ରକ୍ତମୁଖା ରୁଷ୍ ; କିବରେ ଘନ ଘନ କରୁଛି ମିସାଇଲ ମାଡ଼

1 min read

ନନ୍ଦିଘୋଷ ବ୍ୟୁରୋ: ପୁଣି କିବରେ ହମଲା । କାମିକାଜେ ଡ୍ରୋନ ବା ସୁଇସାଇଡ ଡ୍ରୋନରେ ଘନ ଘନ ଆଟାକ କରୁଛି ଋଷ । ଆଜି ସକାଳୁ ହମଲା ଆହୁରି ଜେରଦାର କରିଛି ମସ୍କୋ । ସକାଳ ପ୍ରାୟ ସାଢ଼େ ୬ଟାରୁ ସହର ଭିତରେ ଏକାଧିକ ମିସାଇଲ ମାଡ଼ ହୋଇଥିବା ବେଳେ କିବ ଓ ଏହାର ଆଖପାଖରେ ଏୟାର ରେଡ ଆଲର୍ଟ ଜାରି କରାଯାଇଛି ।

କ୍ରଜୁ ମିସାଇଲ ଓ ଲୋକମାନଙ୍କୁ ବମ୍ ସେଲଟର ଭିତରେ ରହିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି । କିବ ସମେତ ଖାରକିବ, ଡୋନେସ୍କ ଓ ଖେରସନ ସହରକୁ ମଧ୍ୟ ଟାର୍ଗେଟ କରିଛି ଋଷ । ସେପଟେ ଇଷ୍ଟର୍ଣ୍ଣ ୟୁକ୍ରେନର ଡୋନେସ୍କ ପ୍ରାନ୍ତରେ ମଧ୍ୟରେ ଦୁଇ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି । ଡୋନବାସର ସୋଲେଡାର ଓ ବାଖମୁଟ ସହର ଓ୍ବାର ହଟସ୍ପଟ ପାଲଟିଛି ।

ବାଖମୁଟରେ ଋଷ ସେନାରୁ କଡ଼ା ଜବାବ ଦେଉଛି ୟୁକ୍ରେନ । ଗତ ସପ୍ତାହରେ କିବ ଉପରେ ବଡ଼ ଧରଣର ହମଲା ପରେ ଆଉ ହମଲା କରାଯିବ ନାହିଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ । ମାତ୍ର ଋଷ ସେନା ସହ ନାଟୋ ସିଧାସଳଖ ସାମ୍ନା ହେଲେ ପୁରା ବିଶ୍ବ ଭୟଙ୍କର ପରିସ୍ଥିତିର ସାମ୍ନା କରିବ ବୋଲି ପୁଟିନ ଚେତାବନୀ ଦେଇଥିଲେ ।

ଋଷ-ୟୁକ୍ରେନ ଯୁଦ୍ଧକୁ ୮ମାସ ହୋଇଥିଲେ ବି ଯୁଦ୍ଧରେ ସଫଳତା ପାଇପାରିନି ଋଷ । ଡୋନାଟସ୍କ, ଖେରସନ ଏବଂ ମାଇକୋଲାଇଭ ଅଞ୍ଚଳକୁ ଅକ୍ତିଆର କରିବାକୁ ଅଧିକ ସୈନ୍ୟବାହିନୀ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସାମିଲ କରାଯାଇଛି ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।