ଚୀନ୍‌ ଦେଖାଇଲା ପ୍ରଫେଟ୍‌ ମହମ୍ମଦଙ୍କ ଚିତ୍ର, ପାକିସ୍ତାନ ନୀରବ

ଚୀନ୍‌: ଫ୍ରାନ୍ସରେ ପ୍ରଫେଟ୍‌ ମହମ୍ମଦଙ୍କ କାର୍ଟୁନ୍‌ ଫଟୋ ପ୍ରସାରିତ ନେଇ ପାକିସ୍ତାନ କଡ଼ା ବିରୋଧ କରିଥିଲା । ହେଲେ ଏବେ ଚାଇନା ବେଳକୁ ପୁରା ଚୁପ୍‌ । କଥାଟା ହେଲା, କିଛି ଦିନ ପୂର୍ବେ ଫ୍ରାନ୍ସର ଜଣେ ଶିକ୍ଷକ ପ୍ରଫେଟ୍‌ ମହମ୍ମଦଙ୍କ ଏକ କାର୍ଟୁନ୍ ଫଟୋ ଦେଖାଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଜଣେ ଉଗ୍ରବାଦୀ ଉକ୍ତ ଶିକ୍ଷକଙ୍କୁ ହତ୍ୟା କରିଥିଲା । ଏହାପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ ଇସ୍‌ଲାମିକ୍‌ ଧର୍ମ ତଥା ଉଗ୍ରବାଦୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଥିଲେ । ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ସେ ବ୍ୟବସ୍ଥା କରିଥିଲେ ।

China President XI Jinping Threatened India US Never Sit Idly While China Sovereignty Undermined

ତେବେ ଏଥିରେ ପାକିସ୍ତାନ ପକ୍ଷରୁ ମାକ୍ରୋନ୍‌ଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ଏମିତିକି ଅନ୍ୟ ଇସ୍‌ଲାମିକ୍‌ ଦେଶମାନେ ମଧ୍ୟ ମାକ୍ରୋନ୍‌ଙ୍କୁ ସମାଲୋଚନା କରିଥିଲେ । ସେମାନେ ଅଭିଯୋଗ କରିଥିଲେ, ମାକ୍ରୋନ୍‌ ଇସ୍ଲାମୋଫୋବିଆକୁ ଉତ୍ସାହିତ କରୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ପାକିସ୍ତାନର ବନ୍ଧୁରାଷ୍ଟ୍ର ଚୀନ୍‌ ଯେତେବେଳେ ନିଜ ସରକାରୀ ଗଣମାଧ୍ୟମରେ ପ୍ରଫେଟ୍‌ ହଜରତ ମହମ୍ମଦଙ୍କ ଏକ କେରିକେଚର (ଚିତ୍ର) ଦେଖାଇଛି, ସେତେବେଳେ ପାକିସ୍ତାନ ଚୁପ୍‌ ରହିଛି । ଏଥିପାଇଁ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।

ଓ୍ୱିଗର ଆକ୍ଟିଭିଷ୍ଟ୍‌ ଅର୍ଶଲାନ୍‌ ହିଦାୟତ, ଚାଇନିଜ୍‌ ଟିଭି ସିରିଜ୍‌ର ଗୋଟିଏ କ୍ଲିପ୍‌ ଟ୍ୱିଟ୍‌ କରିଥିଲେ । ଯେଉଁଥିରେ ତାଙ୍ଗ ରାଜବଂଶ ଶାସନ କାଳରେ ଜଣେ ଆରବ ରାଜଦୂତଙ୍କ ଗୋଟିଏ ସିନ୍‌ ରହିଛି । ଏଥିରେ ଆରବ ରାଜଦୂତ ଜଣକ ପ୍ରଫେଟ୍‌ ମହମ୍ମଦଙ୍କ ଏକ ପେଣ୍ଟିଂ ଚୀନ୍‌ ସମ୍ରାଟ୍‌ଙ୍କୁ ପ୍ରଦାନ କରୁଥିବା ଦେଖାଯାଇଛି ।

China President XI Jinping Threatened India US Never Sit Idly While China Sovereignty Undermined

ଚୀନ୍‌ର ଏଭଳି ଆଚରଣ ଦେଖି ମଧ୍ୟ ପାକିସ୍ତାନ ସମେତ ଅନ୍ୟ ଇସ୍‌ଲାମିକ୍‌ ଦେଶମାନେ ମଉନ ରହିଛନ୍ତି । ତେବେ ପୂର୍ବରୁ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ଓ୍ୱିଗର ମୁସଲମାନଙ୍କୁ ଦମନ କରିବାକୁ ଚେଷ୍ଟା କରିଛି । ହେଲେ ପାକିସ୍ତାନ ଚୁପ୍‌ ରହିଥିବା ଦେଖାଯାଇଛି ।

ଚୀନ୍‌ର ଟିଭି ପରଦାରେ ପ୍ରଫେଟ୍‌ ମହମ୍ମଦଙ୍କ ଏଭଳି କେରିକେଚର ଦେଖାଯିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ । ଏମିତିକି ସୋସିଆଲ ମିଡିଆରେ ଅନେକ ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ, ପ୍ରଫେଟ୍‌ ମହମ୍ମଦଙ୍କ ପେଣ୍ଟିଂ ଦେଖାଇବା କ’ଣ ଯଥାର୍ଥ ଥିଲା । କେହି କେହି ୟୁଜର ଏହା ମଧ୍ୟ କହିଛନ୍ତି କି, ଚୀନ୍‌ ପ୍ରଫେଟ୍‌ ମହମ୍ମଦଙ୍କ ଫଟୋ ଦେଖାଇଥିଲେ ମଧ୍ୟ ପାକିସ୍ତାନ କିଛି କହିପାରିବ ନାହିଁ । ଚାଇନିଜ୍‌ ବସ୍ତୁକୁ ବୟ କଟ୍‌ କରାଯାଉ ବୋଲି ଦାବି ମଧ୍ୟ କରିପାରିବ ନାହିଁ ।

Leave a Reply