ଟୋକିଓରୁ ରୌପ୍ୟ ଜିତିଥିବା ରବି ଦହିୟାଙ୍କ କୋଠରୀ, ଯେଉଁଠି ରୁହନ୍ତି ୪ କୁସ୍ତି ଯୋଦ୍ଧା

1 min read

ନୂଆଦିଲ୍ଲୀ: ଭାରତୀୟ ମଲ୍ଲ ଯୋଦ୍ଧା ରବି ଦହିୟା ଟୋକିଓ ଅଲିମ୍ପିକ୍ସରେ ପୁରୁଷ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ହରିୟାଣାର ସୋନିପାତ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ରବି ଦହିୟା ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଟ୍ରେନିଂ ନିଅନ୍ତି। ଯେଉଁଠାରୁ ଭାରତ ପୂର୍ବରୁ ଦୁଇଜଣ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ଏବଂ ଯୋଗେଶ୍ୱର ଦତ୍ତଙ୍କୁ ପାଇଛି। ରବି ରହୁଥିବା ଜାଗାଟିକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେନି ଯେ ଦେଶକୁ ବିଶ୍ୱସ୍ତରରେ ଗୌରବାନ୍ୱିତ କରିଥିବା ଯୋଦ୍ଧା ଏଭଳି ଅବସ୍ଥାରେ ରହୁଛନ୍ତି।

ଛତ୍ରସାଲ ଷ୍ଟାଡିୟମରେ ରବି ଦହିୟା ଗତ ୧୧ ବର୍ଷ ଧରି ରହୁଥିବା କୋଠରୀଟି ଦେଖିଲେ ଆପଣ ଆଶ୍ଟର୍ଯ୍ୟ ହୋଇଯିବେ। ଏହି କୋଠରୀଟି ବହୁତ ଛୋଟ।  ପାଖାପାଖି ୧୨/୧୨ ମାପର ଏକ ଛୋଟିଆ କୋଠରୀରେ କବଳ ରବି ନୁହେଁ ତାଙ୍କ ସହ ଆଉ ତିନିଜଣ ମଲ୍ଲ ଯୋଦ୍ଧା ମଧ୍ୟ ରୁହନ୍ତି। ଆଉ ସବୁଠୁ ବଡ଼ କଥା ହେଲା ପୂର୍ବତନ ଅଲିମ୍ପିକ୍ ପଦକ ବିଜେତା ଯୋଗେଶ ଦତ୍ତ ମଧ୍ୟ ଏହି କୋଠରୀରେ ରହୁଥିଲେ। ଏହି କୋଠରୀଟି ସମ୍ପୂର୍ଣ୍ଣ ଭାବେ ପକ୍କା ହୋଇନାହିଁ, ଯଦିଓ ବର୍ତ୍ତମାନ ଏଥିରେ ଏକ ଏୟାର କଣ୍ଡିସନର ଲଗାଯାଇଛି । ତଥାପି ଏହା ୪ ଜଣ ରହିବା ଭଳି ତ ଆଦୌ ହୋଇନାହିଁ।

କେମିତି ଏହି ଷ୍ଟାଡିୟମରେ ପହଞ୍ଚିଲେ ଦହିୟା?

ପିତା ରାକେଶ କୁମାର ୧୨ ବର୍ଷ ବୟସରେ ରବିଙ୍କୁ ଛତ୍ରସାଲ ଷ୍ଟାଡିୟମକୁ ପଠାଇଥିଲେ। ତାଙ୍କ ପିତା ପ୍ରତିଦିନ ଘରୁ ୬୦ କିଲୋମିଟର ଦୂରରେ ଥିବା ଛତ୍ରସାଲ ଷ୍ଟାଡିୟମକୁ କ୍ଷୀର ଏବଂ ଲହୁଣୀ ଯୋଗାଉଥିଲେ। ତେ ସେ ମଧ୍ୟ ନିଜ ପିତାଙ୍କୁ ସାହାଯ୍ୟ କରୁ କରୁ କୁସ୍ତି ପାଇଁ ମନ ବଳାଇଥିଲେ ଓ ତାଙ୍କ ପିତା ତାଙ୍କୁ ଏଠି ଭର୍ତ୍ତି କରାଇଥିଲେ।

ରବି

ଦହିୟା ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସ ପାଇଁ ଟିକେଟ୍ ପାଇଥିଲେ। ଯାହାପରେ ତାଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଫିଟନେସ ଟ୍ରେନର କମଲ ମଲିକୋଭ ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ (TOPS) ଅଧୀନରେ ଏପ୍ରିଲ ୨୦୨୧ରୁ ନିଯୁକ୍ତ ହୋଇଥିଲେ।  କିନ୍ତୁ ପୋଲାଣ୍ଡ ଓପନ୍ ରେସଲିଂ ସ୍ୱର୍ଣ୍ଣ ପଦକ ମ୍ୟାଚରେ ଆମେରିକାଠୁ ହାରିବା ଉଭୟ ଦହିୟା ଏବଂ ତାଙ୍କ ପ୍ରଶିକ୍ଷକଙ୍କୁ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଦେଇଥିଲା। ଆଉ ବର୍ତ୍ତମାନ ସେ ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତି ନିଜ ନାଁକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରାଇପାରିଛନ୍ତି।

Leave a Reply