ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ରାଲି କରିବେ ଆନ୍ଦୋଳନରତ କୃଷକ

1 min read
Protesting farmer unions to hold Tiranga rallies on Independence Day

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀ, ଅଗଷ୍ଟ ୧୫ରେ ସାରା ଦେଶ । ଟ୍ରାକ୍ଟର ପରେଡ୍ ପରେ ତ୍ରିରଙ୍ଗା ରାଲି କରିବେ ଆନ୍ଦୋଳନରତ କୃଷକ । କେନ୍ଦ୍ରର ୩ କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ଜାରି ରହିଛି । ଅଗଷ୍ଟ ୧୫ରେ ଧାରଣାରତ କୃଷକ ‘କିଷାନ ମଜଦୂର ଆଜାଦି ସଂଗ୍ରାମ ଦିବସ’ ପାଳନ କରିବେ । ଏହି ଅବସରରେ ଦେଶବ୍ୟାପୀ ତ୍ରିରଙ୍ଗା ଶୋଭାଯାତ୍ରା କରିବେ କୃଷକ । ଏ ଘୋଷଣା କରିଛି ସମ୍ୟୁକ୍ତ କିଷାନ ମୋର୍ଚ୍ଚା ।

୪୦ଟି କୃଷକ ସଂଗଠନ ଏଥିରେ ସାମିଲ୍ ହେବେ । ବ୍ଲକରୁ ନେଇ ତହସିଲ୍, ଜିଲ୍ଲାସ୍ତରରେ ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ରାଲି କରିବେ ଚାଷୀ । ଅନ୍ୟପଟେ କିଷାନ ସଂସଦ ଜାରି ରହିଛି । ସଂସଦ ବାହାରେ ଧାରଣା ଦେଉଛନ୍ତି କୃଷକ । ଆଇନଗତ ଭାବେ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ଦାବି କରି ଆନ୍ଦୋଳନ ଜାରି ରହିଛି ।

Protesting farmer unions to hold Tiranga rallies on Independence Day

ଗତବର୍ଷ ନଭେମ୍ବରରୁ ଦିଲ୍ଲୀର ଏକାଧିକ ସୀମାନ୍ତରେ କେନ୍ଦ୍ରର ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହ କୃଷକ ନେତା ୧୦ରୁ ଅଧିକ ଥର ଆଲୋଚନା କରିଛନ୍ତି । ତଥାପି ନିଷ୍କର୍ସ ବାହାରି ପାରୁନି । ସରକାର ଆଇନ୍ ପ୍ରତ୍ୟାହାର ପାଇଁ ଅରାଜି ଥିବାବେଳେ ଜିଦରେ ଅଟଳ କୃଷକ ।

ଗତ ଜାନୁଆରୀ ୨୬ରେ ୩ କୃଷି ଆଇନକୁ ବିରୋଧ କରି କୃଷକ ଟ୍ରାକ୍ଟର ପରେଡ୍ କରିଥିଲେ । ଆଲୋଚନା ଅନୁଯାୟୀ ଟ୍ରାକ୍ଟର ପରେଡ୍ ଦିଲ୍ଲୀ ସୀମାରେ ହେବାର ଥିଲା । କିନ୍ତୁ ହଠାତ୍ ଲାଲକିଲ୍ଲା ଆଡ଼କୁ ଟ୍ରାକ୍ଟର ଧରି ମାଡ଼ି ଯାଇଥିଲେ କୃଷକ । ଫଳରେ ଦିଲ୍ଲୀ ରଣକ୍ଷେତ୍ର ପାଲଟିବା ସହ ଲାଲକିଲ୍ଲାରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ଏବେ ସ୍ୱାଧୀନତା ଦିବସରେ କୃଷକଙ୍କ ତ୍ରିରଙ୍ଗା ରାଲି ଉପରେ ସମସ୍ତଙ୍କ ନଜର ।

Leave a Reply