ଜେଲେନସ୍କିଙ୍କ ଆମେରିକା ଗସ୍ତର ଦିନକ ପରେ ଋଷର ବଡ ନିଷ୍ପତ୍ତି, ଶେଷ ହେବ ଯୁଦ୍ଧ

1 min read

ମସ୍କୋ: ଶେଷ ହେବ ଋଷ-ୟୁକ୍ରେନ ଯୁଦ୍ଧ । ୧୦ ମାସରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ମହାଯୁଦ୍ଧର ହେବ ପରିସମାପ୍ତି । କୁଟନୈତିକ ଆଲୋଚନାରେ ସଂଘର୍ଷ ଶେଷ କରିବାକୁ ଋଷ ଚାହେଁ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି । ଋଷ ଗଣମାଧ୍ୟମକୁ ସମ୍ବୋଧନ କରି ଯୁଦ୍ଧ ଶେଷ କରିବା ନେଇ ସଙ୍କେତ ଦେଇଛନ୍ତି ପୁଟିନ ।

ରକ୍ତପାତ ବନ୍ଦ କରିବାକୁ ଋଷ ଚାହେଁ । ଏଥିପାଇଁ ପୂର୍ବରୁ ପ୍ରୟାସ ଜାରି ରହିଥିବା ବେଳେ ଏବେ ବି ଋଷ ଚେଷ୍ଟା କରୁଛି ବୋଲି ପୁଟିନ କହିଛନ୍ତି । ଏହାସହ ୟୁକ୍ରେନକୁ ଆମେରିକା ଯୋଗାଉଥିବା ପେଟ୍ରିୟଟ ଏୟାର ଡିଫେନ୍ସ ସିଷ୍ଟମର ମୁକାବିଲା ଲାଗି ଋଷ ସକ୍ଷମ ବୋଲି ପୁଟିନ କହିଛନ୍ତି । ସେପଟେ ଋଷ-ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ୟୁକ୍ରେନକୁ ସହଯୋଗ ଜାରି ରଖିବା ଆବଶ୍ୟକ ବୋଲି ନାଟୋ ମହାସଚିବ କହିଥିଲେ ।

ଋଷ ୟୁକ୍ରେନର ବିଭିନ୍ନ ଶକ୍ତି କ୍ଷେତ୍ର ଉପରେ ଆକ୍ରମଣ କରୁଥିବାରୁ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଗତକାଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆମେରିକା ଗସ୍ତ କରି ବାଇଡେନଙ୍କୁ ଭେଟିଥିଲେ । ତେବେ ୟୁକ୍ରେନକୁ ସବୁ ପ୍ରକାର ସହଯୋଗ ଜାରି କରିବାକୁ ଆମେରିକା ପ୍ରସ୍ତୁତ ବୋଲି ବାଇଡେନ ପ୍ରତିଶ୍ରୁତି ଦେଇଛନ୍ତି ।