ଯୁଦ୍ଧ ଜିତିବାକୁ ପୁତିନଙ୍କ ସିକ୍ରେଟ ପ୍ଲାନ୍, ଯୁଦ୍ଧରେ ସାମିଲ ହେଲେ ଡଲଫିନ୍‌

1 min read

ବ୍ୟୁରୋରିପୋର୍ଟ: ଦୁଇ ମାସ ପରେ ବି ଯୁଦ୍ଧରେ ପଡୁନି ଯବନିକା। ଯୁଦ୍ଧ ଜିତିବାକୁ ପୁଟିନଙ୍କ ସିକ୍ରେଟ ପ୍ଲାନ୍। କୃଷ୍ଣ ସାଗରରେ ଋଷର ଗାଇଡେଡ୍ ମିସାଇଲ କ୍ରୁଜର ମସ୍କଭା ବୁଡ଼ିଯିବା ପରେ ଯୁଦ୍ଧ ଜିତିବାକୁ ଡଲଫିନ୍ ଆର୍ମି ନିୟୋଜିତ କରିଛି ଋଷ। ମସ୍କୋ ପକ୍ଷରୁ ଏହି ଗୁଇନ୍ଦା ଡଲଫିନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ବ୍ଲାକ ସି’ର  ସୁରକ୍ଷା ଓ ଋଷ ପାଣିଜାହାଜର ସୁରକ୍ଷା ପାଇଁ ଡଲଫିନ୍ ଆର୍ମି ପ୍ରସ୍ତୁତ କରାଯାଇଛି।

ଗୁଇନ୍ଦା ଡଲଫିନର ଫଟୋ ଆମେରିକାର ୟୁଏସ୍ ନୋଭେଲ ଇନଷ୍ଟିଚ୍ୟୁଟ୍ ବା USNI ଉତ୍ତୋଳନ କରଛି। ଶତ୍ରୁଙ୍କ ବିପକ୍ଷରେ ଲଢ଼େଇ ପାଇଁ ଅନେକ ସାମୁଦ୍ରିକ ଜୀବକୁ ପୂର୍ବରୁ ଋଷ ଓ ଆମେରିକା ପ୍ରଶିକ୍ଷଣ ଦେଇଥିବା ନଜିର ରହିଛି। ସୂଚନା ଅନୁଯାୟୀ, ଋଷର ସେଭାଷ୍ଟୋପୋଲ ବନ୍ଦରର ପ୍ରବେଶ ଦ୍ୱାରରେ ଏହି ଗୁଇନ୍ଦା ଡଲଫିନ୍ ନିୟୋଜିତ କରିଛି। ସେଭାଷ୍ଟୋପୋଲ ବନ୍ଦର କ୍ରିମିୟା ପେନିନସିଲାର ଦକ୍ଷିଣ ଭାଗରେ ଅବସ୍ଥିତ, ଯାହା ୨୦୦୪ରେ ଋଷ କବଜାକୁ ଆସିଥିଲା। USNI ସାଟେଲାଇଟ୍ ଚିତ୍ରଗୁଡ଼ିକର ବିଶ୍ଳେଷଣ ଅନୁଯାୟୀ ଫେବୃଆରୀରେ ୟୁକ୍ରେନ ଉପରେ ଆକ୍ରମଣର ପ୍ରାରମ୍ଭରେ, ଋଷ ଡଲଫିନ୍ସର ଦୁଇଟି ବାଟାଲିୟନକୁ ଏହାର ନାଭାଲ ବେଶକୁ ପଠାଇଥିଲା।

ଶତ୍ରୁ ଉପରେ ନଜର ରଖେ ଡଲଫିନ

ମିଲିଟାରି ତାଲିମ ପ୍ରାପ୍ତ ଏହି ଡଲଫିନଗୁଡ଼ିକ ଋଷର ନାଭାଲ୍ ବେସର ପ୍ରବେଶ ପଥ ଉପରେ ନଜର ରଖିଛନ୍ତି ଡଲଫିନଗୁଡ଼ିକ ଗଭୀରଜଳ ତଳେ ଶତ୍ରୁ ଲକ୍ଷ୍ୟର ଶବ୍ଦ ଏବଂ ପରିସର ଚିହ୍ନଟ କରିପାରନ୍ତି ଋଷର ସେନା ଏପରି ଏକ ଟେକ୍ନୋଲୋଜି ବିକଶିତ କରିଛି, ଯାହା ସାହାଯ୍ୟରେ ଏହି ଗୁଇନ୍ଦା ଡଲଫିନଗୁଡ଼ିକର ଗତିବିଧି ଏକ ସିଗ୍ନାଲରେ ପରିଣତ ହୁଏ ଏବଂ ସେନାକୁ ଶତ୍ରୁଙ୍କ ଗତିବିଧି ଜଣାପଡ଼ିଯାଏ

ପୂର୍ବରୁ ବି ଡଲଫିନ ବ୍ୟବହାର କରିଛି ଋଷ:

୨୦୧୮ରେ ଆସିଥିବା ସାଟେଲାଇଟ ଫଟୋରୁ ଖୁଲାସା ହୋଇଥିଲା ଯେ ସିରିୟାନ ଯୁଦ୍ଧ ସମୟରେ ମଧ୍ୟ ଋଷ ସିରିଆରେ ନିଜ ନାଭାଲ ବେଶରେ ଡଲଫିନମାନଙ୍କର ବ୍ୟବହାର କରିଥିଲା ସେମାନଙ୍କୁ ସାମରିକ ତାଲିମ ଦେଇ ଘାଟିରେ ନିୟୋଜିତ କରିଥିଲା କେବଳ ଡଲଫିନ ନୁହେଁ ବେଲୁଗା ହ୍ୱେଲଙ୍କୁ ବି ଟ୍ରେନ କରିସାରିଛି ଋଷ ୨୦୧୯ରେ ନରୱେରେ ମାଛଧରାଳିମାନେ ଏଭଳି ହିଁ ଏକ ହ୍ୱେଲକୁ ଦେଖିଥିଲେ ଯାହାର ବେକରେ କ୍ୟାମେରା ଝୁଲୁଥିଲା

ୟୁକ୍ରେନ, ଆମେରିକା ମଧ୍ୟ ଡଲଫିନଙ୍କୁ ଦିଏ ତାଲିମ:

ଡଲଫିନମାନଙ୍କୁ କେବଳ ଋଷର ସେନା ନୁହେଁ, ଆମେରିକା ଏବଂ ୟୁକ୍ରେନ ପରି ଦେଶର ସେନା ମଧ୍ୟ ତାଲିମ ଦେଇଛନ୍ତି ସୂଚନା ଅନୁଯାୟୀ, ସୋଭିଏତ୍ ଯୁଗରେ ୟୁକ୍ରେନ ମଧ୍ୟ ସେଭାଷ୍ଟୋପୋଲ ନିକଟରେ ଏହି ଡଲଫିନମାନଙ୍କୁ ସାମରିକ ତାଲିମ ଦେଉଥିଲା

୨୦୧୨ରେ ୟୁକ୍ରେନ ଏହି କାର୍ଯ୍ୟକ୍ରମ ବନ୍ଦ କରି ଦେଇଥିଲା, ଯାହା ପରେ ୨୦୧୪ରେ କ୍ରିମିୟା କବଜା କରିବା ସମୟରେ ୟୁକ୍ରେନର ଡଲଫିନ୍ ମଧ୍ୟ ନେଇଯାଇଥିଲା ଋଷ ପରେ ୟୁକ୍ରେନ ରୁଷକୁ ଅନେକ ଥର ଡଲଫିନଗୁଡ଼ିକୁ ମାଗିଥିଲା, କିନ୍ତୁ ମିଳିଲା ନାହିଁ

ଆମେରିକା ମଧ୍ୟ ଡଲଫିନଙ୍କୁ ସାମରିକ ତାଲିମ ଦେବାରେ ପଛରେ ନାହିଁ ଡଲଫିନ୍ ଏବଂ ସମୁଦ୍ର ଘୋଡ଼ାଙ୍କୁ ତାଲିମ ଦେବାରେ ଆମେରିକା ସରକାର ଏପର୍ଯ୍ୟନ୍ତ ପ୍ରାୟ ୨୮ ମିଲିୟନ୍ ଡଲାର୍ ଖର୍ଚ୍ଚ କରିସାରିଲେଣି