ଓଡ଼ିଶାରେ ପଡ଼ିଲା ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ, ୩୦ ଟଙ୍କା ବଢ଼ିଲା ପାମୋଲିନ୍ ତୈଳ ଦର

1 min read

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଲଢ଼େଇ । ୟୁକ୍ରେନ ରାଜଧାନୀ କିଭକୁ କବ୍ଜା କରିବାକୁ ଭୟଙ୍କର ଆକ୍ରମଣ କରିବାରେ ଲାଗିଛି ଋଷ । ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଓଡ଼ିଶାରେ ପଡ଼ିଛି । ଯୁଦ୍ଧ ଫଳରେ ରାଜ୍ୟରେ ତୈଳ ଦର ବୃଦ୍ଧି ପାଇଛି । ଲିଟର ପିଛା ୩୦ ଟଙ୍କା ବଢ଼ିଛି ପାମୋଲିନ୍ ତେଲ । ସେହିପରି ସନଫ୍ଲାଓ୍ୱାର ତେଲ ଦର ବି ଆକାଶ ଛୁଆଁ ରହିଛି । ତେବେ ରାଜ୍ୟରେ ଯେତିକି ପରିମାଣର ତେଲ ଗଚ୍ଛିତ ଅଛି ତାହା ସପ୍ତାହକ ମଧ୍ୟରେ ଶେଷ ହୋଇଯିବ । ଏପରି ସ୍ଥିତିରେ ଯଦି ତୈଳ ଆମଦାନୀ ନହୁଏ ତେବେ ସ୍ଥିତି ସଙ୍ଗୀନ ହେବ ।

ସୂଚନା ଅନୁସାରେ ଓଡ଼ିଶାକୁ ଦୈନିକ ଦେଢ଼ ହଜାରରୁ ୨ ହଜାର ଟନ୍ ତେଲ ଆମଦାନୀ ହୁଏ । ସେହିପରି ବାର୍ଷିକ ୬ ଲକ୍ଷ ଟନ୍ ତୈଳ ଓଡ଼ିଶାକୁ ଆସିଥାଏ । ଯଦି ଭାରତ କଥା କହିବା ତାହାଲେ ଭାରତକୁ ବାର୍ଷିକ ୧.୯୦ କୋଟି ଟନ୍ ତୈଳ ଆବଶ୍ୟକତା ରହିଛି । ସେଥିରୁ ୧.୩୦ କୋଟି ଟନ୍ ହିସାବରେ ୭୦ ପ୍ରତିଶତ ଆମଦାନୀ ହୋଇଥାଏ । ସେଥି ମଧ୍ୟରୁ ୫୦ ପ୍ରତିଶତ ପାମୋଲିନ୍, ୨୦ ପ୍ରତିଶତ ସନଫ୍ଲାଓ୍ବାର ତୈଳ ଆମଦାନୀ ହୋଇଥାଏ । ଆମଦାନୀ ହେଉଥିବା ମୋଟ ତୈଳରୁ ୨୩ ଲକ୍ଷ ଟନ ସନଫ୍ଳାଓ୍ବାର, ୨୪ ଲକ୍ଷ ଟନ୍ ପାମୋଲିନ୍ କେବଳ ୟୁକ୍ରେନରୁ ଆସିଥାଏ । କିନ୍ତୁ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ଆମଦାନୀରେ ବ୍ୟାଘାତ ସୃଷ୍ଟି ହୋଇଛି । ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦେବେ ତେବେ ଆସନ୍ତା ସପ୍ତାହକ ମଧ୍ୟରେ ତୈଳ ଦର ୫୦ ଟଙ୍କା ବୃଦ୍ଧି ପାଇବ ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ।

 

Leave a Reply