ହାର ମାନିବାକୁ ନାରାଜ ଦୁଇ ଦେଶ, ବର୍ତ୍ତମାନ ସୁଧା ୧୫ହଜାର ଋଷ ସୈନ୍ୟ ମୃତ

1 min read

କିଭ୍: ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ମାସେ । ୟୁକ୍ରେନର ବିଭିନ୍ନ ସହରରେ ଋଷ ତାର ଧ୍ୱଂସଲୀଳା ଜାରି ରଖିଛି । ଯୁଦ୍ଧ ବନ୍ଦ ଲାଗି ଆନ୍ତର୍ଜାତିକ ଚାପ ସତ୍ତ୍ୱେ ଋଷ ଜିଦରେ ଅଟଳ । ବିଭିନ୍ନ ସହର ଉପରେ କବଜା କରିବାକୁ ଋଷ ତୁହାକୁ ତୁହା ଗୁଳିଗୋଳା ବର୍ଷଣ କରାଯାଉଛି । ଋଷର ଦୂରଗାମୀ କ୍ଷେପଣାସ୍ତ୍ର ମାଡରେ ଖାରକିବରେ ୫ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ସେହିପରି ରୁବିଜିନେରେ ଋଷ ବାହିନୀ ଆକ୍ରମଣ ବେଳେ ଫସଫରସ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଲୁଗାନସ୍କ ଗଭର୍ଣ୍ଣର ସର୍ଗେଇ ଗେଦେୟ । ଏହି ଆକ୍ରମଣରେ ୨ ଶିଶୁଙ୍କ ସମେତ ୪ ଜଣ ପ୍ରାଣ ହରାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି  କିବ ନିକଟସ୍ଥ ଇରପିନରେ ଋଷର ବୋମା ବର୍ଷଣର ଫୁଟେଜ ଜାରି କରିଛି ବ୍ରିଟେନର ଆଇଟିଭି ।

Russia Ukraine War Former Female Spy Revealed Putin's Secret

କିବରେ ସଂଘର୍ଷ ଜୋରଦାର ଲାଗିଥିବା ବେଳେ ଋଷ ସୈନ୍ୟଙ୍କୁ ପଛକୁ ହଟାଇ ଦିଆଯାଇଛି ବୋଲି ଦାବି କରିଛି ୟୁକ୍ରେନ ସେନା । କୃଷ୍ଣ ସାଗରରେ ଋଷୀୟ ସୈନ୍ୟଙ୍କୁ ନେଇ ଆସୁଥିବା ଏକ ନୌଜାହାଜ ଉପରେ ଆକ୍ରମଣ କରାଯାଇଥିବା ବି ସୂଚନା ଦେଇଛନ୍ତି ୟୁକ୍ରେନ ।

ୟୁକ୍ରେନର ଦାବି କରୁଛି ଯେ, ଏପର୍ଯ୍ୟନ୍ତ ସୁଧା ୧୫,୮୦୦ ଋଷ ସୈନ୍ୟ ନିହତ ହୋଇଛନ୍ତି । ସେହିପରି ୟୁକ୍ରେନ ଋଷର ୨୮୦ଟି ଆର୍ଟିଲରି ସିଷ୍ଟମକୁ ଧ୍ୱଂସ କରିଦେଇଛି । ଏହା ବ୍ୟତୀତ ୟୁକ୍ରେନ ରୁଷର ୫୩୦ଟି ଟ୍ୟାଙ୍କକୁ ନଷ୍ଟ କରିଦେଇଛି । ଏହା ସହିତ, ୟୁକ୍ରେନ ୧୨୪ ହେଲିକପ୍ଟର, ୧୦୮ଟି ବିମାନ, ୮୨ଟି ଏମଏଲଆରଏସ, ୪୭ଟି  ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମକୁ ଧ୍ୱଂସ କରିଦେଇଛି  ।