ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି, କହିଲେ ୨୦୪୭ ସୁଦ୍ଧା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ପୂରଣ କରିବୁ
1 min readନୂଆଦିଲ୍ଲୀ: ୭୬ ତମ ସ୍ୱାଧୀନତା ଦିବସ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସରେ ସମ୍ବୋଧନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ସେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଅଗଷ୍ଟ ୧୪କୁ ବିଭାଜନ-ବିଭୀଷିକାର ସ୍ମୃତି ଦିବସ ଭାବେ ପାଳନ କରାଯାଏ । ଏହି ସ୍ମୃତି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାମଜିକ ସଦଭାବ, ମାନବ ସଶକ୍ତିକରଣ ଏବଂ ଏକତାକୁ ଅଧିକ ପ୍ରଶୟ ଦେବା । ୧୯୪୭ ମସିହ ଅଗଷ୍ଟ ୧୫ରେ ଆମେ ଔପନିବେଶିକ ଶାସନର ବେଡିକୁ କାଟି ସ୍ୱାଧୀନ ହୋଇଥିଲୁ । ଏହି ଶୁଭ ଦିବସର ପାଳନ ଅବସରରେ ଆମେ ସମସ୍ତେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାଦର ପ୍ରଣାମ କରୁଛୁ । ସେମାନେ ତାଙ୍କର ସର୍ବସ୍ୱ ବଳିଦାନ ଦେଇଛନ୍ତି । ଯାହାଦ୍ୱାରା ଆମେ ସମସ୍ତେ ସ୍ୱାଧୀନ ଭାରତରେ ରହିପାରୁଛେ ବୋଲି ମହାମହିମ ଦ୍ରୌପଦୀ ମୁର୍ମୁ କହିଛନ୍ତି ।
Our beloved country has given us everything we have in our life. We should pledge to give everything we can for the sake of safety, security, progress and prosperity of our country. pic.twitter.com/nDyzq5COnh
— President of India (@rashtrapatibhvn) August 14, 2022
ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂରଣ ହୋଇଛି । ୨୦୪୭ ସୁଦ୍ଧା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ପୂରଣ କରିବୁ । ଆମେ ଦାରିଦ୍ର୍ୟ ଓ ଅଶିକ୍ଷା ବିରୋଧରେ ଲଢ଼େଇ କରିଛୁ । ଆଜି ଆତ୍ମନିର୍ଭର ଭାରତ ଗଠନ ପାଇଁ ଉଦ୍ୟମ ଜାରି ରହିଛି । ଆମ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି ସେ କହିଥିଲେ ।