ରେଳ ଡବାରେ ଆଦାନୀ କମ୍ପାନୀର ମୋହରକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ଟ୍ୱିଟ୍: ଭ୍ରମାତ୍ମକ କହିଲା ଖବର ସରବରାହ ସଂସ୍ଥା

1 min read

ନୂଆଦିଲ୍ଲୀ: ପିଆଇବି ଫ୍ୟାକ୍ଟ ଚେକ୍ ତରଫରୁ ଏକ ସୋସିଆଲ୍ ମିଡିଆ ପୋଷ୍ଟର ସତ୍ୟତା ଅନୁସନ୍ଧାନ କରାଯାଇଛି । ସତ୍ୟତା ସନ୍ଧାନ କରାଯାଇଥିବା ଭିଡିଓରେ ଘରୋଇ କମ୍ପାନୀ ଅଦାନୀର ନାମ ଛପା ଯାଇଛି । ଅନୁସନ୍ଧାନ ରିପୋର୍ଟରେ ପିଆଇବି ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଦ୍ରାଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଏକ ଟ୍ୱିଟ୍ ସେୟାର କରାଯାଇଛି । ଯେଉଁଥିରେ ସେ ଲେଖିଛନ୍ତି ‘ ଯେଉଁ ଭାରତୀୟ ରେଳକୁ ଦେଶର କୋଟି କୋଟି ଲୋକ ନିଜ ପରିଶ୍ରମ ଦ୍ୱାରା ଗଢ଼ି ତୋଳିଛନ୍ତି, ତାହ ଉପରେ ବିଜେପି ସରକାର ନିଜର ଆରବପତି ବନ୍ଧୁ ଆଦାନୀଙ୍କ ମୋହର ଲଗାଇଛନ୍ତି । ଆଗକୁ ଧିରେ ଧିରେ ରେଳବାଇର ବଡ଼ ଅଂଶ ମୋଦିଙ୍କ ଆରବପତି ବନ୍ଧୁଙ୍କୁ ଚାଲିଯିବ । ଦେଶର କୃଷକ ମଧ୍ୟ ଆଜି ନିଜ ଜମିକୁ ମୋଦିଙ୍କ ବନ୍ଧୁ ମାନଙ୍କ ହାତକୁ ଯିବାରୁ ରୋକିବାକୁ ଚେଷ୍ଟା କରୁଛନ୍ତି ।

          ପ୍ରିୟଙ୍କା ଗାନ୍ଧୀ ବାଦ୍ରାଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ଭିଡିଓ ୧୪ ଡିସେମ୍ୱରକୁ ପୋଷ୍ଟ କରାଯାଇଛି । ତେବେ ପ୍ରିୟଙ୍କା ଗାନ୍ଧୀଙ୍କ ଏହି ପୋଷ୍ଟକୁ କେନ୍ଦ୍ର ସରକାରଙ୍କ ଏଜେନ୍ସ ପିଆଇବି ଭ୍ରମାତ୍ମକ ବୋଲି କହିଛି । ପିଆଇବି ଫେକ୍ୱ ଚେକ୍ ତରଫରୁ ୧୬ ଡିସେମ୍ୱର ଦ୍ୱିପ୍ରହରରେ ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟ ସହିତ ଏକ ଟ୍ୱିଟ୍ କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ରେଳରେ ଦେଖାଦେଇଥିବା ଘରୋଇ କମ୍ପାନୀର ପ୍ରତୀକ କେବଳ ଏକ ବିଜ୍ଞାପନ ।

Leave a Reply