ଦିଲ୍ଲୀର ରୋହିଣୀ କୋର୍ଟରେ ଗ୍ୟାଙ୍ଗୱାର, ଗ୍ୟାଙ୍ଗଷ୍ଟାରକୁ ହତ୍ୟା କଲେ ଆକ୍ରମଣକାରୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଗୋଷ୍ଠୀ ସଂଘର୍ଷ । ଶୁକ୍ରବାର ଦ୍ୱିପ୍ରହରେ ସେଠାରେ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର ଜିତେନ୍ତ୍ର ଓରଫ ଗୋଗିକୁ ଗୁଳିକରି ହତ୍ୟା କରାଯାଇଛି । ଯାହାପରେ କୋର୍ଟ ପରିସ,ର ଭିତରେ ସୁଟଆଉଟ ହେଲା ଏବଂ ଆକ୍ରମଣକାରୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏହି ଗୁଳି ବିନିମୟରେ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଜିତେନ୍ଦ୍ର ହୋଇଥିବାବେଳେ ଦୁଇଜଣ ଆକ୍ରମଣକାରୀ ଯିଏ ଜିତେନ୍ଦ୍ରଙ୍କୁ ଆକ୍ରମଣ କରିବାକୁ ଆସିଥିଲେ। ତିହାର ଜେଲରେ ରଖାଯାଇଥିବା ଜିତେନ୍ଦ୍ର ଓରଫ ଛଦ୍ମନାମ ଗୋଗୀଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା । ଏହି ସମୟରେ ରୋହିଣୀ କୋର୍ଟ ପରିସରରେ ଦୁର୍ବୃତ୍ତଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଓକିଲ ବେଶରେ ଆସିଥିଲେ ଆକ୍ରମଣକାରୀ

ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ, ଦୁଇ ଜଣ ଆକ୍ରମଣକାରୀ ଓକିଲ ବେଶରେ କୋର୍ଟ ପରିଶର ଭିତରେ ପହଞ୍ଚିଥିଲେ, ଯେଉଁମାନେ ଜିତେନ୍ଦ୍ରଙ୍କୁ ହତ୍ୟାକରିଥିଲେ । ସ୍ପେଶାଲ୍ ସେଲ୍ ଟିମ୍ ଜିତେନ୍ଦ୍ରଙ୍କୁ କୋର୍ଟ କକ୍ଷକୁ ନେଇ ଯାଇଥିଲେ ଯେଉଁଠାରେ ଘଟଣା ଘଟିଥିଲା । କୁହାଯାଉଛି ଯେ ଦିଲ୍ଲୀର ଟିଲୁ ଗ୍ୟାଙ୍ଗ ଜିତେନ୍ଦ୍ରଙ୍କୁ ହତ୍ୟା କରିଛି । ନିହତ ହୋଇଥିବା ଦୁଇ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାହୁଲ, ଯାହାଙ୍କ ମୁଣ୍ଡରେ ୫୦ ହଜାର ପୁରସ୍କାର ରାଣିଥିଲା ।

ଦୁଇ ବର୍ଷ ପୂର୍ବେ ଜିତେନ୍ଦ୍ର ଧରାପଡିଥିଲେ

ଦୁଇ ବର୍ଷ ପୂର୍ବେ ଗୁରୁଗ୍ରାମର ସ୍ପେଶାଲ୍ ସେଲ୍ ଦ୍ୱାରା ଜିତେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଅନୁଯାୟୀ ଜିତେନ୍ଦ୍ର ଗୋଗୀ ଅପରାଧ ମାଧ୍ୟମରେ ବହୁ ଧନ ଅର୍ଜନ କରିଥିଲେ । ଜିତେନ୍ଦ୍ର ଗୋଗୀଙ୍କ ନେଟୱାର୍କରେ ୫୦ ରୁ ଅଧିକ ଲୋକ ଅଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଜିତେନ୍ଦ୍ର ଗୋଗୀଙ୍କୁ ୨୦୨୦ ମସିହାରେ ଗୁରୁଗ୍ରାମରୁ ଗିରଫ କରାଯାଇଥିଲା । ଗୋଗୀଙ୍କ ସହ କୁଲଦୀପ ଫାଜା ମଧ୍ୟ ଧରାପଡିଥିଲେ । ପରେ କୁଲଦୀପ ଫ ଜା ମାର୍ଚ୍ଚ ୨୫ ରେ କଷ୍ଟଡୀରୁ ଫେରାର ହୋଇଯାଇଥିଲା । ଫାଜା ଜିଟିବି ହସ୍ପିଟାଲରୁ ପଳାଇ ଯାଇଥିଲେ ଯାହା ପରେ ତାର ଏନକାଉଣ୍ଟର ହୋଇଥିଲା।

Leave a Reply