ଓମିକ୍ରନକୁ ହରାଇଲା ଦେଢ଼ ବର୍ଷର ଶିଶୁ

1 min read
More 7 Omicron Variant Detected In Maharastra

ପୁନେ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ମାତ୍ ଦେଲା ଦେଢ ବର୍ଷର ଶିଶୁ । ମହାରାଷ୍ଟ୍ରର ପୁନେରୁ ଆସିଛି  ଏଭଳି ଆଶ୍ବସ୍ତିକର ଖବର । ଓମିକ୍ରନରେ ସଂକ୍ରମିତ ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି ଶିଶୁ ।ପୁନେରେ ଦେଢ଼ ବର୍ଷର ଶିଶୁ ଓମିକ୍ରନରୁ ସୁସ୍ଥ ହୋଇଥିବା ବେଳେ ଦିଲ୍ଲୀରେ ଆଉ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୩୩ରେ ପହଞ୍ଚିଛି । ଦିଲ୍ଲୀରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣକ ଜିମ୍ବାଓ୍ବେରୁ ଫେରିଥିଲେ ।

ଦିଲ୍ଲୀ ବ୍ୟତୀତ ମହାରାଷ୍ଟ୍ରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଓମିକ୍ରନ ସଂକ୍ରମଣ ବଢୁଥିବାର ଦେଖି ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି । ଆସନ୍ତା ୨ ଦିନ ପାଇଁ ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି । ଏହି ଦୁଇ ଦିନ ମଧ୍ୟରେ ମୁମ୍ବାଇରେ କୌଣସି ସଭା ସମିତି ଓ ରାଲି ହୋଇପାରିବ ନାହିଁ। ମହାରାଷ୍ଟ୍ରରେ ଜଣେ ୩ ବର୍ଷର ଶିଶୁ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି ।

ଅନ୍ୟପକ୍ଷରେ କୋଭିଡ ଟିକା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିରୋଧରେ ପ୍ରାୟ ୭୫ ପ୍ରତିଶତ ସୁରକ୍ଷା ଦେଇଥାଏ ବୋଲି କହିଛି ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ସଂସ୍ଥା । ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକାର ଭାରତୀୟ ଭର୍ସନ କୋଭିସିଲ୍ଡ ଏବଂ ଫାଇଜର ଟିକା ଏହାର ମୁକାବିଲା ଲାଗି ସକ୍ଷମ ବୋଲି କୁହାଯାଇଛି । ତେବେ ଏହି ଦୁଇ ଟିକାର ବୁଷ୍ଟର ଡୋଜ ଓମିକ୍ରନ ବିରୋଧରେ ସମ୍ପୂର୍ଣ୍ଣ ପ୍ରତିରୋଧକ୍ଷମ ସାବ୍ୟସ୍ତ ହୋଇପାରିଛି । ବର୍ତ୍ତମାନ ଯେଉଁ ହାରରେ ବ୍ରିଟେନରେ ସଂକ୍ରମଣ ବଢୁଛି ସେହି ଧାରା ଯଦି ଆଗାମୀ ଦିନରେ ଲାଗି ରୁହେ ତେବେ ଚଳିତ ମାସ ଶେଷ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ହେବ ବୋଲି ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ସଂସ୍ଥା ଚେତାବନୀ ଦେଇଛି ।

Leave a Reply