ଟିଆରପି ସ୍କାମ: ମୁମ୍ବାଇ ପୋଲିସର ଚାର୍ଜସିଟରେ ଅର୍ଣ୍ଣବ ଗୋସ୍ୱାମୀ

1 min read

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଟେଲିଭିଜନ ରେଟିଂ ପଏଣ୍ଟସ ଦୁର୍ନୀତି ମାମଲା । ମୁମ୍ବାଇ ପୋଲିସ ପକ୍ଷରୁ ଦାଖଲ ଚାର୍ଜସିଟରେ ରିପବ୍ଲିକ ଟିଭିର ଏଡିଟର ଇନ ଚିଫ ଅର୍ଣ୍ଣବ ଗୋସ୍ବାମୀଙ୍କ ନାମ ସ୍ଥାନ ପାଇଛି । ଟିଆରପି ସ୍କାମ ନେଇ ଏଫଆଇଆର ଦାୟରର ୯ ମାସ ପରେ ଏହି ଚାର୍ଜସିଟ ପ୍ରସ୍ତୁତ ହୋଇଛି । ଟିଆରପି ସ୍କାମରେ ଏହି ଚାନେଲ ରହିଛି ବୋଲି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଅଭିଯୋଗ କ୍ରମେ ମାମଲା ଦାୟର ହୋଇଥିଲା ।

ଏହି ଘଟଣାରେ ପୋଲିସ ଅର୍ଣ୍ଣବ ଗୋସ୍ବାମୀ ଓ ଏଆରଜି ଆଉଟଲିୟର ମିଡିଆର ୪ ଜଣଙ୍କ ନାଁ ସ୍ଥାନ ପାଇଛି । ରିପବ୍ଲିକ ଟିଭିର ମାଲିକାନା ଏଆରଜି ଆଉଟଲିୟର ମିଡିଆ ହାତରେ ରହିଛି । ଆଜି ଏସପ୍ଲାନେଡ ମେଟ୍ରୋପଲିଟାନ କୋର୍ଟରେ ୧୮୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ ଦାଖଲ କରାଯାଇଛି । ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି- ସିଓଓ ପ୍ରିୟା ମୁଖାର୍ଜୀ, ଶିବେନ୍ଦୁ ମୁଲେଲକର ଓ ଶିବ ସୁନ୍ଦରନ ।

ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ମାମଲାରେ ବ୍ରଡକାଷ୍ଟ ଅଡିଏନସ ରିସର୍ଚ୍ଚ କାଉନସିଲ ବା ବାର୍କର ସିଇଓ ପାର୍ଥ ଦାସଗୁପ୍ତା ଓ ରିପବ୍ଲିକ ଟିଭି ସିଇଓ ବିକାଶ ଖାନଚନ୍ଦାନିଙ୍କ ସମେତ ୧୫ ଜଣଙ୍କ ବିରୋଧରେ ଚାର୍ଜସିଟ କରିଛି । ସେମାନଙ୍କ ବିରୋଧରେ ଠକେଇ, ଜାଲିଆତି, ଅପରାଧ ଷଡଯନ୍ତ୍ର ଆଦି ଅଭିଯୋଗ ରହିଛି । ଗତ ମାର୍ଚ୍ଚ ୨୪ରେ ଗିରଫଦାରୀରୁ ଅର୍ଣ୍ଣବଙ୍କୁ ବମ୍ବେ ହାଇକୋର୍ଟ ସୀମିତ ସୁରକ୍ଷା ଦେଇଥିଲେ ।

Leave a Reply