୩୬ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ, ବିଫଳ ହେବାରେ ଲାଗିଛି ତୁର୍କୀ ମଧ୍ୟସ୍ଥତା

1 min read

କିଭ୍: ୩୬ ଦିନରେ ଋଷ-ୟୁକ୍ରେନ ୱାର । ବିଫଳ ହେବାରେ ଲାଗିଛି ତୁର୍କୀ କଥାବାର୍ତ୍ତା । ୟୁକ୍ରେନ ରାଜଧାନୀ କିଭ୍ ଓ ଚେର୍ଣ୍ଣିହିବ ତଥା ଅନ୍ୟ କେତେକ ଅଞ୍ଚଳରେ ଆକ୍ରମଣ ହ୍ରାସ କରାଯିବ ବୋଲି ଋଷ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ମିଥ୍ୟା ପ୍ରମାଣିତ ହୋଇଛି । କିବ୍ ଓ ଅନ୍ୟାନ୍ୟ ସହରରେ ଋଷ ପୁଣି ବୋମାମାଡ କରିଥିବା ସୂଚନା ମିଳିଛି । ପୂର୍ବାଞ୍ଚଳ ଦୋନବାସରେ ପୁଣି ଘମାଘୋଟ ଲଢେଇ ଲାଗି ଆହ୍ବାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ, ଆକ୍ରମଣ ହ୍ରାସ କରିବା ଲାଗି ଋଷର ପ୍ରତିଶ୍ରୁତି ମିଥ୍ୟା ଏବଂ ଅଧିକ ଆକ୍ରମଣ କରିବାକୁ ଯୋଜନା କରାଯାଉଛି । ପ୍ରତି ବଦଳରେ ୟୁକ୍ରେନ ବି ନିଜକୁ ପ୍ରସ୍ତୁତ କରିଛି । ଦେଶର ପ୍ରତି ମିଟର ଅଞ୍ଚଳର ସୁରକ୍ଷା ଲାଗି ୟୁକ୍ରେନୀୟ ସୈନ୍ୟ ଲଢେଇ କରିବେ । ଏହି ଦୁଇ ସହରରେ ରାତ୍ରୀକାଳରେ ଗୋଳାବର୍ଷଣ କରାଯାଉଛି ବୋଲି ଜେଲେନସ୍କି ଅଭିଯୋଗ କରିଛନ୍ତି ।

Russia Running Short Of Soldiers Putin Recruiting Foreign Fighters

ସେପଟେ ବିପନ୍ନଙ୍କ ପଳାୟନ ଲାଗି ଆଜି ମାରିଉପୋଲରେ ଅସ୍ତ୍ର ବିରତି କରାଯିବା ନେଇ ସୂଚନା ଦେଇଛି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ । ପ୍ରାୟ ୨ଲକ୍ଷ ଲୋକ ଖାଦ୍ୟ, ପାନୀୟ ବିନା ହାହାକାର ଅବସ୍ଥାରେ କାଳ କାଟୁଥିବା ବେଳେ, କେବଳ ଏହି ସହରରେ ମୃତ୍ୟୁ ସଂଖ୍ୟା ୧୦ ହଜାରରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ଆଜିର ଉଦ୍ଧାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଶରଣାର୍ଥୀ ସଂକ୍ରାନ୍ତ ଜାତିସଂଘ ଉଚ୍ଚାୟୁକ୍ତ ଓ ରେଡକ୍ରସ ।

Ukraine Banned 18 To 60 Years Old Male To Leave Country During War

ସେପଟେ ଦ୍ବିତୀୟ ବୃହତ୍ତମ ସହର ଖାରକିବରେ ଋଷ ସୈନ୍ୟଙ୍କୁ ଲାଗିଛି ଧକ୍କା । ସେଠାରେ ଏକ ରାଜପଥକୁ ନିଜ କବଜାରେ ରଖିଥିବା ଋଷ ସୈନ୍ୟଙ୍କୁ ୟୁକ୍ରେନୀୟ ସୈନ୍ୟ ହଟାଇ ଦେବାରେ ସକ୍ଷମ ହୋଇଛନ୍ତି । ଯୁଦ୍ଧର ଆରମ୍ଭ ପରଠାରୁ ୟୁକ୍ରେନର ଅଧିକାଂଶ ସ୍ଥାନରେ ବୋମା ବର୍ଷଣ ଯୋଗୁ ଧ୍ବଂସ ହେବାରେ ଲାଗିଛି ପରିବେଶ । ପ୍ରାୟ ୩ ଲକ୍ଷ ବର୍ଗ ମିଟର ଅଞ୍ଚଳ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୩୦୦ରୁ ଅଧିକ ବଡ ଧରଣର ବିସ୍ଫୋରଣ ଘଟିଛି ବୋଲି କହିଛନ୍ତି ୟୁକ୍ରେନ ଉପଆଭ୍ୟନ୍ତରୀଣ ମନ୍ତ୍ରୀ ୟେଭଗେନ ୟେନିନ ।