କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ, କହିଲେ ବିପଦରେ ଭାରତୀୟ ମୂଳ ଗଣତନ୍ତ୍ର

ନୂଆଦିଲ୍ଲୀ: କେମ୍ବ୍ରିଜ୍ ୟୁନିଭରସିଟିରୁ କେନ୍ଦ୍ର ଉପରେ ଆକ୍ରମଣ । ଅଭିଭାଷଣ ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଭାରତୀୟ ଗଣତନ୍ତ୍ର ଉପରେ ହମଲା, ଗଣତାନ୍ତ୍ରିକ ସଂସ୍ଥା ଉପରେ କବଜାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ସେ କହିଛନ୍ତି, ଭାରତର ମୂଳ ଗଣତନ୍ତ୍ର ଉପରେ ଆକ୍ରମଣ କରାଯାଉଛି । ଗଣମାଧ୍ୟମ, ନ୍ୟାୟପାଳିକା ଭଳି ଗଣତାନ୍ତ୍ରିକ ସଂସ୍ଥା ଉପରେ କବଜା ଜମାଇଛନ୍ତି କେନ୍ଦ୍ର ସରକାର । ଇସ୍ରାଏଲୀ ସ୍ପାଏଓ୍ବେରର ବ୍ୟବହାର କରାଯାଇ ବିରୋଧୀଙ୍କୁ ଜାସୁସୀ କରାଯାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସରକାର ଇସ୍ରାଏଲୀ ସ୍ପାଏଓ୍ବେର ପେଗାସସ୍ ବ୍ୟବହାର କରି ବିରୋଧୀ ଦଳ ନେତାଙ୍କ ଜାସୁସୀ କରୁଛନ୍ତି । ମୋ ଫୋନରେ ମଧ୍ୟ ପେଗାସସ୍ ରହିଥିଲା । ଫୋନରେ କଥା ହେବା ବେଳେ ଆଲର୍ଟ ରହିବାକୁ କୁହାଯାଇଥିଲା ବୋଲି ରାହୁଲ କହିଛନ୍ତି ।

ସରକାର ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ କଣ୍ଟ୍ରୋଲ କରୁଥିବା ବେଳେ ଦେଶ ଭିତରେ ଭୟ ସୃଷ୍ଟି କରିବା ସଂଖ୍ୟାଲଘୁ ସମ୍ପ୍ରଦାୟ, ଦଳିତ ଏବଂ ଆଦିବାସୀଙ୍କ ଉପରେ ଆକ୍ରମଣ କରାଯାଉଛି ବୋଲି ରାହୁଲ କହିଛନ୍ତି । ରାହୁଲ ଏବେ ବ୍ରିଟେନ ଟୁରରେ ରହିଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ କେମ୍ବ୍ରିଜ ୟୁନିଭରସିଟିରେ ଅଭିଭାଷଣ ଦେବା କାର୍ଯ୍ୟକ୍ରମ ରହିଛି । ଇଣ୍ଡିଆନ ଓଭରସିଜ୍ କଂଗ୍ରେସ ସଦସ୍ୟଙ୍କ ସହ ଆଲୋଚନା ସହ ଲଣ୍ଡନରେ ହେବାକୁ ଥିବା ଏକ କନଫରେନ୍ସ ମଧ୍ୟ ରାହୁଲ ସାମିଲ ହେବେ ।