ବାରବାଟୀରେ ବଦଲା ନେବ କି ଭାରତ ? ଫ୍ଲାଇଂ ଇଲେଭନରେ କିଏ ?

1 min read

ଭୁବନେଶ୍ବର:  ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେଲାଣି ଟି-ଟ୍ବେଣ୍ଟି କାଉଣ୍ଟଡାଉନ୍ । ସାତ ବର୍ଷ ପରେ ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା ।

ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ଼ ରହିଛି । ଆଜି ଦ୍ବିତୀୟ ମ୍ୟାଚରେ କିପରି ଟିମ୍ ଇଣ୍ଡିଆକୁ ମାତ୍ ଦେବେ, ଏନେଇ ରଣନୀତି ପ୍ରସ୍ତୁତ କରିଛି ଭ୍ରମଣକାରୀ ଦଳ । ସେହିପରି ବାରବାଟୀରେ ଭାରତ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଶା ରଖିଛି  ।

ସେପଟେ ଦ୍ବିତୀୟ ଟି ୨୦ ପାଇଁ ସାଉଥ ଆଫ୍ରିକା ନିଜ ଦଳରେ କୌଣସି ପରିବର୍ତ୍ତନ କରିବା ସମ୍ଭବ ନ ହେଲେ ମଧ୍ୟ ଭାରତୀୟ ଟିମ ନିଶ୍ଚିତ ଭାବେ ପରିବର୍ତ୍ତନ କରିବା ନେଇ ଆଶା ରହିଛି  । ହର୍ଷଲ ପଟେଲ ଓ ଭୁବନେଶ୍ବର କୁମାରଙ୍କ ପ୍ରଦର୍ଶନ ପ୍ରଥମ ମ୍ୟାଚରେ ନିରାଶଜନକ ରହିଛି  । ଏହି କ୍ଷେତ୍ରରେ ଉମରାନ ମଲ୍ଲିକଙ୍କ ପାଇଁ ସୁଯୋଗ ରହିଛି  । ପିଚ୍‌ ଯଦି ଫ୍ଲାଟ ରୁହେ ଏହା ଉମରାନଙ୍କ ଟେକନିକ ବ୍ୟାଟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ  ।

୨୦୧୫ରେ ଭାରତ ଓ  ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଏକମାତ୍ର ଟି ୨୦ ମ୍ୟାଚ ଖେଳ ହୋଇଥିଲା  । ୬ ୱିକେଟରେ ପରାଜୟ ସ୍ବୀକାର କରିଥିଲା ଭାରତ । ୭ ବର୍ଷ ପରେ ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ଟିମ  । ମାତ୍ର ଅସଲ ପରୀକ୍ଷା ପୂର୍ବରୁ ଅଭ୍ୟାସ ବେଳେ ଟିମ ଇଣ୍ଡିଆ ଅଧିନାୟକ ଋଷଭ ପନ୍ତ ଓ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତି ଶଟକୁ ଉପଭୋଗ କରି ଉତ୍ସାହିତ କରିଛନ୍ତି ଦର୍ଶକ  ।

ଆଜି କିଏ ସାବ୍ୟସ୍ତ ହେବେ ବାରବାଟୀର ବାଜିଗର ? ତେବେ ନଜର ପକାନ୍ତୁ ସମ୍ଭାବ୍ୟ ଟିମ ଉପରେ:

 

ସମ୍ଭାବ୍ୟ ଭାରତୀୟ ଦଳ:

ଇଷାନ କିଶାନ, ଋତୁରାଜ ଗାଏକଓ୍ୱାଡ, ଶ୍ରେୟାସ ଆୟାର, ଋଷଭ ପନ୍ତ (ଅ)

ହାର୍ଦ୍ଦିକ ପାଣ୍ଡିଆ, ଦିନେଶ କାର୍ତ୍ତିକ, ଅକ୍ସର ପଟେଲ, ହର୍ଷଲ ପଟେଲ,

ଅଭେସ ଖାନ, ଭୁବନେଶ୍ୱର କୁମାର, ୟୁଜୁଭେନ୍ଦ୍ର ଚହଲ

 

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ:

କ୍ୱିଣ୍ଟନ ଡି କକ୍, ଟେମ୍ବା ବଭୁମା, ରାସି ଭେନ ଡର ଡସନ

ଡାଭିଡ ମିଲର, ଟ୍ରିଷ୍ଟାନ ଷ୍ଟବ୍ସ, ଡ୍ୱାଇନ ପ୍ରିଟୋରିୟସ

ଓ୍ୱାଇନେ ପାରନେଲ, କାଗିସୋ ରାବାଡା, ତାବରେଜ ସାମସି

ଲୁଙ୍ଗି ନେଗିଡି/ କେଶବ ମହାରାଜ, ଅନରିଜ୍ ନୋର୍ଟେଜ୍