କରୋନା ସଂକ୍ରମିତ ଚିହ୍ନଟ ପରେ ସିଲ୍ ହେଲା ଗାଁ, ୧୦ ଦିନ ପାଇଁ ସଟଡାଉନ୍ ଘୋଷଣା

ପୁରୀ: ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ପରେ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି । ପିପିଲିର ଦାନଗହୀର ଗାଁକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ୧୦ ଦିନ ପାଇଁ ଉକ୍ତ ଅଞ୍ଚଳକୁ ସଟଡାଉନ୍ ଘୋଷଣା କରାଯାଉଛି । ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।

ସଂକ୍ରମିତ ଜଣଙ୍କ ନିଜାମୁଦ୍ଦିନ ଫେରନ୍ତା ବୋଲି ଜଣାପଡ଼ିଛି । ସଂକ୍ରମିତଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯିବାକୁ ଥିବାବେଳେ ପରିବାର ଲୋକଙ୍କୁ ସରକାରୀ କ୍ୱାରେଣ୍ଟାଇନକୁ ନିଆଯାଇ ସେମାନଙ୍କ ନମୁନା ସଂଗ୍ରହ କରାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବ । ପିପିଲି ବ୍ଲକର ଦାନଗହୀର ଛକ, ଜୟପୁରା ଛକ ଓ ଜୟପୁରା ଶାସନ ଛକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

ଉକ୍ତ ଅଞ୍ଚଳରେ ପ୍ରବେଶ, ପ୍ରସ୍ଥାନ ଉପରେ କଟକଣା ଜାରି କରାଯାଇଛି । ୧୪ ମାର୍ଚ୍ଚ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଅଞ୍ଚଳକୁ ସଟଡାଉନ୍ ଘୋଷଣା କରାଯାଇଛି । ଅଞ୍ଚଳର ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନକୁ ତୁରନ୍ତ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସଟଡାଉନ୍ ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ମେଡିକାଲ ସେବା ସବୁ ଉପ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ କରାଯିବ ।

ତବଲିଗି ଜମାତର ମୌଲାନା ସାଦକୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଗଲା ୨୬ ପ୍ରଶ୍ନ

ପୁରୀ ଜିଲ୍ଲାପାଳ ଲୋକଙ୍କୁ ଗୁଜବରେ ବିଶ୍ୱାସ ନକରିବାକୁ ଅନୁରୋଧ କରିବା ସହ ଭୟଭୀତ ନହୋଇ ଘରେ ରହିବାକୁ କହିଛନ୍ତି । ଘରେ ରହିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

Leave a Reply