ପୋଲିଂ ପାର୍ଟି ବସ୍ ଦୁର୍ଘଟଣାଗ୍ରସ୍ତ : ୩ଜଣଙ୍କ ମୃତ୍ୟୁ

ନବରଙ୍ଗପୁର: ପାପଡ଼ାହାଣ୍ଡି ଅନ୍ତର୍ଗତ ମୋକିଆ ନିକଟବର୍ତ୍ତୀ ସୋରିଷପଦର ଗାଁ ନିକଟରେ ପୋଲିଂ ବସ ଦୁର୍ଘଟଣା ଗ୍ରସ୍ତ । ତିନି ଜଣ ମୃତ, ଆହତମାନଙ୍କୁ ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି । ନିର୍ବାଚନ କାର୍ଯ୍ୟ ନିମନ୍ତେ କୋଷାଗୁମୁଡା ବ୍ଲକକୁ ଯିବା ସମୟରେ ଦୁର୍ଘଟଣା ସୂଚନା । ପୋଲିସ ବାହିନୀର ଗୃହରକ୍ଷୀ ଓ ହୋମଗାର୍ଡ ରହିଥିବା ସୂଚନା ।

ସୂଚନା‌ ଅନୁସାରେ ଆଜି ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୨ୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଗ୍ରାମରକ୍ଷୀ ମାନେ ନବରଂଗପୁର ଆରଓ କାର୍ଯ୍ୟାଳୟରୁ କୋଷାଗୁମୁଡାକୁ ଯାଉଥିଲେ। ସେମାନେ କୋଷାଗୁମୁଡା ଅଞ୍ଚଳରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ୩ୟ ପର୍ଯ୍ୟାୟର ଭୋଟ ଗ୍ରହଣ ସମୟରେ  ଡ୍ୟୁଟି କରିଥାନ୍ତେ। ପ୍ରାୟ ୪୦ ଜଣଙ୍କୁ ନେଇ ଏହି ବସ୍‌ଟି ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ଠାରୁ ବାହାରିଥିଲା। କିନ୍ତୁ ପାପଡ଼ାହାଣ୍ଡି ବ୍ଲକର ସୋରିଷପଦର ଗାଁ ନିକଟରେ ବସ୍‌ର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଏହା ଫଳରେ ଏଯାବତ୍ ମୋଟ ୩ଜଣଙ୍କ ମୃତ୍ୟୁୁ ହୋଇଛି ।

ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଛି। ତେବେ ସ୍ଥାନୀୟ ଲୋକଙ୍କର ସହାୟତରେ ପୋଲିସ ଆମ୍ବୁଲାନ୍ସ ଜରିଆରେ ସମସ୍ତ ଆହତ ଓ ଗୁରୁତରଙ୍କୁ ପାପାଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। କିନ୍ତୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Leave a Reply