ରାହୁଲଙ୍କ ‘ରେପ୍ ଇଣ୍ଡିଆ’ ମନ୍ତବ୍ୟ, ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି
2 min readନୂଆଦିଲ୍ଲୀ: ରାଜନୀତି, ରେପ୍ ଓ ରିଆକ୍ସନ । ଥମୁନି ବିବାଦ, ଝାଡ଼ଖଣ୍ଡର ନିର୍ବାଚନ ମୈଦାନରେ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ଥମୁନି ରାଜନୀତି । ୨୦୧୪ରେ କ୍ଷମତାଶୀନ ହେବା ପୂର୍ବରୁ କଂଗ୍ରେସ ଉପରେ ବିଜେପି ଯେମିତି ଆକ୍ରମଣ କରୁଥିଲା । ଠିକ୍ ସେହି ଢଙ୍ଗରେ ଗୋଟି ଚାଳନା କରୁଛନ୍ତି ରାହୁଲ ଗାନ୍ଧି ।
Modi should apologise.
1. For burning the North East.
2. For destroying India’s economy.
3. For this speech, a clip of which I'm attaching. pic.twitter.com/KgPU8dpmrE
— Rahul Gandhi (@RahulGandhi) December 13, 2019
ଝାଡ଼ଖଣ୍ଡ ଗୋଡ୍ଡାର ଏକ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି । ଏହା ମୋଦିଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ନୁହେଁ ବରଂ ‘ରେପ୍ ଇନ୍ ଇଣ୍ଡିଆ’ ବୋଲି ରାହୁଲ କହିଛନ୍ତି । ଝାଡ଼ଖଣ୍ଡରେ ମହିଳାଙ୍କୁ ଦୁଷ୍କର୍ମ, ଉତ୍ତରପ୍ରଦେଶରେ ବିଜେପି ବିଧାୟକଙ୍କ ଦୁଷ୍କର୍ମ । ପ୍ରତି ରାଜ୍ୟରେ ଏବେ ଏମିତି ସ୍ଥିତି । ମୋଦି କହୁଛନ୍ତି ବେଟି ପଢ଼ାଓ, ବେଟି ବଚାଓ । କିନ୍ତୁ, ଏକଥା କହିନାହାନ୍ତି କାହାଠୁ ବଞ୍ଚାଇବେ ବୋଲି କହି ମୋଦିଙ୍କୁ କଡ଼ା ଭାଷାରେ ତାତ୍ସଲ୍ୟ କରିଛନ୍ତି ।
Rahul Gandhi: I have a clip on my phone in which Narendra Modi ji is calling Delhi a 'rape capital',will tweet it so that everyone can see. Just to deflect attention from protests in North East, this is being made an issue by BJP. https://t.co/BF4toNRaO8 pic.twitter.com/4wRWTZy4Np
— ANI (@ANI) December 13, 2019
ରାହୁଲଙ୍କ ଏହି ମନ୍ତବ୍ୟକୁ ସଂସଦରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ବିଜେପି ସାଂସଦ ଲକେଟ ଚାର୍ଟାଜୀ ଜୋରଦାର ବିରୋଧ କରିଛନ୍ତି । କହିଛନ୍ତି, ଏହା ଦେଶର ସମସ୍ତ ନାରୀମାନଙ୍କୁ ଅପମାନ । ଏଥିସହ ରାହୁଲ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଛନ୍ତି ।
#WATCH Union Minister Smriti Irani in Lok Sabha on Rahul Gandhi's 'rape in India' remark: This is first time in history that a leader is giving a clarion call that Indian women should be raped. Is this Rahul Gandhi's message to the people of the country? https://t.co/fRpcJ4TgIu pic.twitter.com/7ErDftk1MA
— ANI (@ANI) December 13, 2019
ଏଥିସହ ରାହୁଲ ଗାନ୍ଧି କହିଛନ୍ତି- ମୋଦି, ଉତ୍ତର-ପୂର୍ବକୁ ଜାଳୁଛନ୍ତି । ବେରୋଜଗାର ଓ ମାନ୍ଦାବସ୍ଥା ଉପରେ ଲୋକଙ୍କ ଧ୍ୟାନ ହଟାଇବାକୁ ବିଜେପି, ମୋ ମନ୍ତବ୍ୟକୁ ପ୍ରସଙ୍ଗ କରୁଛି । ପ୍ରଧାନମନ୍ତ୍ରୀ ‘ମେକ୍ ଇନ୍ ଇଣ୍ଡିଆ’ କହୁଥିବା ଯୁଆଡ଼େ ଦେଖିଲେ ‘ରେପ୍ ଇନ୍ ଇଣ୍ଡିଆ’ ଦେଖାଯାଉଛି ।
Union Minister and BJP leader Smriti Irani: We have registered our objection against the remark of Rahul Gandhi. Election Commission has assured us that they will follow the legal procedure and do justice. pic.twitter.com/lNnvvy3JYj
— ANI (@ANI) December 13, 2019
ଏହାକୁ ନେଇ ବିଜେପି ମହିଳା ସାଂସଦମାନେ ନିର୍ବାଚନ କମିଶନଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।