ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଧସ୍ତାଧସ୍ତି, ଅଳ୍ପକେ ବର୍ତ୍ତିଲେ ରାହୁଲ

ପାଟନା: ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଏବେ ବିହାରରେ ଅଛି । କାଟିହାରରେ ରାହୁଲ ଗାନ୍ଧି ପଦଯାତ୍ରା କରିବା ବେଳେ ସେ ଲୋକଙ୍କ ସହ କଥା ହୋଇଥିଲେ । ଏହି ଯାତ୍ରା ସମୟରେ ଲୋକଙ୍କ ଠେଲାପେଲା ଯୋଗୁ ରାହୁଲଙ୍କ କାର୍ ଭାଙ୍ଗିଯାଇଛି ଏବଂ ରାହୁଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାରରୁ ଓହ୍ଲାଇ ରାହୁଲ ବସରେ ବସି ଯାଇ ଲୋକଙ୍କୁ ଶାନ୍ତ କରିଥିଲେ ।

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଆଜି ୧୮ ତମ ଦିନ । ଏହି ଯାତ୍ରା ବିହାରରୁ ପଶ୍ଚିମବଙ୍ଗକୁ ଯିବ । ବିହାରରେ ରାହୁଲ କହିଥିଲେ ଯେ, ଅନ୍ୟାୟ ବିରୋଧରେ ଜାରି ଥିବା ନ୍ୟାୟର ମହାଯାତ୍ରାକୁ ଲୋକଙ୍କ ସମର୍ଥନ ମିଳିଥିଲା । ଏହି ଯାତ୍ରା ଜାରି ରହିବ ।