ୪ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇ ସାରିଛି ।

ଏହି ସଂଖ୍ୟା ଦେଖିବା ପରେ ଲାଗୁଛି ଯେ ପଠାନ ବହୁତ ସହଜରେ ଦିଲୱାଲେ ର ରେକର୍ଡ ଭାଙ୍ଗିଦେବ । ଶାହରୁଖ ଖାନଙ୍କ ବହୁ ପ୍ରତିକ୍ଷିତ ପଠାନ ଫିଲ୍ମ ରିଲିଜ ପୂର୍ବରୁ ବିବାଦରେ ରହିଥିଲା । ଫିଲ୍ମର ବେସରମ ରଙ୍ଗ ଗୀତକୁ ନେଇ ଅନେକ ହିନ୍ଦୁ ସଂଗଠନ ବୟକଟ୍ ନାରା ଦେଇଥିଲେ । ଏମିତିକି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ରାଜ୍ୟରେ ଫିଲ୍ମକୁ ରିଲିଜ୍ ନକରାଇ ଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ । ହେଲେ ବିବାଦ ମଧ୍ୟରେ ଟ୍ରେଲର ରିଲିଜ୍ ପରେ ଅନେକ ସମର୍ଥନ ସାଉଣ୍ଟିଛି ପଠାନ ।

ଟ୍ରେଲରରେ ଶାହରୁଖଙ୍କ ଜବରଦସ୍ତ ଡାଇଲଗ୍ ଦେଖିବାକୁ ମିଳିଛି । ସେହିପରି ଜନ ଆବ୍ରାହାମ ଓ ଦୀପିକା ପାଦୁକୋନ ମଧ୍ୟ ଚମତ୍କାର ଅଭିନୟ କରିଛନ୍ତି । ସୂଚନାଥାଉକି, ଶାହରୁଖ ଖାନ ଦୀର୍ଘ ବର୍ଷ ପରେ ବକ୍ସ ଅଫିସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବ୍ୟାକ ଟୁ ବ୍ୟାକ ଅନେକ ଫିଲ୍ମ ଫ୍ଲପ ହେବା ପରେ ଶାହରୁଖ ଖାନ ୱାର୍କ ଫ୍ରଣ୍ଟରୁ ବ୍ରେକ ନେଇଥିଲେ । ପଠାନ ଜରିଆରେ ସେ ପୁଣିଥରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଏବଂ ପ୍ରଶଂସକକୁ ଏହି ସିନେମାରୁ ବହୁତ ଆଶା ରହିଛି । ତେବେ ଦେଖିବାକୁ  ବାକି ରହିଲା ଯେ ଏହି ଫିଲ୍ମ ବକ୍ସ ଅଫିସରେ କି କମାଲ କରୁଛି