ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ

1 min read

ପୁରୀ: ଦୁଇ ଦିନିଆ ଓଡ଼ିଶାଗସ୍ତର ଦ୍ୱିତୀୟ ଦିନରେ ବିଶ୍ୱ ବୈଷ୍ଣବ ସମ୍ମିଳନୀ ଉଦ୍‌ଘାଟନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶ୍ରୀମଦ୍ ଭକ୍ତିସିଦ୍ଧାନ୍ତ ଗୌଡ଼ୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ।ଏହା ପୂର୍ବରୁ ପ୍ରଥମେ ଗୌଡୀୟ ମଠକୁ ଯାଇ ଆଳତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହାମହିମ । ଏହାପରେ ଶରଧାବାଲି ଯାଇ ବିଶ୍ୱ ବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ପ୍ରଥମ ମହିଳା ସବିତା କୋବିନ୍ଦ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି । କାର୍ଯ୍ୟକ୍ରମ ସରିବା ପରେ ୧୨ଟା ୧୫ରେ ପୁରୀରୁ ହେଲିକେପ୍ଟର ଯୋଗେ ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିବେ । ସେଠାରୁ ୧୨ଟା ୫୫ରେ ଦିଲ୍ଲୀ ଅଭିମୁଖେ ବାହାରିବେ ରାଷ୍ଟ୍ରପତି ।

ତେବେ ଆଜି ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । ବିଶ୍ୱକୁ ମହାମାରୀ କରୋନାରୁ ଶୀଘ୍ର ମୁକ୍ତି ମିଳୁ ବୋଲି କାମନା କରିଛନ୍ତି । ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ମୋ ପାଇଁ ସୌଭାଗ୍ୟ ବୋଲି ସେ କହିଛନ୍ତି । ସତ୍ୟ ଏକ, ବିଜ୍ଞଜନ ତାକୁ ଭିନ୍ନ ଭିନ୍ନ ବ୍ୟାଖ୍ୟା କରିଥାନ୍ତି । ଶ୍ରୀ ଚୈତନ୍ୟଙ୍କ ଆଦର୍ଶରେ ଅନେକ ଭକ୍ତି ମାର୍ଗ ବାଛିଛନ୍ତି । ସବୁ ଧର୍ମର ଲୋକଙ୍କୁ ପ୍ରଭାବିତ କରିପାରିଥିଲେ ଶ୍ରୀ ଚୈତନ୍ୟ । କେବଳ ଦେଶ ନୁହେଁ ବିଦେଶରେ ବି ଶ୍ରୀ ଚୈତନ୍ୟଙ୍କ ଭକ୍ତ ରହିଛନ୍ତିି । ଈଶ୍ୱରଙ୍କ ପ୍ରତି ପୂର୍ଣ୍ଣ ସମର୍ପଣରେ ଜୀବନ ଧନ୍ୟ ହୋଇଥାଏ । ସନ୍ଥମାନେ ଭକ୍ତିମାର୍ଗରେ ପୂରା ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିଛନ୍ତି । ସେବାଭାବ ଆମ ସଂସ୍କୃତିର ମୂଳମନ୍ତ୍ର । କରୋନାଯୋଦ୍ଧାଙ୍କ ସେବା ମନୋଭାବକୁ ମଧ୍ୟ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ।

ଗତକାଲି ଶ୍ରୀମନ୍ଦିରରେ ୪୫ମିନିଟ ରହି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗର୍ଭଗୃହରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ବେଢା ପରିକ୍ରମା କରିଥିଲେ ।

https://www.youtube.com/watch?v=VcpweUsk_iA

Leave a Reply