ବେଆଇନ ନୁହେଁ ପରିକ୍ରମା ମାର୍ଗ ବିକାଶ କାମ, ଏଏସଆଇର ଲୋଡା ନାହିଁ ଅନୁମତି

1 min read

ପୁରୀ: ବେଆଇନ ନୁହେଁ ପରିକ୍ରମା ମାର୍ଗ ବିକାଶ କାମ। ନିଷିଦ୍ଧାଞ୍ଚଳରେ ହୋଇପାରିବ ନିର୍ମାଣ କାମ। ଏଏସଆଇର ଲୋଡା ନାହିଁ ଅନୁମତି। ଆମସାର ଆଇନ ଅନୁସାରେ ନିର୍ମାଣ କାମ ନୁହେଁ ବେଆଇନ। ଶ୍ରୀକ୍ଷେତ୍ରର ବିକାଶରେ ବିରୋଧୀ ଏଣିକି ଦିଅନ୍ତୁନି ବାଧା। ପୁରୀ ଶ୍ରୀମନ୍ଦିର ପାଇଁ ହେରିଟେଜ ବାଇ ଲ’ ଅନୁମୋଦିତ ହୋଇନଥିବା ବେଳେ ଅଧିନିୟମ ଅନୁସାରେ ଯେକୌଣସି ନିର୍ମାଣ କାର୍ଯ୍ୟ ନେଇ NMA ଠାରୁ କେବଳ ଅନୁମତିର ଆବଶ୍ୟକତା ରହିଅଛି। କରିଡର ନିର୍ମାଣ ନେଇ NMAଠାରୁ ଅନୁମତି ନିଆଯାଇଥିବାରୁ ଶ୍ରୀମନ୍ଦିର କରିଡର ନିର୍ମାଣ ପ୍ରକଳ୍ପ ଆଇନ ଅନୁସାରେ କରାଯାଉଅଛି ବୋଲି ଯୁକ୍ତି ବାଢିଛନ୍ତି ବରିଷ୍ଠ ଆଇନଜୀବୀ।

ଫେବ୍ରୁଆରୀ ୨୦୨୧ରେ ଶ୍ରୀମନ୍ଦିର ହେରିଟେଜ ବାଇ ଲ’ କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପ୍ରତ୍ୟାହାର କରିଥିଲା। ୨୦୧୦ ଆମସାର୍ ସଂଶୋଧିତ ଆଇନ ଅନୁଯାୟୀ ଐତିହ୍ୟ ସ୍ଥଳୀ ନିକଟରେ ନିର୍ମାଣ ନେଇ ବିଶେଷ ପରିସ୍ଥିତିରେ NMA ଠାରୁ ଅନୁମତିର ଆବଶ୍ୟକତା ରହିଛି। ଏପରିକି ୧୦୦ମିଟର ନିଷିଦ୍ଧାଞ୍ଚଳ ପରିଧିରେ ମଧ୍ୟ ଅଧିନିୟମର ଧାରା ୨ ଉପଧାରା DC ଅନୁଯାୟୀ କ୍ଲକ ରୁମ, ସେଲଟର ପାଭିଲିଆନ, ଇଲେକଟ୍ରିକାଲ ରୁମ, ଟଏଲେଟ ନିର୍ମାଣ କାର୍ଯ୍ୟ କରାଯିବାରେ କୌଣସି ବାଧା ନାହିଁ । ଏଣୁ ଶ୍ରୀମନ୍ଦିର କରିଡର ନିର୍ମାଣ ସମ୍ପୂର୍ଣ ଆଇନତଃ କରାଯାଉଥିବା ବରିଷ୍ଠ ଆଇନଜୀବୀ ମତ ପ୍ରକାଶ କରିଛନ୍ତି।

୧୯୭୯ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଏଏସଆଇ ମଧ୍ୟରେ କେବଳ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ନେଇ MOU ସ୍ଵାକ୍ଷରିତ ହୋଇଥିଲା। ବର୍ତ୍ତମାନ ସ୍ଥିତିରେ କରିଡର ନିର୍ମାଣକୁ ନେଇ ଆବଶ୍ୟକୀୟ ପ୍ରାଧିକରଣ ଠାରୁ ଆଇନତଃ ଅନୁମତି ନିଆଯାଇଥିବା ବେଳେ ଏଥିରେ ଏଏସଆଇର ରାଜ୍ୟ ଅଧିକାରୀଙ୍କ ମଧ୍ୟ ସହମତି ରହିଛି। କାରଣ ଏହି ପ୍ରକଳ୍ପକୁ ଶ୍ରୀମନ୍ଦିର ପରିଚାଳନା କମିଟି ମଂଜୁରୀ ଦେଇଥିବା ବେଳେ ଏଥିରେ ଏଏସଆଇ ରାଜ୍ୟ ମୁଖ୍ୟ ସଦସ୍ୟ ଅଛନ୍ତି।

ଏବେ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ବେଆଇନ ଦର୍ଶାଇବା ଆଇନତଃ ଯୁକ୍ତିସଂଙ୍ଗତ ନୁହେଁ। ଏପରିକି AMSAR ଆଇନର ମଧ୍ୟ ଭୁଲ ତର୍ଜମାରୁ ବିରୋଧୀ ଦୂରେଇ ରହିବାକୁ ବୁଦ୍ଧିଜୀବୀ ମତ ରଖିଛନ୍ତି। ଏବେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଆସନ୍ତାକାଲି କାର୍ଯ୍ୟର ସମୀକ୍ଷା କରିବାକୁ ଏଏସଆଇ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମିଳିତ ଟିମ ପୁରୀ ଗସ୍ତରେ ଆସିବେ।